Advertisment

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି...

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନସିବି ଜୋରଶୋର ଖାଳତାଡ଼ ଚଳାଇଛି। ଏହି ମାମଲାରେ ପୂର୍ବରୁ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଥିବା ବେଳେ ଏବେ ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ କ୍ଷୀତିଜ୍ ପ୍ରସାଦଙ୍କୁ ମଧ୍ୟ ଏନସିବି ଗିରଫ କରିଛି। ଅନ୍ୟପଟେ ଆଜି ବଲିଉଡର ଟପ୍ ହିରୋଇନ୍ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଜେରା କରୁଛି। ଡ୍ରଗ୍ସ ଲିଙ୍କରେ ବଲିଉଡ ପାଇଁ ଦିନକୁ […]

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି...

karan-johar

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନସିବି ଜୋରଶୋର ଖାଳତାଡ଼ ଚଳାଇଛି। ଏହି ମାମଲାରେ ପୂର୍ବରୁ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଥିବା ବେଳେ ଏବେ ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ କ୍ଷୀତିଜ୍ ପ୍ରସାଦଙ୍କୁ ମଧ୍ୟ ଏନସିବି ଗିରଫ କରିଛି। ଅନ୍ୟପଟେ ଆଜି ବଲିଉଡର ଟପ୍ ହିରୋଇନ୍ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଜେରା କରୁଛି।

Advertisment

ଡ୍ରଗ୍ସ ଲିଙ୍କରେ ବଲିଉଡ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନର ଡାଇରେକ୍ଟର କ୍ଷୀତିଜ ପ୍ରସାଦଙ୍କୁ ଏନସିବି ଗିରଫ କରିଛି। ସେ ଅଧିକାରୀକ ଭାବେ ଧର୍ମା ପ୍ରଡକ୍ସନର ଇପି ଅର୍ଥାତ୍ ଏକଜିକ୍ୟୁଟିଭ୍ ପ୍ରଡ୍ୟୁସର ଅଟନ୍ତି। କିଛି ଦିନ ତଳେ ଏନସିବି ତାଙ୍କୁ ମାରାଥନ ଜେରା କରୁଥିଲା ଏବଂ ଆଜି ଶେଷର ଗିରଫ ମଧ୍ୟ କରିଛି। ଦିନକ ପୂର୍ବରୁ କ୍ଷୀତିଜଙ୍କୁ ଏନସିବି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା। ଡ୍ରଗ୍ସ ଡିଲରଙ୍କଠାରୁ ଡ୍ରଗ୍ସ ନେବା ଅଭିଯୋଗରେ ଏନସିବି କ୍ଷୀତିଜଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏନସିବି ହାତରେ କେତେକ ଫଟୋ ଲାଗିଛି, ଯେଉଁଥିରେ କ୍ଷୀତିଜ୍ ଡ୍ରଗ୍ସ ପେଡଲର୍ସଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଡ୍ରଗ୍ସ ଲିଙ୍କରେ କ୍ଷୀତିଜଙ୍କ ବିରୁଦ୍ଧରେ ଏହି ଫଟୋଗୁଡ଼ିକୁ ସବୁଠାରୁ ବଡ଼ ପ୍ରମାଣ ବୋଲି କୁହାଯାଉଛି।

Advertisment

ଏନସିବି କ୍ଷୀତିଜଙ୍କୁ ପର୍ଯ୍ୟାପ୍ତ ଜେରା କରିବା ପରେ ଏବଂ ପ୍ରମାଣ ହସ୍ତଗତ ହେବା ପରେ ତାଙ୍କୁ ଗିରଫ କରିଛି ବୋଲି ଜଣାପଡ଼ିଛି। ଡ୍ରଗ୍ସ ପେଡଲର୍ ଅଙ୍କୁଶ ଅରେଞ୍ଜା କ୍ଷୀତିଜଙ୍କ ଘରେ ଆୟୋଜିତ ପ୍ରତ୍ୟେକ ପାର୍ଟିରେ ଯୋଗଦେଉଥିଲେ। କ୍ଷୀତିଜ୍ କରଣ ଜୋହରଙ୍କ ଅତି ନିକଟତର ହୋଇଥିବା ବେଳେ ଅଙ୍କୁଶ କ୍ଷୀତିଜଙ୍କ ଅତି ଘନିଷ୍ଟ ବୋଲି ଜଣାପଡ଼ିଛି।

ଅନ୍ୟପଟେ କରଣ ଜୋହର କିନ୍ତୁ କ୍ଷୀତିଜଙ୍କୁ ଭଲ ଭାବେ ଜାଣି ନ ଥିବା କହିଛନ୍ତି। ସେ କହିଛନ୍ତି ଯେ, ଏକ ପ୍ରୋଜେକ୍ଟ ପାଇଁ ତାଙ୍କ କମ୍ପାନୀ ସହ କ୍ଷୀତିଜ୍ ଯୋଡ଼ିହୋଇଥିଲେ। କିନ୍ତୁ ସେ ବ୍ୟକ୍ତିଗତ ଭାବେ ତାଙ୍କୁ ଚିହ୍ନନ୍ତି ନାହିଁ ବୋଲି କରଣ କହିଛନ୍ତି।

Karan Johar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe