Advertisment

ନେପାଳ: ୫ ଦିନ ପରେ ଧ୍ୱଂସାବଶେଷରୁ ଯୁବକ ଜୀବିତ ଉଦ୍ଧାର

କାଠମାଣ୍ଡୁ: ନେପାଳରେ ହୋଇଥିବା ଭୟାବହ ଭୂକମ୍ପର ୫ ଦିନ ପରେ ଆଜି କାଠମାଣ୍ଡୁର ଏକ ଧ୍ୱସ୍ତବିଧ୍ୱସ୍ତ ଗେଷ୍ଟହାଉସରୁ ଜଣେ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପେମ୍ବା ଲାମା। ତାଙ୍କୁ ପ୍ରାୟ ୧୬ ବର୍ଷ ହେବ। ତାଙ୍କୁ ଡାଙ୍କରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସଂପର୍କରେ ଆଉ ଅଧିକ କିଛି ଜଣାପଡ଼ି ନାହିଁ ବୋଲି ନେପାଳ ପୋଲିସର ମୁଖପାତ୍ର କମଲ ସିଂ ବାମ କହିଛନ୍ତି। ହିଲଟନ୍ ନାମକ ଏହି ଗେଷ୍ଟହାଉସଟି କାଠମାଣ୍ଡୁ ସହର ବାହାରେ ଥିଲା। ପିଲାଟି […]

ଅଦ୍ୟତନ ହୋଇଛି

Gudguda waterfall

Advertisment

କାଠମାଣ୍ଡୁ: ନେପାଳରେ ହୋଇଥିବା ଭୟାବହ ଭୂକମ୍ପର ୫ ଦିନ ପରେ ଆଜି କାଠମାଣ୍ଡୁର ଏକ ଧ୍ୱସ୍ତବିଧ୍ୱସ୍ତ ଗେଷ୍ଟହାଉସରୁ ଜଣେ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପେମ୍ବା ଲାମା। ତାଙ୍କୁ ପ୍ରାୟ ୧୬ ବର୍ଷ ହେବ। ତାଙ୍କୁ ଡାଙ୍କରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସଂପର୍କରେ ଆଉ ଅଧିକ କିଛି ଜଣାପଡ଼ି ନାହିଁ ବୋଲି ନେପାଳ ପୋଲିସର ମୁଖପାତ୍ର କମଲ ସିଂ ବାମ କହିଛନ୍ତି।

Advertisment

ହିଲଟନ୍ ନାମକ ଏହି ଗେଷ୍ଟହାଉସଟି କାଠମାଣ୍ଡୁ ସହର ବାହାରେ ଥିଲା। ପିଲାଟି ସେଠାରେ ରହୁଥିଲା ବୋଲି ମନେ କରାଯାଉଛି।

ଭୂକଂପର ୫ ଦିନ ପରେ ଏହି ଯୁବକ ଜଣଙ୍କ ଧ୍ୱଂସାବଶେଷ ତଳେ ଜୀବିତ ରହିଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନେପାଳରେ ଏହି ବଡ଼ ଭୂକଂପ ଘଟିବାର ପ୍ରାୟ ୮୨ ଘଣ୍ଟା ପରେ ଗତ ମଙ୍ଗଳବାର ରାତିରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ଏକ ଭୁଶୁଡ଼ି ପଡ଼ିଥିବା ହୋଟେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ତାଙ୍କ ଓଠ ଫାଟି ଯାଇଥିଲା। ଆଙ୍ଗୁଠି ଧଳା ହୋଇଯିବା ଆରମ୍ଭ କରିଥିଲା। ଉଦ୍ଧାର ପରେ ଯୁବକ ଜଣଙ୍କ କହିଥିଲେ ଯେ ସେ ପରିସ୍ରା ପିଇ ଜୀବିତ ଥିଲେ।
ସେହିପରି ଏହି ବଡ଼ ଭୂକଂପର ପ୍ରାୟ ୨୨ ଘଣ୍ଟା ପରେ ଭକ୍ତପୁର ସହହରେ ଏକ ଭଙ୍ଗା କୋଠା ମଧ୍ୟରୁ ଗୋଟିଏ ଚାରି ବର୍ଷର ଶିଶୁକୁ ଜୀବିତ ଉଦ୍ଧାର କରାଯାଇଥିଲା। ଉଦ୍ଧାରକାରୀ ଦଳ ଓ ଯବାନମାନେ ପ୍ରଥମେ ଯେତେବେଳେ ସେଠାରେ ଖୋଜାଖୋଜି କରି ଥିଲେ ଛୁଆଟିକୁ ପାଇ ନ ଥିଲେ। କିନ୍ତୁ ପରେ ଧ୍ୱସ୍ତ କୋଠାର ଏକ ସ୍ଥାନରୁ ସେମାନେ ଛୁଆଟିର କାନ୍ଦ ଶୁଣିପାରିଲେ। ତେଣୁ ସେମାନେ ପୁଣି ଖୋଜାଖୋଜି କଲେ। ତା’ପରେ ଛୁଆଟିକୁ ଉଦ୍ଧାର କରାଯାଇଥିଲା। ଛୁଆଟିର ନାଁ ସୋନିତ ଅୱାଲ। ତା’ର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ତା’ଶରୀର ଭିତରେ କୌଣସି ପ୍ରକାର ଆଘାତ ହୋଇନାହିଁ।

Advertisment

ଏବେବି ଅନେକ ଧ୍ୱସ୍ତବିଧ୍ୱସ୍ତ କୋଠା ତଳେ ଲୋକେ ଦବି ରହିଥିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ବଢ଼ି ୬୦୦୦ ହଜାରରେ ପହଞ୍ଚି ଗଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe