Advertisment

ନେପାଳରେ ପୁଣି ଭୂକମ୍ପ ଝଟକା, ମୃତକଙ୍କ ସଂଖ୍ୟା ୫ହଜାର ଟପିଲା

ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନେପାଳବାସୀ ଅସନ୍ତୁଷ୍ଟ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିବ: ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲା କାଠମାଣ୍ଡୁ: ଭୂମିକମ୍ପ ନେପାଳର ପିଛା ଛାଡୁନି। ଶନିବାର ବଡ଼ ଭୂମିକମ୍ପ ପରେ ଛାରଖାର ହୋଇଯାଇଥିବା ନେପାଳରେ ପଶ୍ଚାତ ଭୂକମ୍ପ ଅବ୍ୟାହତ ରହିଛି। ଆଜି ଭୋରରେ ପୁଣି ଏଠାରେ ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଥିଲା। ଭୋର ୪ଟା ୧୦ ଓ ୫ଟା ୫ରେ ଅନୁଭୁତ ହୋଇଥିଲା ଏହି ଦୁଇ ଭୂକମ୍ପ ଝଟକା। ଏହାକୁ ମିଶାଇ ଗତ ୪ […]

ନେପାଳରେ ପୁଣି ଭୂକମ୍ପ ଝଟକା, ମୃତକଙ୍କ ସଂଖ୍ୟା ୫ହଜାର ଟପିଲା

nepaldisaster

Advertisment

ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନେପାଳବାସୀ ଅସନ୍ତୁଷ୍ଟ
ମୃତକଙ୍କ ସଂଖ୍ୟା ୧୦ ହଜାର ଟପିବ: ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲା

Advertisment

କାଠମାଣ୍ଡୁ: ଭୂମିକମ୍ପ ନେପାଳର ପିଛା ଛାଡୁନି। ଶନିବାର ବଡ଼ ଭୂମିକମ୍ପ ପରେ ଛାରଖାର ହୋଇଯାଇଥିବା ନେପାଳରେ ପଶ୍ଚାତ ଭୂକମ୍ପ ଅବ୍ୟାହତ ରହିଛି। ଆଜି ଭୋରରେ ପୁଣି ଏଠାରେ ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଥିଲା। ଭୋର ୪ଟା ୧୦ ଓ ୫ଟା ୫ରେ ଅନୁଭୁତ ହୋଇଥିଲା ଏହି ଦୁଇ ଭୂକମ୍ପ ଝଟକା। ଏହାକୁ ମିଶାଇ ଗତ ୪ ଦିନ ମଧ୍ୟରେ ନେପାଳରେ ୮୫ରୁ ଅଧିକ ଥର ଭୂମିକମ୍ପ ହୋଇସାରିଲାଣି।

ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ବି ଦିନକୁ ଦିନ ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ୫୦୦୦ ଜଣ ଲୋକ ପ୍ରାଣ ହରାଇସାରିଛନ୍ତି। ଏବେବି ଅନେକ ନିଖୋଜ ଥିବା ବେଳେ ଆହତଙ୍କ ସଂଖ୍ୟା ୭୦୦୦ ପାଖାପାଖି ହୋଇଗଲାଣି। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଭୂକମ୍ପ ଯୋଗୁ ନେପାଳରେ ୮୦ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୫୦ ହଜାର ଗର୍ଭବତୀ ମହିଳା।

କାଠମାଣ୍ଡୁରେ ଆତଙ୍କିତ ଲୋକେ ଗଲା ୪ ଦିନ ହେଲାଣି ଖୋଲା ଆକାଶ ତଳେ ରହୁଛନ୍ତି। ଯେଉଁମାନଙ୍କର ଘରଦ୍ୱାର ଭାଙ୍ଗି ଯାଇଛି ସେମାନେ ଖୋଲା ଆକାଶ ତଳେ ରହୁଛନ୍ତି ଓ ଯେଉଁମାନଙ୍କ ଘର ଅଛି ସେମାନେ ବି ଖୋଲା ଆକାଶ ତଳେ ରହୁଛନ୍ତି । କାରଣ ହେଉଛି ବାରମ୍ବାର ପଶ୍ଚାତ ଭୂକଂପ। ତେବେ ଏତିକିରେ ଶେଷ ହୋଇଯାଇନି ସେମାନଙ୍କ ଦୁର୍ଦ୍ଧଶା। ବର୍ଷା ସେମାନଙ୍କ ଦୁଃଖକୁ ଦୁଇ ଗୁଣିତ କରି ଦେଇଛି । ଖାଦ୍ୟ ଓ ପାନୀୟ ଜଳ ସଙ୍କଟ ଦେଖାଯାଇଛି । ଏଭଳି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ନେଇ ନେପାଳ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହଜାର ହଜାର ଲୋକ। ନେପାଳ ସରକାର ଯେମିତି ମାତ୍ରାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା କଥା ସେତିକି କରୁନାହାନ୍ତି । ଧିମା ଗତିରେ ଚାଲିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ । ସରକାର ମଧ୍ୟ ଏହାକୁ ମାନିଛନ୍ତି ଓ ଆଗକୁ ଏହି କାର୍ଯ୍ୟକୁ ଦ୍ରୁତ ଗତିରେ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।
ଅନ୍ୟପକ୍ଷରେ ଗତକାଲିଠାରୁ ଶତାଧିକ ଲୋକ କାଠମାଣ୍ଡୁ ଛାଡ଼ି ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ପଳାଇଯାଉଥିବା ଲକ୍ଷ୍ୟ କରାଯାଇଛି । ସେମାନେ ସୁରକ୍ଷିତ ଓ ସମତଳ ସ୍ଥାନକୁ ପଳାଇଯାଉଛନ୍ତି।
ଭାରତ ସମେତ ଆମେରିକା, ଚୀନ, ଫ୍ରାନ୍ସ ଆଜି ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe