ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ...

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୀତିକ ପାଣିପାଗ ସରଗରମ ହୋଇଛି। ନୀତୀଶ କୁମାର ଓ ବିଜେପି ଯୋଡ଼ି ବାଜିମାତ କରିବେ ନା ଆରଜେଡି-କଂଗ୍ରେସ ମେଣ୍ଟ ଏମାନଙ୍କ ଉପରେ ଭାରୀ ପଡ଼ିବେ, ତା’କୁ ନେଇ ସବୁଠି ଚାଲିଛି ଅଙ୍କକଷା। ଏସବୁ ଭିତରେ ଲୋକନୀତି-ସିଏସଡିଏସ ପକ୍ଷରୁ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ୨୮ରୁ ନଭେମ୍ବର ୭ ମଧ୍ୟରେ ୩ଟି ପର୍ଯ୍ୟାୟରେ ଲୋକମାନେ ବିହାରରେ କିଏ ସରକାର ଗଠନ କରିବ, ତା’ର ନିଷ୍ପତ୍ତି ନେବେ। ନଭେମ୍ବର ୧୦ରେ […]

ui

Hemant Lenka
  • Published: Tuesday, 20 October 2020
  • , Updated: 21 October 2020, 12:15 PM IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୀତିକ ପାଣିପାଗ ସରଗରମ ହୋଇଛି। ନୀତୀଶ କୁମାର ଓ ବିଜେପି ଯୋଡ଼ି ବାଜିମାତ କରିବେ ନା ଆରଜେଡି-କଂଗ୍ରେସ ମେଣ୍ଟ ଏମାନଙ୍କ ଉପରେ ଭାରୀ ପଡ଼ିବେ, ତା’କୁ ନେଇ ସବୁଠି ଚାଲିଛି ଅଙ୍କକଷା। ଏସବୁ ଭିତରେ ଲୋକନୀତି-ସିଏସଡିଏସ ପକ୍ଷରୁ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

ଆସନ୍ତା ୨୮ରୁ ନଭେମ୍ବର ୭ ମଧ୍ୟରେ ୩ଟି ପର୍ଯ୍ୟାୟରେ ଲୋକମାନେ ବିହାରରେ କିଏ ସରକାର ଗଠନ କରିବ, ତା’ର ନିଷ୍ପତ୍ତି ନେବେ। ନଭେମ୍ବର ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ଜନମତ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି।

ଲୋକନୀତି-ସିଏସଡିଏସର ଆକଳନ ଅନୁଯାୟୀ, ନୀତୀଶ କୁମାର ଓ ବିଜେପି ଯୋଡ଼ି ବିହାରରେ ପୁଣି ସରକାର ଗଠନ କରିବେ। ଏହାର ଅର୍ଥ ଏନଡିଏକୁ ବିହାରରେ ସରକାର ଗଠନ ପାଇଁ ଅନୁମତି ମିଳିବ। ସର୍ଭେ ସଂସ୍ଥାର ଆକଳନ କହୁଛି ଯେ ଏନଡିଏ ମେଣ୍ଟ ୧୩୩ରୁ ୧୪୩ଟି ଆସନ ପାଇବ। ସେହିପରି କଂଗ୍ରେସ-ଆରଜେଡି ଗଠନ କରିଥିବା ମହାମେଣ୍ଟ ସପକ୍ଷରେ ୮୮ରୁ ୯୮ଟି ଆସନ ପଡ଼ିବ। ଯଦି ଆକଳନ ସତ ହୁଏ, ଏନଡିଏ ଓ ମହାମେଣ୍ଟ ମଧ୍ୟରେ ଆସନ ବ୍ୟବଧାନ ବହୁତ କମ ରହିବ। ବିହାରରେ ସରକାର ଗଠନ କରିବାକୁ ୨୪୩ଟି ଆସନରୁ ୧୨୨ଟିରେ ଜିତିବାକୁ ପଡ଼ିବ।

ଅନ୍ୟପକ୍ଷରେ ଏନଡିଏରୁ ଅଲଗା ହୋଇ ଏକାକୀ ନିର୍ବାଚନ ଲଢ଼ୁଥିବା ଚିରାଗ ପାଶ୍ୱାନଙ୍କ ଏଲଜେପି ୨ରୁ ୬ ଓ ଅନ୍ୟାନ୍ୟ ଦଳ ୬ରୁ ୧୦ଟି ଆସନରେ ଜିତିବେ। ଭୋଟ ଶେୟାର କଥା ବିଚାରକୁ ନେଲେ ଏନଡିଏ ୩୮%, ମହାମେଣ୍ଟ ୩୨%, ଜିଡିଏସ୍‌ଏଫ ୭%, ଏଲଜେପି ୬% ଓ ଅନ୍ୟାନ୍ୟ ଦଳ ୧୭% ଭୋଟ ପାଇବେ।

ଜନମତ ସର୍ଭେ ଅନୁଯାୟୀ, ୨୦୧୫ ତୁଳନାରେ ୨୦୨୦ରେ ଏନଡିଏର ଭୋଟ ଭାଗ ପ୍ରାୟ ୫% ହ୍ରାସ ପାଇବ। ସେହିପରି ମହାମେଣ୍ଟର ଭୋଟ ପ୍ରତିଶତ ୩.୫% ବୃଦ୍ଧି ପାଇବ। ୨୦୧୫ରେ ଏନଡିଏର ଭୋଟ ଶେୟାର ୪୩% ରହିଥିବା ବେଳେ ମହାମେଣ୍ଟ ସପକ୍ଷରେ ୨୮.୫% ଭୋଟ ପଡ଼ିଥିଲା।

ପଢନ୍ତୁ- ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…

Related story