Advertisment

ଏନସିବି ଅଧିକାରୀଙ୍କୁ ଆକ୍ରମଣ କଲେ ଡ୍ରଗ୍ସ ପେଡେଲର

ମୁମ୍ୱାଇ: ମହାରାଷ୍ଟ୍ରରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ଏନସିବି ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଏହାରି ଭିତରେ ଏନସିବିର ଏକ ଟିମ୍ ଡ୍ରଗ୍ସ ପେଡେଲରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛି। ଏନସିବିର ଜୋନାଲ୍ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେ ଏବଂ ତାଙ୍କ ନେତୃତ୍ୱାଧୀନ ୫ ଜଣିଆ ଟିମ୍ ମୁମ୍ୱାଇର ଗୋରେଗାଓଁରେ ଆକ୍ରମଣର ଶିକାର ହୋଇଛି। ୬୦ ଜଣ ଲୋକଙ୍କ ଦ୍ୱାରା ସଂଘବଦ୍ଧ ଭାବରେ  ଏନସିବି ଟିମ୍ ଆକ୍ରମଣର ଶିକାର ହୋଇଛି। ଏହି ମାମଲାରେ ତିନି ଚାରି ଜଣଙ୍କୁ […]

ଏନସିବି ଅଧିକାରୀଙ୍କୁ ଆକ୍ରମଣ କଲେ ଡ୍ରଗ୍ସ ପେଡେଲର

sameer-wankhede

Advertisment

ମୁମ୍ୱାଇ: ମହାରାଷ୍ଟ୍ରରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ଏନସିବି ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଏହାରି ଭିତରେ ଏନସିବିର ଏକ ଟିମ୍ ଡ୍ରଗ୍ସ ପେଡେଲରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛି। ଏନସିବିର ଜୋନାଲ୍ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେ ଏବଂ ତାଙ୍କ ନେତୃତ୍ୱାଧୀନ ୫ ଜଣିଆ ଟିମ୍ ମୁମ୍ୱାଇର ଗୋରେଗାଓଁରେ ଆକ୍ରମଣର ଶିକାର ହୋଇଛି। ୬୦ ଜଣ ଲୋକଙ୍କ ଦ୍ୱାରା ସଂଘବଦ୍ଧ ଭାବରେ  ଏନସିବି ଟିମ୍ ଆକ୍ରମଣର ଶିକାର ହୋଇଛି। ଏହି ମାମଲାରେ ତିନି ଚାରି ଜଣଙ୍କୁ ଗିରଫ୍ କରିଥିବା ସୂଚନା ରହିଛି।

Advertisment

ସୂଚନାଯୋଗ୍ୟ, ଏନସିବି ଶନିବାର ଏକ ପ୍ରଡକ୍ସନ ହାଉସ ଏବଂ ଭାରତୀ ସିଂହଙ୍କ ଘରେ ରେଡ୍ କରିଥିଲା। ଶନିବାର ଭାରତୀ ଗିରଫ ହୋଇଥିବା ବେଳେ ରବିବାର ଭାରତୀଙ୍କ ସ୍ୱାମୀ ହର୍ଷ ଗିରଫ୍ ହୋଇଥିଲେ। ଏବେ ଉଭୟ ଜାମିନ୍ ପାଇଛନ୍ତି।

ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିଛି। ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପାଲଙ୍କ ଭଳି ବଲିଉଡର ଅନେକ ବଡ଼ ତାରକା ଏନସିବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ଏହି ସମୟରେ ଅନେକ ଡ୍ରଗ୍ସ ପେଡେଲର ମଧ୍ୟ ଗିରଫ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe