Advertisment

ବିହାରରେ ଏନଡିଏ ଘୋଷଣା କଲା କିଏ କେଉଁ ଆସନରୁ ଲଢ଼ିବ

ପାଟଣା: ବିହାରରେ ଶାସକ ଦଳ ଏନଡ଼ିଏ ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ତାଲିକା ଘୋଷଣା କରିଛି । ମୋଟ ୪୦ଟି ଲୋକସଭା ଆସନରୁ ବିଜେପି-ଜେଡ଼ିୟୁ ୧୭ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେବାକୁ ଥିବାବେଳେ ୬ଟି ଆସନରେ ଏନଡ଼ିଏର ଅନ୍ୟତମ ସହଯୋଗୀ ଏଲଜେପି ରହିଛି। ତେବେ ୨ଟି ଆସନକୁ ନେଇ ବିଜେପି ଓ ଜେଡ଼ିୟୁ ମଧ୍ୟରେ ଅସନ୍ତୋଷ ଥିବା ପରିଲିକ୍ଷିତ ହୋଇଥିଲା । ଏହାପରେ ବିହାର ବିଜେପି ସଭାପତି ଓ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ମଧ୍ୟରେ […]

ଅଦ୍ୟତନ ହୋଇଛି
ବିହାରରେ ଏନଡିଏ ଘୋଷଣା କଲା କିଏ କେଉଁ ଆସନରୁ ଲଢ଼ିବ

bihar-LSjpg

Advertisment

ପାଟଣା: ବିହାରରେ ଶାସକ ଦଳ ଏନଡ଼ିଏ ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ତାଲିକା ଘୋଷଣା କରିଛି । ମୋଟ ୪୦ଟି ଲୋକସଭା ଆସନରୁ ବିଜେପି-ଜେଡ଼ିୟୁ ୧୭ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେବାକୁ ଥିବାବେଳେ ୬ଟି ଆସନରେ ଏନଡ଼ିଏର ଅନ୍ୟତମ ସହଯୋଗୀ ଏଲଜେପି ରହିଛି।

Advertisment

ତେବେ ୨ଟି ଆସନକୁ ନେଇ ବିଜେପି ଓ ଜେଡ଼ିୟୁ ମଧ୍ୟରେ ଅସନ୍ତୋଷ ଥିବା ପରିଲିକ୍ଷିତ ହୋଇଥିଲା । ଏହାପରେ ବିହାର ବିଜେପି ସଭାପତି ଓ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ମଧ୍ୟରେ ବୈଠକ ପରେ ଆସନ ବୁଝାମଣା ହୋଇଥିଲା। ଶେଷରେ ବିଜେପି ଏହି ଆସନରେ ନିର୍ବାଚନ ଲଢିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ବିହାର ବିଜେପିର ଦୁଇ ବରିଷ୍ଠ ନେତା ଗିରିରାଜ ସିଂହ ଓ ଶାହନବାଜ ହୁସେନଙ୍କ ଆସନରେ ଜେଡ଼ିୟୁ ପ୍ରାର୍ଥୀ ଦେବ ବୋଲି ଘୋଷଣା ହୋଇଛି।

ଜେଡ଼ିୟୁ କଟିହାର, ପୂର୍ଣ୍ଣିଆ, ଗୋପାଳଗଞ୍ଜ, ସିବାନ, ଭାଗଲପୁର, ବାଂକା, ମୁଂଗେର, ନାଳନ୍ଦା, କାରାକାଟ, ଗୟା, ଜହାନାବାଦ, ସୁପୌଲ, କିଶନଗଞ୍ଜ, ମଘେପୁରା, ବାଲ୍ମିକୀ ନଗର, ସୀତାମଢି, ଝଝାରପୁରରେ ପ୍ରାର୍ଥୀ ଦେଇଛି।

Advertisment

ସେହିପରି ବିଜେପି ଉଜିୟାରପୁର, ପାଟନା ସାହିବ, ପାଟଳିପୁତ୍ର, ବେଗୁସରାଇ, ସାସାରାମ, ଦରଭଂଗା, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ମହାରାଜଗଂଜ, ସାରଣ, ଆରା, ବକ୍ସର, ଔରଙ୍ଗାବାଦ, ପୂର୍ବ ଚମ୍ପାରଣ, ଶିଓ୍ଵହର, ମଧୁବନୀ, ଅରରିଆରେ ପ୍ରାର୍ଥୀ ଦେଇଛି।

ଏଲଜେପି ବୈଶାଲୀ, ହାଜିପୁର, ସମସ୍ତୀପୁର, ଖଗଡିୟା, ମଓ୍ଵାଦା, ଜମ୍ମୁଇରେ ପ୍ରାର୍ଥୀ ଦେବ।

ତେବେ ମହାମେଣ୍ଟରେ ଆସନ ବୁଝାମଣାନେଇ ଅସନ୍ତୋଷ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝୀଙ୍କ ଦଳ (ହାମ୍)କୁ ଦାବି ଅନୁଯାୟୀ ଆସନ ମିଳିନଥିବାରୁ କିଛି ଦିନ ତଳେ ଅସନ୍ତୋଷ ଜାହିର କରି ଦିଲ୍ଲୀରୁ ପାଟଣା ଫେରିଆସିଥିଲେ । ହେଲେ ସୋମବାର ମହାମେଣ୍ଟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ରହିଛି।

ବିହାରରେ ୭ଟି ପର୍ଯ୍ୟାୟରେ ମତଦାନ ହେବ। ଏପ୍ରିଲ ୧୧, ୧୮, ୨୩, ୨୯ ଏବଂ ମେ ୬, ୧୨, ଏବଂ ୧୯ । ସୂଚନାଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୪୦ଟି ଆସନରୁ ୩୧ଟି, ଆରଜେଡି ୪ଟି, କଂଗ୍ରେସ ୨ଟି ଏବଂ ଜେଡ଼ିୟୁ ୨ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe