Advertisment

ବଲିଉଡର ନାମୀ ପ୍ରଯୋଜକଙ୍କ ଘରେ ଏନସିବିର ଚଢ଼ାଉ

ମୁମ୍ବାଇ:ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଗତ କାଲି ବିଳମ୍ବିତ ରାତିରେ ଏନସିବି ଚଢ଼ାଉ ପରେ ୬ କେଜି ମାରିଜୁଏନା ଓ ମେଫେଡ୍ରୋନ୍ ତଥା ନଗଦ ଟଙ୍କା ଜବତ କରିଥିବା ବେଳେ ୫ ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଜେରା ବେଳେ ସନ୍ଦିଗ୍ଧମାନଙ୍କଠାରୁ ଅନେକ କିଛି ତଥ୍ୟ ହାସଲ କରିଛି ଏନସିବି। ବିଳମ୍ବିତ ରାତିର କାର୍ଯ୍ୟାନୁଷ୍ଠାନରେ ବଲିଉଡର ଜଣେ ଲୋକପ୍ରିୟ ପ୍ରଯୋଜକ ତଥା ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଥିଲା। ଏନେଇ […]

ଅଦ୍ୟତନ ହୋଇଛି
ବଲିଉଡର ନାମୀ ପ୍ରଯୋଜକଙ୍କ ଘରେ ଏନସିବିର ଚଢ଼ାଉ

ncb

Advertisment

ମୁମ୍ବାଇ:ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଗତ କାଲି ବିଳମ୍ବିତ ରାତିରେ ଏନସିବି ଚଢ଼ାଉ ପରେ ୬ କେଜି ମାରିଜୁଏନା ଓ ମେଫେଡ୍ରୋନ୍ ତଥା ନଗଦ ଟଙ୍କା ଜବତ କରିଥିବା ବେଳେ ୫ ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଜେରା ବେଳେ ସନ୍ଦିଗ୍ଧମାନଙ୍କଠାରୁ ଅନେକ କିଛି ତଥ୍ୟ ହାସଲ କରିଛି ଏନସିବି।

Advertisment

ବିଳମ୍ବିତ ରାତିର କାର୍ଯ୍ୟାନୁଷ୍ଠାନରେ ବଲିଉଡର ଜଣେ ଲୋକପ୍ରିୟ ପ୍ରଯୋଜକ ତଥା ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଥିଲା। ଏନେଇ ଏନସିବି ଆଜି ତାଙ୍କ ଘରେ ଚଢ଼ାଉ କରିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକ ତଥ୍ୟ ମିଳିପାରି ନାହିଁ।

ଗତ ମାସ ଏନସିବି ଡ୍ରଗ୍ସ କିଣିବା ଅଭିଯୋଗରେ ଜଣେ ଟିଭି ତାରକାଙ୍କୁ ଗିରଫ କରିଥିଲା। ଏନସିବି ଅଧିକାରୀଙ୍କ ସୂଚନା ମୁତାବକ, ମୁମ୍ବାଇରେ ଜଣେ ୩୦ ବର୍ଷୀୟା ଟିଭି ଅଭିନେତ୍ରୀଙ୍କୁ ଡ୍ରଗ୍ସ କିଣୁଥିବା ଅଭିଯୋଗରେ ଗିରଫ କରିଛି।

Advertisment

ପ୍ରକାଶ ଥାଉ କି, ଡ୍ରଗ୍ସ ଲିଙ୍କ୍ ତଦନ୍ତ ନେଇ ବଲିଉଡର ଅନେକ ନାମୀଦାମୀ ତାରକାଙ୍କୁ ଏନସିବି ଜେରା କରିସାରିଛି। ଏହି କ୍ରମରେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍, ରକୁସ ପ୍ରୀତ ସିଂହଙ୍କ ଭଳି ଟପ୍ ଅଭିନେତ୍ରୀଙ୍କୁ ଏନସିବି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଛି।

NCB SSR Death Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe