/odisha-reporter/media/post_attachments/uploads/2019/07/jio4-1.jpg)
jio4
ଶ୍ରୀନଗର: ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଜାମ୍ମୁକଶ୍ମୀରରେ ସ୍ୱତନ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଥିରେ ଜିଓ ପକ୍ଷରୁ ୧୦୨ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ଅମରନାଥ ଶ୍ରଦ୍ଧାଳୁଙ୍କୁ ଯୋଗଇ ଦିଆଯିବ।
ଏହି ପ୍ଲାନ୍କୁ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି, ଦେଶର ଅନ୍ୟ ଅଂଚଳର ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଜମ୍ମୁ ଓ କାଶ୍ମୀରରେ ରୋମିଂ କଟକଣା ରହିଛି। ଏଥିପାଇଁ ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ କନେକ୍ଟିଭିଟି ବା ସମ୍ପର୍କ ରଖିବାରେ ସମସ୍ୟା ସାମ୍ନାର କରିଥାନ୍ତି। ତେଣୁ ଜିଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଏହି ପ୍ଲାନ୍ ଅନୁସାରେ, ଅମରନାଥ ଶ୍ରଦ୍ଧାଳୁମାନେ ୧୦୨ ଟଙ୍କାର ଏହି ପ୍ରିପେଡ୍ ପ୍ଲାନ୍ରେ ସାତ ଦିନର ବୈଧତା ସହିତ ଅନ୍ଲିମିଟେଡ୍ ଭଏସ୍ କଲ୍ ଏବଂ ଡାଟା ସୁବିଧା ପାଇପାରିବେ।
ଏହା ସହିତ ପ୍ରତିଦିନ ୧୦୦ ମାଗଣା ଏସ୍ଏମ୍ଏସ୍ ଏବଂ ୦.୫ ଜିବି ହାଇ ସ୍ପିଡ୍ର ଡାଟା ବ୍ୟବହାର କରିପାରିବେ।
ତେବେ ଏହି ପ୍ଲାନ୍ରେ ଜିଓ ଆପ୍ ସବ୍ସ୍କ୍ରିପ୍ସନ୍ରେ ଉପଲବ୍ଧ ହେବନାହିଁ। କାରଣ ଏହି ପ୍ଲାନ୍ ପାଇଁ ଜିଓ ସଦସ୍ୟତାର ଆବଶ୍ୟକତା ନାହିଁ। ଏହି ପ୍ଲାନ୍କୁ ଦେଶର ଅନ୍ୟ ପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଯେଉଁମାନେ କେବଳ ପ୍ରିପେଡ୍ ପ୍ଲାନ୍ରେ ରହିଛନ୍ତି, ସେମାନେ ଏହାର ଲାଭ ଉଠାଇପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
