Advertisment

ନିଜ ପାର୍ଟିରୁ ବିଦା ହେଲେ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ ରାଜନୀତିରେ ଆସିଛି ବଡ଼ ଭୂକମ୍ପ। ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିରୁ ବହିଷ୍କାର କରିଦିଆଯାଇଛି। ଏହାସହ ପାର୍ଟିରୁ ତାଙ୍କର ସଦସ୍ୟତା ମଧ୍ୟ ଋଦ୍ଦ କରିଦିଆଯାଇଛି। ସ୍ପ୍ଲିଣ୍ଟର ଗ୍ରୁପର ସେଣ୍ଟ୍ରାଲ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଏନଆଇକୁ ଖବର ଦେଇ ସ୍ପ୍ଲିଣ୍ଟର ଗ୍ରୁପର ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠ କହିଛନ୍ତି, ଓଲିଙ୍କୁ ବହିଷ୍କାର କରିବା ସହ ତାଙ୍କର ସଦସ୍ୟତାକୁ ବାତିଲ କରାଯାଇଛି। ପାର୍ଟିରେ ଓଲିଙ୍କ ବିରୋଧରେ ଦୀର୍ଘଦିନ ଧରି […]

ଅଦ୍ୟତନ ହୋଇଛି
ନିଜ ପାର୍ଟିରୁ ବିଦା ହେଲେ ପ୍ରଧାନମନ୍ତ୍ରୀ

oli

Advertisment

କାଠମାଣ୍ଡୁ: ନେପାଳ ରାଜନୀତିରେ ଆସିଛି ବଡ଼ ଭୂକମ୍ପ। ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିରୁ ବହିଷ୍କାର କରିଦିଆଯାଇଛି। ଏହାସହ ପାର୍ଟିରୁ ତାଙ୍କର ସଦସ୍ୟତା ମଧ୍ୟ ଋଦ୍ଦ କରିଦିଆଯାଇଛି। ସ୍ପ୍ଲିଣ୍ଟର ଗ୍ରୁପର ସେଣ୍ଟ୍ରାଲ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଏନଆଇକୁ ଖବର ଦେଇ ସ୍ପ୍ଲିଣ୍ଟର ଗ୍ରୁପର ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠ କହିଛନ୍ତି, ଓଲିଙ୍କୁ ବହିଷ୍କାର କରିବା ସହ ତାଙ୍କର ସଦସ୍ୟତାକୁ ବାତିଲ କରାଯାଇଛି।

Advertisment

ପାର୍ଟିରେ ଓଲିଙ୍କ ବିରୋଧରେ ଦୀର୍ଘଦିନ ଧରି ସ୍ୱର ତେଜିବାରେ ଲାଗିଥିଲା। ଏନସିପିର ଅଲଗା ଦଳର ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଶୁକ୍ରବାର ରାଜଧାନୀ କାଠମାଣ୍ଡୁରେ ଏକ ବଡ଼ ସରକାରୀ ବିରୋଧୀ ରାଲି କରିଥିଲେ। ଏହି ରାଲିରେ ସେ କହିଥିଲେ ଯେ 'ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଦ୍ୱାରା ସଂସଦକୁ ବେଆଇନ୍ ଭାବେ ଭଙ୍ଗାଗଲା। ଯାହା ଦ୍ୱାରା ଦେଶର ସଂଘୀୟ ଲୋକତାନ୍ତ୍ରିକ ପ୍ରଣାଳୀ ପାଇଁ ବଡ଼ ବିପଦ ହୋଇଛି। ପୁଷ୍ପ କମଲ ଆହୁରି କହିଛନ୍ତି, ଓଲି ନା କେବଳ ପାର୍ଟିର ସମ୍ବିଧାନ ଓ ପ୍ରକ୍ରିୟାର ଉଲ୍ଲଙ୍ଘନ କରିଛନ୍ତି ବରଂ ନେପାଳର ସମ୍ବିଧାନର ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ନେପାଳ ରାଜନୀତିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ସଂସଦ ଭଙ୍ଗ ହେବା ପରଠାରୁ ରାଜନୀତିକ ଉତ୍ତେଜନା ବଢ଼ିବାରେ ଲାଗିଛି। ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର କହିଛନ୍ତି, ଦେଶର ଅନ୍ତରୀଣ ସମସ୍ୟାରେ ବାହ୍ୟ ହସ୍ତକ୍ଷେପକୁ କଦାପି ସହ୍ୟ କରାଯିବ ନାହିଁ। ଅନ୍ୟପକ୍ଷରେ ଚାଇନା ଏହି ମାମଲାରେ ହସ୍ତକ୍ଷେପ କରିବାକୁ ପ୍ରୟାସ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe