Advertisment

ଆଜି ରାତି ୧୦ରୁ ଜାନୁଆରୀ ୨ ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ

ବେଙ୍ଗାଲୁରୁ: ଖ୍ରୀଷ୍ଟମାସ ଓ ନୂଆ ବର୍ଷ ବେଳେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ କର୍ଣ୍ଣାଟକା ସରକାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି। କରୋନା ସଂକ୍ରମଣ ଉପରେ ବ୍ରେକ୍‌ ଲଗାଇବା ପାଇଁ ଆଜି ରାତି ୧୦ରୁ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହେବ। ପ୍ରତିଦିନ ରାତି ୧୦ରୁ ସକାଳ ୬ଟା ଯାଏ ଏହି ନିୟମ ବଳବତ୍ତର ରହିବ। ଜାନୁଆରୀ ୨ ଯାଏ ଏହା ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଟେକ୍ନିକାଲ କମିଟି ଓ […]

author-image
Hemant Lenka
ଅଦ୍ୟତନ ହୋଇଛି
ଆଜି ରାତି ୧୦ରୁ ଜାନୁଆରୀ ୨ ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ

ff

ବେଙ୍ଗାଲୁରୁ: ଖ୍ରୀଷ୍ଟମାସ ଓ ନୂଆ ବର୍ଷ ବେଳେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ କର୍ଣ୍ଣାଟକା ସରକାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି। କରୋନା ସଂକ୍ରମଣ ଉପରେ ବ୍ରେକ୍‌ ଲଗାଇବା ପାଇଁ ଆଜି ରାତି ୧୦ରୁ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହେବ।

Advertisment

ପ୍ରତିଦିନ ରାତି ୧୦ରୁ ସକାଳ ୬ଟା ଯାଏ ଏହି ନିୟମ ବଳବତ୍ତର ରହିବ। ଜାନୁଆରୀ ୨ ଯାଏ ଏହା ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଟେକ୍ନିକାଲ କମିଟି ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଏଭଳି ନିଷ୍ପିତ୍ତି ନେଇଛନ୍ତି।

ସେ କହିଛନ୍ତି, “କରୋନାର ନୂଆ ଷ୍ଟ୍ରେନ ଏବେ ବିଭିନ୍ନ ଦେଶରେ ଚିହ୍ନଟ ହେଲାଣି। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ପ୍ରତିଦିନ ରାତି ୧୦ଟାରୁ ସକାଳ ୬ ଟାଏ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ମୋର ଆଶା ରାଜ୍ୟବାସୀ ଏହାକୁ ସମର୍ଥନ କରିବେ। ସେହିପରି ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ।”

Advertisment

ଏହାପୂର୍ବରୁ ମହାରାଷ୍ଟ୍ର ସରକାର ସୋମବାର ରାତି ୧୧ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ପ୍ରତିଦିନ ରାତି ୧୧ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେଉଛି। ଏହା ଜାନୁଆରୀ ୫ ଯାଏ କାର୍ଯ୍ୟକାରୀ ହେବ। ସେହିପରି ବିଭିନ୍ନ କ୍ଲବ ଓ ହୋଟେଲ ଉପରେ ନିୟମ ପାଳନ କରାଯାଉଛି କି ନାହିଁ, ତା’ର ଯାଞ୍ଚ ମଧ୍ୟ କରାଯାଉଛି।