Advertisment

ନକ୍ସଲ ପ୍ରଭାବିତ ପରିବାରଗୁଡ଼ିକୁ ନକ୍ସଲମାନେ ଥରେ ଭେଟନ୍ତୁ: ପ୍ରଧାନମନ୍ତ୍ରୀ ମୋଦି

ଦାନ୍ତେୱାଡ଼ା: ଛତିଶଗଡ଼ରେ ଗୋଟିଏ ପଟେ ନକ୍ସଲମାନେ ୪୦୦ ଗ୍ରାମବାସୀଙ୍କୁ ପଣବନ୍ଦୀ କରିଥିବା ବେଳେ ଅନ୍ୟପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାନ୍ତେୱାଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସକାଳ ଠିକ୍ ୧୧ଟା ୧୫ ମିନିଟରେ ଆସି ମୋଦି ପହଞ୍ଚିଥିଲେ ଦାନ୍ତେୱାଡାରେ। ପ୍ରଥମେ ସେ ଦାନ୍ତେୱାଡ଼ାସ୍ଥିତ ସକ୍ଷମ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ତା’ପରେ ସେ ଯାଇଥିଲେ ଦାନ୍ତେୱାଡ଼ା ନିକଟସ୍ଥ ଡିଲମିଲ ଗାଁକୁ। ସେଠାରେ ସେ ଏକ ଷ୍ଟିଲ୍ ପ୍ଲାଣ୍ଟର ଉଦଘାଟନ କରିଥିଲେ। […]

ଅଦ୍ୟତନ ହୋଇଛି
ନକ୍ସଲ ପ୍ରଭାବିତ ପରିବାରଗୁଡ଼ିକୁ ନକ୍ସଲମାନେ ଥରେ ଭେଟନ୍ତୁ: ପ୍ରଧାନମନ୍ତ୍ରୀ ମୋଦି

prime

Advertisment

ଦାନ୍ତେୱାଡ଼ା: ଛତିଶଗଡ଼ରେ ଗୋଟିଏ ପଟେ ନକ୍ସଲମାନେ ୪୦୦ ଗ୍ରାମବାସୀଙ୍କୁ ପଣବନ୍ଦୀ କରିଥିବା ବେଳେ ଅନ୍ୟପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାନ୍ତେୱାଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସକାଳ ଠିକ୍ ୧୧ଟା ୧୫ ମିନିଟରେ ଆସି ମୋଦି ପହଞ୍ଚିଥିଲେ ଦାନ୍ତେୱାଡାରେ। ପ୍ରଥମେ ସେ ଦାନ୍ତେୱାଡ଼ାସ୍ଥିତ ସକ୍ଷମ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ତା’ପରେ ସେ ଯାଇଥିଲେ ଦାନ୍ତେୱାଡ଼ା ନିକଟସ୍ଥ ଡିଲମିଲ ଗାଁକୁ। ସେଠାରେ ସେ ଏକ ଷ୍ଟିଲ୍ ପ୍ଲାଣ୍ଟର ଉଦଘାଟନ କରିଥିଲେ। ଏହି ଷ୍ଟିଲ୍ ପ୍ଲାଣ୍ଟ୍ ଉଦଘାଟନ କରିବା ଅବସରରେ ସେ ମେକ୍ ଇଣ୍ଡିଆ ଉପରେ ଗୁରୁତ୍ୱାରୋପ କରିଥିଲେ।   ସେ କହିଥିଲେ ଯେ ପୂର୍ବରୁ ଆମେ ଲୁହାପଥର ବିକି ଷ୍ଟିଲ୍ କିଣୁଥିଲୁ। କିନ୍ତୁ ଏବେ ଆଉ ସେମିତି ହେବ ନାହିଁ। ଏବେ ଆମେ ବିଦେଶକୁ ଷ୍ଟିଲ୍ ରପ୍ତାନି କରିବା।

Advertisment

ଏହା ସହିତ ନକ୍ସଲମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ପରାମର୍ଶ। ସେ କହିଥିଲେ, ବନ୍ଧୁକ ମୁନରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ନକ୍ସଲମାନେ ଥରେ ଯାଇ ସେମାନଙ୍କ ଦ୍ୱାରା ହିଂସାର ଶିକାର ହୋଇଥିବା ଲୋକଙ୍କ ପରିବାରଗୁଡ଼ିକୁ ଦେଖି ଆସିବା କଥା। ତା’ହେଲେ ଯାଇ ସେମାନେ ବୁଝିପାରିବେ ସେମାନେ କେତେ ପାପ କରୁଛନ୍ତି। ହିଂସାର କୌଣସି ଭବିଷ୍ୟତ ନାହିଁ।

ଏହି ଷ୍ଟିଲ ପ୍ଲାଣ୍ଟ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଓଘାଟ-ଜଗଦଲପୁର ରେଳ ଲାଇନର ମଧ୍ୟ ଉଦଘାଟନ କରିଥିଲେ। ଏହି ରେଳ ଲାଇନ ଜଗଦଲପୁରବାସୀଙ୍କୁ ମୁଖ୍ୟସ୍ରୋତ ସହିତ ଯୋଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe