Advertisment

ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରୁ ପ୍ରତିବନ୍ଧକ ହଟାଇଲା ନେପାଳ

କାଠମାଣ୍ଡୁ: ନିଷ୍ପତ୍ତି ବଦଳାଇଲା ନେପାଳ ସରକାର। ମାସେ ହେବ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଗୁଡିକ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର। ନେପାଳ ଡିସ୍ ହୋମର ପରିଚାଳନା ନିର୍ଦ୍ଦେଶକ ସୁଦୀପ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ଆଚାର୍ଯ୍ୟ କହିଛନ୍ତି, “ନେପାଳରେ ନିଷିଦ୍ଧ ହୋଇଥିବା ସମସ୍ତ ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡିକୁ ଆମେ ପ୍ରସାରଣ ଆରମ୍ଭ କରିଛୁ”। ନେପାଳରେ ରାଜନୀତିକ ସଙ୍କଟ ଦେଖାଦେଇଥିବା ବେଳେ ଜୁଲାଇ ଆରମ୍ଭରେ ନେପାଳ ସରକାର ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଗୁଡିକର ପ୍ରସାରଣ ଉପରେ […]

ଅଦ୍ୟତନ ହୋଇଛି
ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରୁ ପ୍ରତିବନ୍ଧକ ହଟାଇଲା ନେପାଳ

NEPAL PEOPLE

Advertisment

କାଠମାଣ୍ଡୁ: ନିଷ୍ପତ୍ତି ବଦଳାଇଲା ନେପାଳ ସରକାର। ମାସେ ହେବ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଗୁଡିକ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର। ନେପାଳ ଡିସ୍ ହୋମର ପରିଚାଳନା ନିର୍ଦ୍ଦେଶକ ସୁଦୀପ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ଆଚାର୍ଯ୍ୟ କହିଛନ୍ତି, “ନେପାଳରେ ନିଷିଦ୍ଧ ହୋଇଥିବା ସମସ୍ତ ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡିକୁ ଆମେ ପ୍ରସାରଣ ଆରମ୍ଭ କରିଛୁ”।

Advertisment

ନେପାଳରେ ରାଜନୀତିକ ସଙ୍କଟ ଦେଖାଦେଇଥିବା ବେଳେ ଜୁଲାଇ ଆରମ୍ଭରେ ନେପାଳ ସରକାର ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଗୁଡିକର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହା ପରେ ନେପାଳ ଗଣମାଧ୍ୟମ ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରିଥିଲା।

https://twitter.com/ANI/status/1289862802987835392

ନେପାଳ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟି ମୁଖପାତ୍ର ନାରାୟଣ କାଜି କହିଛନ୍ତି ଯେ ନେପାଳ ସରକାର ଏବଂ ଆମ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଭାରତୀୟ ଗଣମାଧ୍ୟମରେ ବିଭ୍ରାନ୍ତିକର ପ୍ରଚାର କରିଥିଲା। ଯାହାକି, ସମସ୍ତ ସୀମା ଅତିକ୍ରମ କରିଥିଲା। ଏବେ ନେପାଳ ସରକାର ଭାରତୀୟ ଗଣମାଧ୍ୟମକୁ ପୁଣିଥରେ ଅନ୍ ଏୟାର କରିଛି।

Advertisment

ସୂଚନାଯୋଗ୍ୟ, ନେପାଳ ନିକଟରେ ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲା। ସେହି ଦିନଠାରୁ ନେପାଳରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ବୈଦେଶିକ ନୀତି ସମାଲୋଚନା ହୋଇଥିଲା। ଏବେ ତାଙ୍କ ଦଳ ଭିତରେ ଇସ୍ତଫା ଦାବି ଜୋରି ଧରିଛି।

Nepal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe