Advertisment

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲାଙ୍କ ପରଲୋକ

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳୀ କଂଗ୍ରେସ ଅଧ୍ୟକ୍ଷ ସୁଶୀଲ କୋଇରାଲା (୭୯)ଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ ଗଳା କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବାକୁ ତାଙ୍କ ପାର୍ଥବ ଶରୀରକୁ କାଠମାଣ୍ଡୁର ସାନେପା ସ୍ଥିତ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ନିଆଯିବ। ନେପାଳୀ କଂଗ୍ରେସର ସାଧାରଣ ସଂସଦ ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ କୋଇରାଲାଙ୍କ ପରଲୋକ ହୋଇଛି। ଦଳର ଅଧ୍ୟକ୍ଷ ପଦକୁ ନିଜ ପାଖରେ ରଖିବାକୁ ସେ […]

ଅଦ୍ୟତନ ହୋଇଛି
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲାଙ୍କ ପରଲୋକ

sushil

Advertisment

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳୀ କଂଗ୍ରେସ ଅଧ୍ୟକ୍ଷ ସୁଶୀଲ କୋଇରାଲା (୭୯)ଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ ଗଳା କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବାକୁ ତାଙ୍କ ପାର୍ଥବ ଶରୀରକୁ କାଠମାଣ୍ଡୁର ସାନେପା ସ୍ଥିତ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ନିଆଯିବ।

Advertisment

ନେପାଳୀ କଂଗ୍ରେସର ସାଧାରଣ ସଂସଦ ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ କୋଇରାଲାଙ୍କ ପରଲୋକ ହୋଇଛି। ଦଳର ଅଧ୍ୟକ୍ଷ ପଦକୁ ନିଜ ପାଖରେ ରଖିବାକୁ ସେ ଯଥା ସମ୍ଭବ ଚେଷ୍ଟା କରୁଥିବା ବେଳେ ତାଙ୍କର ମୃତ୍ୟ ଘଟିଛି।

ଭାରତର ବନାରସରେ ଜନ୍ମ ହୋଇଥିବା ସ୍ୱର୍ଗତ କୋଇରାଲା ୧୯୫୪ରେ ରାଜନୀତିକୁ ଓହ୍ଲାଇଥିଲେ। ୧୯୬୦ରୁ ଶାହି ବିବାଦ ଲାଗି ସେ ୧୬ ବର୍ଷ ପାଇଁ ଭାରତରେ ରାଜନୈତିକ ନିର୍ବାସନରେ ଥିଲେ। ୧୯୭୩ରେ ବିମାନ ଅପହରଣ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ସେ ଭାରତରେ ୩ ବର୍ଷ ଜେଲଦଣ୍ଡ ଭୋଗିଛନ୍ତି। ୨୦୧୪ ଫେବୃୟାରୀ ୧୦ ତାରିଖରେ ସେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। କୋଇରାଲାଙ୍କ ଅନ୍ତିମ ସଂସ୍କାର ବୁଧବାର କରାଯିବ।

Advertisment

ସୁଶୀଲ କୋଇରାଲାଙ୍କ ବିୟୋଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ଭାରତ ଏକ ଭଲ ବନ୍ଧୁଙ୍କୁ ହରାଇଛି। ତାଙ୍କ ବିୟୋଗରେ ନେପାଳୀ କଂଗ୍ରେସ ଦଳର ଅପୂରଣୀୟ କ୍ଷତି ହୋଇଛି’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe