Advertisment

ନେପାଳରେ ଲାଗୁ ହେଲା ନୂଆ ସମ୍ୱିଧାନ

କାଠମାଣ୍ଡୁ: ପଡୋଶୀ ଦେଶ ନେପାଳରେ ଆଜିଠାରୁ ଲାଗୁ ହେଲା ନୂଆ ସମ୍ୱିଧାନ। ଏକାଧିକ ବର୍ଷର ରାଜନୈତିକ ଟଣାଓଟରା ପରେ ଲାଗୁ ହୋଇଛି ନୂଆ ସମ୍ବିଧାନ। ନାୟା ବନେଶ୍ୱରରେ କନଷ୍ଟିଚ୍ୟୁଏଣ୍ଟ୍ ଆସେମ୍ବଲିରେ ରାଷ୍ଟ୍ରପତି ରାମ ବରନ ଯାଦବ ଏହାକୁ ଅନାବରଣ କରିଛନ୍ତି। ସେଥିପାଇଁ କନଷ୍ଟିଚ୍ୟୁଏଣ୍ଟ୍ ଆସେମ୍ବଲିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ନେପାଳ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିରେ ୬୦୧ ଜଣ ସଦସ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ନୂଆ ସମ୍ବିଧାନକୁ ଗ୍ରହଣ କରିଛନ୍ତି। ନୂଆ ସମ୍ବିଧାନ ଅନୁଯାୟୀ ନେପାଳ ଏକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ନେପାଳରେ ଲାଗୁ ହେଲା ନୂଆ ସମ୍ୱିଧାନ

constituentassembly

କାଠମାଣ୍ଡୁ: ପଡୋଶୀ ଦେଶ ନେପାଳରେ ଆଜିଠାରୁ ଲାଗୁ ହେଲା ନୂଆ ସମ୍ୱିଧାନ। ଏକାଧିକ ବର୍ଷର ରାଜନୈତିକ ଟଣାଓଟରା ପରେ ଲାଗୁ ହୋଇଛି ନୂଆ ସମ୍ବିଧାନ। ନାୟା ବନେଶ୍ୱରରେ କନଷ୍ଟିଚ୍ୟୁଏଣ୍ଟ୍ ଆସେମ୍ବଲିରେ ରାଷ୍ଟ୍ରପତି ରାମ ବରନ ଯାଦବ ଏହାକୁ ଅନାବରଣ କରିଛନ୍ତି। ସେଥିପାଇଁ କନଷ୍ଟିଚ୍ୟୁଏଣ୍ଟ୍ ଆସେମ୍ବଲିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

Advertisment

ନେପାଳ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିରେ ୬୦୧ ଜଣ ସଦସ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ନୂଆ ସମ୍ବିଧାନକୁ ଗ୍ରହଣ କରିଛନ୍ତି। ନୂଆ ସମ୍ବିଧାନ ଅନୁଯାୟୀ ନେପାଳ ଏକ ଧର୍ମନିରପେକ୍ଷ ଓ ସଂଘୀୟ ଗଣତାନ୍ତ୍ରିକ ରାଷ୍ଟ୍ର ହେବ। ଏହା ଅଧୀନରେ ୭ଟି ରାଜ୍ୟ ରହିବ। ଏହି ୭ଟି ରାଜ୍ୟ ନିର୍ଦ୍ଧାରଣ ଏକ ଉଚ୍ଚ ସ୍ତରୀୟ କମିଟି ଆସନ୍ତା ଏକ ବର୍ଷ ମଧ୍ୟରେ ନିର୍ଦ୍ଧାରଣ କରାଯିବ। ପୁଣି ନୂଆ ସମ୍ବିଧାନ ଅନୁଯାୟୀ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିରେ ଦୁଇଟି ଗୃହ ରହିବ। ନିମ୍ନ ସଦନ ବା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସରେ ୩୭୫ ଜଣ ସଦସ୍ୟ ରହିବେ। ସେପରି ଉଚ୍ଚ ସଦନ ବା ଅପର୍ ହାଉସରେ ୬୦ ଜଣ ସଦସ୍ୟ ରହିବେ।

ଦେଶକୁ ୭ଟି ରାଜ୍ୟରେ ଭାଗ କରିବାକୁ ବିରୋଧ କରୁଛି ମାଧେସି ଗ୍ରୁପ୍।