Advertisment

ଆଜି ଭାରତ ବନ୍ଦ, କୃଷି ବିଲ୍‌କୁ ବିରୋଧ କରି ରାସ୍ତାରୋକ ଓ ରେଳରୋକ‌ ଡାକରା

ନୂଆଦିଲ୍ଲୀ: ସାରା ଦେଶର ବିଭିନ୍ନ କୃଷକ ସଂଗଠନ ଆଜି ଅର୍ଥାତ ସେପ୍ଟେମ୍ବର ୨୫ ଶୁକ୍ରବାର ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ରର କୃଷି ସଂସ୍କାର ବିଲ୍‌ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହାର ପ୍ରଭାବ ବେଶି ରହିପାରେ। ସେହିଭଳି ଦିଲ୍ଲୀ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକାରେ ମଧ୍ୟ ବିଭିନ୍ନ କୃଷକ ସଂଗଠନ ଏହି ବନ୍ଦକୁ ସମର୍ଥନ ଘୋଷଣା କରିଛନ୍ତି। ପଞ୍ଜାବରେ କିଷାନ୍ ମଜଦୂର ସଂଘର୍ଷ […]

ଆଜି ଭାରତ ବନ୍ଦ, କୃଷି ବିଲ୍‌କୁ ବିରୋଧ କରି ରାସ୍ତାରୋକ ଓ ରେଳରୋକ‌ ଡାକରା

Bharat-Bandh

Advertisment

ନୂଆଦିଲ୍ଲୀ: ସାରା ଦେଶର ବିଭିନ୍ନ କୃଷକ ସଂଗଠନ ଆଜି ଅର୍ଥାତ ସେପ୍ଟେମ୍ବର ୨୫ ଶୁକ୍ରବାର ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ରର କୃଷି ସଂସ୍କାର ବିଲ୍‌ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି।

Advertisment

ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହାର ପ୍ରଭାବ ବେଶି ରହିପାରେ। ସେହିଭଳି ଦିଲ୍ଲୀ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକାରେ ମଧ୍ୟ ବିଭିନ୍ନ କୃଷକ ସଂଗଠନ ଏହି ବନ୍ଦକୁ ସମର୍ଥନ ଘୋଷଣା କରିଛନ୍ତି।

ପଞ୍ଜାବରେ କିଷାନ୍ ମଜଦୂର ସଂଘର୍ଷ କମିଟି ରେଳ ରୋକ କରିବ ବୋଲି ଘୋଷଣା କରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ତେବେ ୧୪୪ ଧାରା ଉଲ୍ଲଂଘନ କଲେ ମଧ୍ୟ (୪ ଜଣରୁ ଅଧିକ ଲୋକ ଏକାଠି ହେବା) ମାମଲା ରୁଜୁ ହେବନି ବୋଲି ସେ କହିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଶାସକ ଦଳ ବିଜେପିର ଏନ୍‌ଡିଏ ସହଯୋଗୀ ଶିରୋମଣି ଅକାଳୀ ଦଳ ସାରା ରାଜ୍ୟରେ ୩ ଘଣ୍ଟା ପାଇଁ ଚକ୍କା ଜାମ୍‌ କରିବ ବୋଲି ଘୋଷଣା କରିଛି।

Advertisment

ଦିଲ୍ଲୀରେ ଆପ୍‌ ଏବଂ କଂଗ୍ରେସ ଭାରତ ବନ୍ଦକୁ ସମର୍ଥନ ଦେବେ। ପଶ୍ଚିମବଙ୍ଗରେ ବାମଦଳଙ୍କ ସମର୍ଥନରେ ଅଲ୍‌ ଇଣ୍ଡିଆ କିଷାନ ସଭା ରାସ୍ତାରୋକ କରିବା ସହ ବିଭିନ୍ନ ସ୍ଥାନରେ ରାଜପଥରେ ମଧ୍ୟ ବିରୋଧ ପ୍ରଦର୍ଶନ କରିବାର ଅଛି। ତେବେ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ କୃଷି ବିଲ୍‌କୁ ଲୋକସଭାରେ ସମର୍ଥନ କରି ରାଜ୍ୟସଭାରେ ବିରୋଧ କରିଥିଲା। ତେଣୁ ଏହି ବିଲ୍‌କୁ ବିରୋଧ କରି ଭାରତ ବନ୍ଦକୁ ସମର୍ଥନ ଦେବ କି ନା ତାହା ଦେଖିବାକୁ ବାକି ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe