Advertisment

ନେପାଳରେ ମୃତକଙ୍କ ସଂଖ୍ୟା ୫୦୦୬; ଧୀରେ ଧୀରେ ସାମାନ୍ୟ ହେଉଛି କାଠମାଣ୍ଡୁ

କାଠମାଣ୍ଡୁ: ଭୟାବହ ଭୂମିକମ୍ପରେ ନେପାଳରେ ବୁଧବାର ମୃତକଙ୍କ ସଂଖ୍ୟା ୫୦୦୬ରେ ପହଞ୍ଚିଛି। ନେପାଳର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି ଏହି ସୂଚନା। ଆହତଙ୍କ ସଂଖ୍ୟା ୭୦୦୦ ଟପି ଯାଇଛି। ମଝିରେ ମଝିରେ ବର୍ଷା ବାଧକ ସାଜିଥିବା ସତ୍ତ୍ୱେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରସୋରରେ ଚାଲିଛି। ଅନ୍ୟପକ୍ଷରେ ଏହି ଭୟାବହ ଭୂମିକମ୍ପର ୪ ଦିନ ପରେ ଆଜିଠାରୁ କାଠମାଣ୍ଡୁରେ ସ୍ଥିତି ଧୀରେ ଧୀରେ ସାମାନ୍ୟ ହେଉଥିବା ଲକ୍ଷ୍ୟ କରାଯାଇଥିଲା। ଲୋକେ ଦୈନନ୍ଦିନ ଜୀବନଧାରାକୁ ଫେରିବାକୁ ଚେଷ୍ଟା କରୁଛନ୍ତି। […]

ଅଦ୍ୟତନ ହୋଇଛି
ନେପାଳରେ ମୃତକଙ୍କ ସଂଖ୍ୟା ୫୦୦୬; ଧୀରେ ଧୀରେ ସାମାନ୍ୟ ହେଉଛି କାଠମାଣ୍ଡୁ

mobilecharg

Advertisment

କାଠମାଣ୍ଡୁ: ଭୟାବହ ଭୂମିକମ୍ପରେ ନେପାଳରେ ବୁଧବାର ମୃତକଙ୍କ ସଂଖ୍ୟା ୫୦୦୬ରେ ପହଞ୍ଚିଛି। ନେପାଳର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି ଏହି ସୂଚନା। ଆହତଙ୍କ ସଂଖ୍ୟା ୭୦୦୦ ଟପି ଯାଇଛି। ମଝିରେ ମଝିରେ ବର୍ଷା ବାଧକ ସାଜିଥିବା ସତ୍ତ୍ୱେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରସୋରରେ ଚାଲିଛି।
ଅନ୍ୟପକ୍ଷରେ ଏହି ଭୟାବହ ଭୂମିକମ୍ପର ୪ ଦିନ ପରେ ଆଜିଠାରୁ କାଠମାଣ୍ଡୁରେ ସ୍ଥିତି ଧୀରେ ଧୀରେ ସାମାନ୍ୟ ହେଉଥିବା ଲକ୍ଷ୍ୟ କରାଯାଇଥିଲା। ଲୋକେ ଦୈନନ୍ଦିନ ଜୀବନଧାରାକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ଆଜି ସକାଳେ ଏଠାରେ କିଛି ଦୋକାନ ଖୋଲା ରହିଥିଲା। ରାସ୍ତାରେ ଗାଡ଼ି ଚଳାଚଳ କରିଥିଲା। ୪ ଦିନ ପରେ ଲୋକଙ୍କୁ ବିଦୁ୍ୟତ୍ ସେବା ମିଳିଥିଲା। କାଠମାଣ୍ଡୁର ତିନୋଟି ମୁଖ୍ୟ ସବ୍-ଷ୍ଟେସନ୍କୁ ଆଂଶିକ ଭାବେ ସଜଡ଼ା ଯାଇଛି। ଭାରତର ପାୱାର ଗ୍ରୀଡ଼ କର୍ପୋରେସନ ଏଥିରେ ନେପାଳର ଶକ୍ତି ବିଭାଗକୁ ସହଯୋଗ କରିଥିଲା। ଟେଲିଫୋନଗୁଡ଼ିକ ବି କାମ କରିବା ଆରମ୍ଭ କରି ଦେଇଛି। କିଛି ସ୍ଥାନରେ ଏଟିଏମ କାଉଣ୍ଟର ଖୋଲା ରହିଥିଲା। ତେବେ ପାଣି, ଶୁଖିଲା ଖାଦ୍ୟ, କ୍ଷୀର ଭଳି ଅତ୍ୟାବଶ୍ୟକ ଜିନିଷ ଆବଶ୍ୟକ ପରିମାଣରେ ଉପଲବ୍ଧ ହୋଇପାରିନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଏହି ଭୂମିକମ୍ପରେ ନେପାଳର ୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୦ ଲକ୍ଷ ଲୋକ ଏବେ ପାଣି ଓ ଖାଦ୍ୟ ପାଇଁ ଲଢ଼େଇ କରୁଛନ୍ତି ବୋଲି କୁହାଯାଇଛି।

Advertisment

ଅନ୍ୟପକ୍ଷରେ ଆହୁରି ପଶ୍ଚାତ ଭୂକଂପ ଭୟରେ ଲୋକଙ୍କର କାଠମାଣ୍ଡୁ ଛାଡ଼ିବା ପ୍ରକ୍ରିୟା ଅବ୍ୟାହତ ରହିଛି। ଆଜି କାଠମାଣ୍ଡୁ ସହରରୁ ବାହାରକୁ ଯିବା ପାଇଁ ରହିଥିବା ବିଭିନ୍ନ ପଏଣ୍ଟରେ ଲୋକଙ୍କ ଭିଡ଼ ଜମି ଥିଲା।
କାଠମାଣ୍ଡୁ ଧୀରେ ଧୀରେ ସାମାନ୍ୟ ହେଉଥିବା ବେଳେ ଆଜି ଏଠାରେ କିଛି ଲୁଟପାଟ ଘଟଣା ସାମ୍ନାକୁ ଆସିଥିଲା। ଭାଙ୍ଗିଯାଇଥିବା ଘରଗୁଡ଼ିକରୁ ଲୁଟପାଟ କରୁଥିବା ଅଭିଯୋଗରେ ନେପାଳ ପୁଲିସ ଡଜନେରୁ ଅଧିକ ଲୋକଙ୍କୁ ଗିରଫ କରିଛି। ସେହିଭଳି ପୁଣି ବଡ଼ ଧରଣ ଭୂକମ୍ପ ଆସୁଛି ବୋଲି ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ନେପାଳ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe