Advertisment

ଲକ୍ଷ୍ନୌ ଶବ୍ଦାଦୀ ଏକ୍ସପ୍ରେସରେ ବୋମା ଆତଙ୍କ

ନୂଆଦିଲ୍ଲୀ: ପଠାନକୋଟ ଏୟାରବେସରେ ଆତଙ୍କବାଦୀମାନେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଆଜି ସକାଳେ ଲକ୍ଷ୍ନୌ ଶବ୍ଦାଦୀ ଏକ୍ସପ୍ରେସରେ ଖେଳିଯାଇଥିଲା ବୋମା ଆତଙ୍କ। ଟ୍ରେନଟି ସକାଳ ୬.୧୦ ମିନିଟରେ ଦିଲ୍ଲୀ ଷ୍ଟେସନରେ ଛାଡିଥିଲା। ଟ୍ରେନଟି ଗାଜିଆବାଦରେ ପହଞ୍ଚିଲା ବେଳକୁ ଟ୍ରେନରେ ବୋମା ଥିବା ନେଇ ସୂଚନା ଆସିଥିଲା। ଏହା ପରେ ଟ୍ରେନଟିକୁ ଗାଜିଆବାଦ ଷ୍ଟେସନରେ ଅଟକାଇ ଦିଆଯାଇଥିଲା।  ବମ୍ ସ୍କ୍ୱାର୍ଡ ୧ ଘଣ୍ଟା ଧରି ଟ୍ରେନରେ ଖାନ୍ ତଲାସି କରିବା ପରେ ମଧ୍ୟ କିଛି ମିଳି ନ […]

ଅଦ୍ୟତନ ହୋଇଛି
ଲକ୍ଷ୍ନୌ ଶବ୍ଦାଦୀ ଏକ୍ସପ୍ରେସରେ ବୋମା ଆତଙ୍କ

grab_

Advertisment

ନୂଆଦିଲ୍ଲୀ: ପଠାନକୋଟ ଏୟାରବେସରେ ଆତଙ୍କବାଦୀମାନେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଆଜି ସକାଳେ ଲକ୍ଷ୍ନୌ ଶବ୍ଦାଦୀ ଏକ୍ସପ୍ରେସରେ ଖେଳିଯାଇଥିଲା ବୋମା ଆତଙ୍କ। ଟ୍ରେନଟି ସକାଳ ୬.୧୦ ମିନିଟରେ ଦିଲ୍ଲୀ ଷ୍ଟେସନରେ ଛାଡିଥିଲା। ଟ୍ରେନଟି ଗାଜିଆବାଦରେ ପହଞ୍ଚିଲା ବେଳକୁ ଟ୍ରେନରେ ବୋମା ଥିବା ନେଇ ସୂଚନା ଆସିଥିଲା। ଏହା ପରେ ଟ୍ରେନଟିକୁ ଗାଜିଆବାଦ ଷ୍ଟେସନରେ ଅଟକାଇ ଦିଆଯାଇଥିଲା।  ବମ୍ ସ୍କ୍ୱାର୍ଡ ୧ ଘଣ୍ଟା ଧରି ଟ୍ରେନରେ ଖାନ୍ ତଲାସି କରିବା ପରେ ମଧ୍ୟ କିଛି ମିଳି ନ ଥିଲା। ଫଳରେ ୭ଟା ୪୦ରେ ଟ୍ରେନଟିକୁ ପୁଣି  ଯାତ୍ରା ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଥିଲା।  ୭ଟା ୪୨ମିନଟରେ ଲକ୍ଷ୍ନୌ ଶବ୍ଦାଦୀ ଏକ୍ସପ୍ରେସ  ଗଜିଆବାଦ ଛାଡ଼ିଥିଲା।

Advertisment

ଦିଲ୍ଲୀରୁ କାନପୁର ଯାଉଥିବା  ଲକ୍ଷ୍ନୌ ଶବ୍ଦାଦୀ ଏକ୍ସପ୍ରେସ ଟ୍ରେନରେ  ବୋମା ଅଛି ବୋଲି ମୁମ୍ବାଇ ଏଟିଏସ ନିକଟରୁ ଇମେଲ ମାଧ୍ୟମରେ ଏକ ଚିଠି  ଆସିଥିଲା। ତେବେ ଏହା ଏକ ଉଡ଼ା ଖବର ଥିଲା ବୋଲି ଉତ୍ତର ରେଳବାଇ ପକ୍ଷରୁ କୁହାଯାଇଛି।

ପଞ୍ଜାବର ପଠାନକୋଟ ଏୟାରବେସରେ ଶନିବାର ଆତଙ୍କବାଦୀମାନେ ଆକ୍ରମଣ  କରିଥିଲେ। ଏଥିରେ ୩ ଜଣ ଯବାନ ସହିଦ ହୋଇଥିଲା ବେଳେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe