Advertisment

ନେପାଳର ଦୁଃଖ ଆମର ଦୁଃଖ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍ କୀ ବାତ୍’ରେ ନେପାଳରେ ଗତକାଲି ଘଟିଯାଇଥିବା ଭୟାବହ ଭୂମିକମ୍ପ କଥା ଉଠାଇ ସ୍ଥାନୀୟ ଦେଶବାସୀଙ୍କ ପ୍ରତି ସମବେଦନା ଜଣାଇଥିଲେ। ସେ କହିଥିଲେ, ଏଭଳି ଦୁର୍ଦ୍ଧିନରେ ନେପାଳକୁ ଭାରତ ଆବଶ୍ୟକୀୟ ସହଯୋଗ ଓ ସହାୟତାର ହାତ ବଢ଼ାଇଛି। ଆକାଶବାଣୀରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ମୋଦି କହିଥିଲେ ଯେ ଗୁଜୁରାଟର କଚ୍ଛରେ ହୋଇଥିବା ଭୂମିକମ୍ପକୁ ସେ ଖୁବ୍ ନିକଟରୁ ଦେଖିଲେ। ଏହାର ଭୟାବହତା ସଂପର୍କରେ ତାଙ୍କର ଅନୁଭବ ରହିଛି। ଗତକାଲି ଭୟାବହ […]

ନେପାଳର ଦୁଃଖ ଆମର ଦୁଃଖ: ମୋଦି

modimannkibaat

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍ କୀ ବାତ୍’ରେ ନେପାଳରେ ଗତକାଲି ଘଟିଯାଇଥିବା ଭୟାବହ ଭୂମିକମ୍ପ କଥା ଉଠାଇ ସ୍ଥାନୀୟ ଦେଶବାସୀଙ୍କ ପ୍ରତି ସମବେଦନା ଜଣାଇଥିଲେ। ସେ କହିଥିଲେ, ଏଭଳି ଦୁର୍ଦ୍ଧିନରେ ନେପାଳକୁ ଭାରତ ଆବଶ୍ୟକୀୟ ସହଯୋଗ ଓ ସହାୟତାର ହାତ ବଢ଼ାଇଛି।

Advertisment

ଆକାଶବାଣୀରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ମୋଦି କହିଥିଲେ ଯେ ଗୁଜୁରାଟର କଚ୍ଛରେ ହୋଇଥିବା ଭୂମିକମ୍ପକୁ ସେ ଖୁବ୍ ନିକଟରୁ ଦେଖିଲେ। ଏହାର ଭୟାବହତା ସଂପର୍କରେ ତାଙ୍କର ଅନୁଭବ ରହିଛି। ଗତକାଲି ଭୟାବହ ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ନେପାଳର ଭାଇଭଉଣୀଙ୍କୁ ସାହାଯ୍ୟ କରିବା ଲାଗି ଭାରତ ପୂରା ପ୍ରସ୍ତୁତ।

ସେ କହିଥିଲେ, ଉଦ୍ଧାର କାମକୁ ପ୍ରାଥମିକତା ଦିଆଯାଇଛି। ଧ୍ୱଂସାବେଶଷ ତଳେ ଦବି ରହିଥିବା ଲୋକମାନଙ୍କୁ ଜୀବିତ ଉଦ୍ଧାର କରିବା ଉପରେ ପ୍ରାଥମିକତା ଦିଆଯାଉଛି। ସେଥିଲାଗି ଏହି କାର୍ଯ୍ୟରେ ଅଭିଜ୍ଞତା ରହିଥିବା ବିଶେଷଜ୍ଞଙ୍କ ଟିମକୁ ସେଠାକୁ ପଠାଯାଇଛି। ଏହି ବିପଦ ସମୟରେ ଆମେ ସବୁ ନେପାଳୀଙ୍କ ଲୁହ ପୋଛିବୁ। ସେମାନଙ୍କୁ ସାହାଯ୍ୟ କରିବୁ। ନେପାଳବାସୀଙ୍କ ଦୁଃଖ ଆମର ଦୁଃଖ। ଭାରତର ୧୨୫ କୋଟି ଲୋକଙ୍କ ପାଇଁ ନେପାଳୀମାନେ ହେଉଛନ୍ତି ଆପଣା ଲୋକ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe