china embassey
କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଭାରତ ବିରୋଧ କରିବାର ଫାଇଦା ମିଳିଛି। ଶେଷ ମୁହୂର୍ତ୍ତରେ ଓଲିଙ୍କ ପାଇଁ ମିଡିଲ ମ୍ୟାନ ସାଜିଛି କାଠମାଣ୍ଡୁ ସ୍ଥିତ ଚୀନର ଦୂତାବାସ। ଓଲିଙ୍କ ଗାଦି ରକ୍ଷା ପାଇଁ ଶାସକ ଦଳର ଅସନ୍ତୁଷ୍ଟ ନେତାଙ୍କ ସହିତ ଚୀନ ଦୂତାବାସ ଅଧିକାରୀ ହାଓ ୟା ଆଲୋଚନା କରୁଥିବା ସୂଚନା ରହିଛି।
ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ଓଲିଙ୍କ ଘୋର ବିରୋଧୀ କୁହାଯାଉଥିବା ପୁଷ୍ପ କମଳ ଦହଳ (ପ୍ରଚଣ୍ଡ)ଙ୍କ ସମର୍ଥକ ମାଧବ ନେପାଳଙ୍କ ସହ ହାଓ ୟା ଆଲୋଚନା କରିଥିବା ସୂଚନା ରହିଛି। ଓଲିଙ୍କ ପାଇଁ ବିରୋଧୀ ଦଳ ଯେତେ କଣ୍ଟା ନୁହଁ, ତାଠୁ ବଡ଼ କଣ୍ଟା ପାଲଟିଛି ତାଙ୍କ ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ। ଓଲିଙ୍କ ଭବିଷ୍ୟତ ନେଇ ସୋମବାର ଦଳରେ ସ୍ଥାୟୀ ସମିତି ବୈଠକ ହେବାର ଥିଲା। ଏବେ କିନ୍ତୁ ଚୀନ ଦୂତାବାସ ମୁଣ୍ଡ ପୁରାଇବା ପରେ ଏହି ବୈଠକକୁ ବୁଧବାର ଯାଏ ସ୍ଥଗିତ ରଖାଯାଇଛି। ଏ ନେଇ ଓଲିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ହେଲେ ବୈଠକ ସ୍ଥଗିତ ହେବାର କାରଣ ଦର୍ଶାଯାଇ ନାହିଁ।
ସେହିପରି ଶନିବାର ଯାଏ ୪୫ ସଦସ୍ୟଙ୍କୁ ନେଇ ବସିବାକୁ ଥିବା ବୈଠକ ମଧ୍ୟ ବାତିଲ୍ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/china-embassey-1.jpg)