Advertisment

ରିମାଣ୍ଡରେ ନ୍ୟୁଜିଲ୍ୟାଣ୍ଡ ନରସଂହାର ଘଟଣାର ଆତଙ୍କୀ

ୱେଲିଙ୍ଗଟନ୍: ନ୍ୟୁଜିଲ୍ୟାଣ୍ଡ କ୍ରାଏଷ୍ଟଚର୍ଚ୍ଚ ନରସଂହାର ଘଟଣାରେ ୨୮ ବର୍ଷୀୟ ଆତଙ୍କୀ ବ୍ରେନଟନ ଟୋରାଣ୍ଟ ସ୍ଥାନୀୟ କୋର୍ଟରେ ହାଜର ହୋଇଛି। ଏହାପରେ ରିମାଣ୍ଡରେ ନେଇଛି ପୋଲିସ। ଏପ୍ରିଲ ୫ରେ ସାଉଥ ଆଇଜଲ୍ଯାଣ୍ଡ ସିଟି ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ରହିଛି । ଆତଙ୍କୀ ଜଣକ ଅଷ୍ଟ୍ରେଲିଆର ନାଗରିକ ବୋଲି ଜଣାପଡ଼ିଛି। ପୋଲିସ ଆତଙ୍କୀ ଜଣକୁ କୋର୍ଟକୁ ଆଣିବା ବେଳେ ହାତରେ ହ୍ଯାଣ୍ଡକପ୍ ପଡ଼ିଥିବା ବେଳେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିଲା। ତେବେ ଗଣମାଧ୍ଯମ ପ୍ରତିନିଧି ଫଟୋ ନେଉଥିବା ବେଳେ […]

ଅଦ୍ୟତନ ହୋଇଛି
ରିମାଣ୍ଡରେ ନ୍ୟୁଜିଲ୍ୟାଣ୍ଡ ନରସଂହାର ଘଟଣାର ଆତଙ୍କୀ

NEWZELAND TERRORIST

Advertisment

ୱେଲିଙ୍ଗଟନ୍: ନ୍ୟୁଜିଲ୍ୟାଣ୍ଡ କ୍ରାଏଷ୍ଟଚର୍ଚ୍ଚ ନରସଂହାର ଘଟଣାରେ ୨୮ ବର୍ଷୀୟ ଆତଙ୍କୀ ବ୍ରେନଟନ ଟୋରାଣ୍ଟ ସ୍ଥାନୀୟ କୋର୍ଟରେ ହାଜର ହୋଇଛି। ଏହାପରେ ରିମାଣ୍ଡରେ ନେଇଛି ପୋଲିସ। ଏପ୍ରିଲ ୫ରେ ସାଉଥ ଆଇଜଲ୍ଯାଣ୍ଡ ସିଟି ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ରହିଛି । ଆତଙ୍କୀ ଜଣକ ଅଷ୍ଟ୍ରେଲିଆର ନାଗରିକ ବୋଲି ଜଣାପଡ଼ିଛି।

Advertisment

ପୋଲିସ ଆତଙ୍କୀ ଜଣକୁ କୋର୍ଟକୁ ଆଣିବା ବେଳେ ହାତରେ ହ୍ଯାଣ୍ଡକପ୍ ପଡ଼ିଥିବା ବେଳେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିଲା। ତେବେ ଗଣମାଧ୍ଯମ ପ୍ରତିନିଧି ଫଟୋ ନେଉଥିବା ବେଳେ ସ୍ମିତ ହାସ୍ଯ ଦେଇଥିବା ଜଣାପଡ଼ିଛି।

ଆଜି କୋର୍ଟରେ ହାଜର ବେଳେ ଆତଙ୍କୀ ଟୋରାଣ୍ଟର ଓକିଲ ଜାମିନ ପାଇଁ ଆବେଦନ କରିନଥିବା ସୂଚନା ରହିଛି। ପୋଲିସର ଆଗାମୀ କାର୍ଯ୍ଯାନୁଷ୍ଠାନ ପରେ ଅଭିଯୁକ୍ତର ଓକିଲ କୋର୍ଟରେ ନିଜର ପକ୍ଷ ରଖିବେ ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ଯ ଦୁଇଟି ମସଜିଦ୍ ଉପରେ ଟୋରାଣ୍ଟ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ମସଜିଦ୍ ମଧ୍ୟରେ ପ୍ରାର୍ଥନା କରୁଥିବା ୪୯ ଜଣ ନିରୀହ ଲୋକଙ୍କର ମୃତ୍ଯୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe