Advertisment

ମୋ ବାପା ହିନ୍ଦୁ ଥିଲେ ଓ ଅନ୍ୟ ଧର୍ମକୁ ସମ୍ମାନ ଦେଉଥିଲେ: ସୁଭାଷଙ୍କ ଝିଅ

କୋଲକାତା: ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ ଧୂମଧାମରେ ସାରା ଦେଶରେ ପାଳନ କରାଯାଇଛି। ଦେଶରେ ନେତାଜୀ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯାଇଛି। ଏହି ଅବସରରେ ଜର୍ମାନୀରେ ରହୁଥିବା ତାଙ୍କ ଝିଅ ଅନିତା ବୋଷ ଫାଫ୍ ନିଜ ପିତାଙ୍କ ସମ୍ବନ୍ଧରେ କିଛି ରୋଚକ କଥା ଶେଆର୍ କରିଛନ୍ତି। ନେତାଜୀଙ୍କ ଝିଅ ଅନିତା ମ୍ୟୁନିକରେ ଭାରତୀୟ ବାଣିଜ୍ୟ ଦୂତାବାସର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲ୍ […]

ଅଦ୍ୟତନ ହୋଇଛି
ମୋ ବାପା ହିନ୍ଦୁ ଥିଲେ ଓ ଅନ୍ୟ ଧର୍ମକୁ ସମ୍ମାନ ଦେଉଥିଲେ: ସୁଭାଷଙ୍କ ଝିଅ

NETAJI

Advertisment

କୋଲକାତା: ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ ଧୂମଧାମରେ ସାରା ଦେଶରେ ପାଳନ କରାଯାଇଛି। ଦେଶରେ ନେତାଜୀ ଜୟନ୍ତୀକୁ 'ପରାକ୍ରମ ଦିବସ' ଭାବେ ପାଳନ କରାଯାଇଛି। ଏହି ଅବସରରେ ଜର୍ମାନୀରେ ରହୁଥିବା ତାଙ୍କ ଝିଅ ଅନିତା ବୋଷ ଫାଫ୍ ନିଜ ପିତାଙ୍କ ସମ୍ବନ୍ଧରେ କିଛି ରୋଚକ କଥା ଶେଆର୍ କରିଛନ୍ତି।

Advertisment

ନେତାଜୀଙ୍କ ଝିଅ ଅନିତା ମ୍ୟୁନିକରେ ଭାରତୀୟ ବାଣିଜ୍ୟ ଦୂତାବାସର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲ୍ ପୋଷ୍ଟରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମୋ ପିତା ଜଣେ ହିନ୍ଦୁ ଥିଲେ। କିନ୍ତୁ ସେ ଅନ୍ୟ ଧର୍ମକୁ ମଧ୍ୟ ବରାବର ସମ୍ମାନ କରନ୍ତି। ମୋ ପିତା ସର୍ବଦା ନିଜର ଅନୁଗାମୀ ଯଥା ଇଣ୍ଡିଆନ୍ ନ୍ୟାଶନାଲ୍ ଆର୍ମିର ସଦସ୍ୟ, ତାଙ୍କର ବନ୍ଧୁ ଓ ପରିବାରଙ୍କୁ ପ୍ରେରିତ କରିଆସିଛନ୍ତି।

ଜର୍ମାନୀର ଅର୍ଥନୀତିଜ୍ଞ ଥିବା ଅନିତା ଆହୁରି କହିଛନ୍ତି, ମୋ ପିତା ଚିନ୍ତାଶୀଳ ହେବା ସହ କାମ କରିବା ଉପରେ ଅଧିକ ବିଶ୍ୱାସ କରୁଥିଲେ। ନେତାଜୀ ଚାହୁଁଥିଲେ ଭାରତ ଆଧୁନିକୀକରଣ ହେବା ସହ ସାରା ଦୁନିଆରେ ସବୁଠାରୁ ଆଗରେ ରହୁ। ଦେଶକୁ ନେଇ ଜଡ଼ିତ ଧାର୍ମିକ ପରମ୍ପରା, ଦର୍ଶନ ଓ ଇତିହାସ ମାମଲାରେ ମଧ୍ୟ ମୋ ପିତାଙ୍କ ବିଚାର ଅଧିକ ମଜଭୁତ୍ ଥିଲା। ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ସେ (ନେତାଜୀ) ଅନେକ କଠିନ ଚ୍ୟାଲେଞ୍ଜକୁ ସାହସିକତାର ସହ ସାମ୍ନା କରିଛନ୍ତି। ବଡ଼ କଥା ହେଉଛି ମୋ ପିତା ମଧ୍ୟ ନିଜ ଦେଶକୁ ବହୁତ ଭଲ ପାଉଥିଲେ। ସେ ଦେଶ ପାଇଁ ବହୁ ବଡ଼ ବଡ଼ ତ୍ୟାଗ କରିବା ପାଇଁ ସର୍ବଦା ନିଜକୁ ପ୍ରସ୍ତୁତ ରଖୁଥିଲେ।

Advertisment

ସୂଚନାଯୋଗ୍ୟ, ଶନିବାର ନେତାଜୀ ଜୟନ୍ତୀ ଅବସରରେ ପିଏମ ମୋଦି କୋଲକାତାରେ ପହଞ୍ଚିଥିଲେ। ଏହି ଅବସରରେ ପିଏମ୍ ମୋଦି ନେତାଜୀଙ୍କର ଅଦମ୍ୟ ସାହସ ଓ ରାଷ୍ଟ୍ର ପ୍ରତି ନିସ୍ୱାର୍ଥ ସେବାକୁ ସମ୍ମାନ ଜଣାଇଥିଲେ। ଏହାସହ ମୋଦି ନେତାଜୀଙ୍କୁ ସ୍ମରଣ କରିବା ପାଇଁ ଆଜିଠାରୁ ପ୍ରତିବର୍ଷ ଜାନୁଆରୀ ୨୩ ତାରିଖକୁ 'ପରାକ୍ରମ ଦିବସ' ଭାବେ ମନାଇବାକୁ ଘୋଷଣା କରିଥିଲେ।

Netaji Subhas Chandra Bose Jayanti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe