Advertisment

କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? ପ୍ରତିକ୍ରିୟା ରଖିଲେ ନୀତୀଶ କୁମାର

ପାଟନା: ବିହାରରେ ସରକାର ଗଠନ କରିବାକୁ ଏନଡିଏ ମ୍ୟାଜିକ ନମ୍ବର ହାସଲ କରିଥିଲେ ହେଁ କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ବିହାରରେ ସର୍ବଦା ଜେଡିୟୁ ବଡ଼ ଭାଇ ଭୂମିକାରେ ରହିଥିଲା। ବିଜେପି ଜୁନିୟର ପାର୍ଟନର ଭାବେ କାର୍ଯ୍ୟ କରୁଥିଲା। ହେଲେ ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ଦଳ ମାତ୍ର ୪୩ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୭୪ଟି ଆସନ ଜିତିଛି। ତେଣୁ ବଡ଼ […]

author-image
Hemant Lenka
ଅଦ୍ୟତନ ହୋଇଛି
କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? ପ୍ରତିକ୍ରିୟା ରଖିଲେ ନୀତୀଶ କୁମାର

n

ପାଟନା: ବିହାରରେ ସରକାର ଗଠନ କରିବାକୁ ଏନଡିଏ ମ୍ୟାଜିକ ନମ୍ବର ହାସଲ କରିଥିଲେ ହେଁ କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ବିହାରରେ ସର୍ବଦା ଜେଡିୟୁ ବଡ଼ ଭାଇ ଭୂମିକାରେ ରହିଥିଲା। ବିଜେପି ଜୁନିୟର ପାର୍ଟନର ଭାବେ କାର୍ଯ୍ୟ କରୁଥିଲା।

Advertisment

ହେଲେ ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ଦଳ ମାତ୍ର ୪୩ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୭୪ଟି ଆସନ ଜିତିଛି। ତେଣୁ ବଡ଼ ଭାଇ ରହିଥିବା ଜେଡିୟୁ ଏବେ ସାନ ଭାଇ ହୋଇଯାଇଛି। ଏବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଏନଡିଏ ମେଣ୍ଟରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ ନା ବିଜେପିର କେଉଁ ନେତା ଏହି ପଦ ସମ୍ଭାଳିବେ, ତା’କୁ ନେଇ ରାଜନୀତି ସରଗରମ ହୋଇଛି।

ଏସବୁ ଭିତରେ ନୀତୀଶ କୁମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ହେବାକୁ କୌଣସି ଦାବି କରି ନାହିଁ। ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ତା’ର ନିଷ୍ପତ୍ତି ଏନଡିଏ ନେବ। ଆମେ ବର୍ତ୍ତମାନ ନିର୍ବାଚନର ଫଳାଫଳକୁ ସମୀକ୍ଷା କରୁଛୁ।

Advertisment

ଆସନ୍ତାକାଲି ଏନଡିଏ ବୈଠକ ବସିବ। ଏଥିରେ ସମସ୍ତ ୪ ଦଳର ସଦସ୍ୟ ଯୋଗଦେବେ। ସେହିପରି ଶପଥ ପାଠ ଉତ୍ସବ କେବେ ଆୟୋଜନ କରାଯିବ, ସେ ସମ୍ପର୍କରେ ଏଯାଏ ନିଷ୍ପତ୍ତି ହୋଇନାହିଁ। ଶପଥ ପାଠ କାର୍ଯ୍ୟକ୍ରମ ଛଟ ପୂଜା ପରେ କିମ୍ବା ଦୀପାବଳି ପରେ ଆୟୋଜନ କରାଯିବ, ତା’ ଉପରେ କୌଣସି ଆଲୋଚନା ହୋଇନି। ଆଜି ଜେଡିୟୁର ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ ହୋଇଛି। ଏନଡିଏ ହିଁ ରାଜ୍ୟରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି।

ପଢ଼ନ୍ତୁ: ବିହାରରେ ୬୮% ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା

Bihar Politics Bihar Election