Advertisment

କେଶ ପାଇଁ ବିଶ୍ୱ ରେକର୍ଡ଼

ଗୁଜୁରାଟ : ଲମ୍ୱା କେଶ ପାଇଁ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଲେ ଯୁବତୀ। ବିଶ୍ୱ ରେକର୍ଡ଼ କରିଥିବା ଏହି ଯୁବତୀ ଜଣକ ହେଉଛନ୍ତି ଗୁଜୁରାଟର ୧୭ ବର୍ଷୀୟା ନିଲାଂଶି ପଟେଲ୍‌। ତାଙ୍କର କେଶର ଲମ୍ୱ ପ୍ରାୟ ୧୯୦ ସେ.ମି ବା ୬ ଫୁଟ୍‌ ୨.୮ଇଂଚ୍‌ । ଯାହାକୁ ସାଧାରଣତଃ ଜଣେ ମଣିଷର ଉଚ୍ଚତାଠୁ ଅଧିକ। ନିଲାଂଶିଙ୍କର ଏହା ପ୍ରଥମ ବିଶ୍ୱ ରେକର୍ଡ଼ ନୁହେଁ । ଏହା ପୂର୍ବରୁ ୨୧ ନଭେମ୍ୱର ୨୦୧୮ରେ ସେ ୧୭୦.୫ ସେ.ମି ଲମ୍ୱର କେଶ ସହ […]

ଅଦ୍ୟତନ ହୋଇଛି
କେଶ ପାଇଁ ବିଶ୍ୱ ରେକର୍ଡ଼

girl

Advertisment

ଗୁଜୁରାଟ ଲମ୍ୱା କେଶ ପାଇଁ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଲେ ଯୁବତୀ। ବିଶ୍ୱ ରେକର୍ଡ଼ କରିଥିବା ଏହି ଯୁବତୀ ଜଣକ ହେଉଛନ୍ତି ଗୁଜୁରାଟର ୧୭ ବର୍ଷୀୟା ନିଲାଂଶି ପଟେଲ୍‌। ତାଙ୍କର କେଶର ଲମ୍ୱ ପ୍ରାୟ ୧୯୦ ସେ.ମି ବା ୬ ଫୁଟ୍‌ ୨.୮ଇଂଚ୍‌ । ଯାହାକୁ ସାଧାରଣତଃ ଜଣେ ମଣିଷର ଉଚ୍ଚତାଠୁ ଅଧିକ।

Advertisment

ନିଲାଂଶିଙ୍କର ଏହା ପ୍ରଥମ ବିଶ୍ୱ ରେକର୍ଡ଼ ନୁହେଁ । ଏହା ପୂର୍ବରୁ ୨୧ ନଭେମ୍ୱର ୨୦୧୮ରେ ସେ ୧୭୦.୫ ସେ.ମି ଲମ୍ୱର କେଶ ସହ ବିଶ୍ୱ ରେକର୍ଡ କରିଥିଲେ। ଗତ ଶୁକ୍ରବାର ଗିନିଜ୍‌ ୱାର୍ଲଡ ରେକର୍ଡ଼ସ୍ ନିଜ ଇନ୍‌ଷ୍ଟାଗ୍ରାମରେ ୨ଟି ଫଟୋ ସେୟାର କରି ଲେଖିଛି, ‘’ଯୁବା ଭାରତୀୟ ଭାବେ ନିଲାଂଶି ପଟେଲ ତାଙ୍କର ଲମ୍ୱା କେଶ(୧୯୦ ସେ.ମି) ପାଇଁ ରେକର୍ଡ଼ କରିଛନ୍ତି।’

https://www.instagram.com/p/B7ZYeJIh6Fp/?utm_source=ig_web_copy_link

କେଶର କେମିତି ଯତ୍ନ ନିଅନ୍ତି?

ନିଲାଂଶି କେମିତି ଏତେ ଲମ୍ୱା କେଶର ଯତ୍ନ ନେଉଥିବେ । କିପରି ନିଜର ଦିନଚର୍ଯ୍ୟା କରୁଥିଲେ, ଏହା ନିଶ୍ଚିତ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ। ତେବେ ଜଣାଇଦେବାକୁ ଚାହୁଁ ଯେ ସେ ତାଙ୍କ ମା’ ଘରେ ପ୍ରସ୍ତୁତ କରୁଥିବା ସ୍ୱତନ୍ତ୍ର ତେଲକୁ ନିଜ କେଶରେ ଲଗାଇଥାନ୍ତି ଓ ସପ୍ତାହକୁ ଥରେ କେଶ ସଫା କରନ୍ତି। ସେ କହିଛନ୍ତି ଯେ କେଶକୁ ଡ୍ରାଏ କରିବାକୁ ତାଙ୍କୁ ଅଧ ଘଣ୍ଟା ଏବଂ କେଶକୁ ସାଇଜ୍‌ କରିବାକୁ ଘଣ୍ଟାଏ ସମୟ ଲାଗିଥାଏ।

Advertisment

publive-imageବର୍ତ୍ତମାନ ଯୁକ୍ତ ୨ରେ ପଢ଼ୁଥିବା ନିଲାଂଶି ଜଣେ ସଫ୍ଟୱେୟାର ଇଂଞ୍ଜିନିୟର ହେବାକୁ ଇଚ୍ଛା ରଖିଛନ୍ତି ଏବଂ ବର୍ତ୍ତମାନ ସେ JEE ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ କୁହନ୍ତି ଏହି ଲମ୍ୱା କେଶ କେବେ ତାଙ୍କ ପାଠପଢ଼ାରେ ବାଧକ ସାଜିନି । ତାଙ୍କ ମାଆ ତାଙ୍କର ଏହି ଲମ୍ୱା କେଶର ଯତ୍ନ ନେବା ବେଳେ ସେ ବହି ଧରି ବସିଥାନ୍ତି। ସେ ନିଜର କେଶକୁ ବହୁତ ଭଲ ପାଆନ୍ତି। ପିଲା ବେଳୁ ସେ କେବେ ଏହି କେଶକୁ କାଟିବାକୁ ପସନ୍ଦ କରନ୍ତି ନାହିଁ । ସେ କହିଛନ୍ତି ଯେ ଗିନିଜ୍‌ ବୁକ୍‌ରେ ନାଁ ରହିବା ତାଙ୍କ ମାଆଙ୍କର ସ୍ୱପ୍ନ ଥିଲା।

ନିଲାଂଶିଙ୍କର ଆଉ ଏକ ସ୍ୱପ୍ନ ଅଛି ସେ ଭବିଷ୍ୟତରେ ଲମ୍ୱ କେଶଧାରୀ ବୟସ୍କା ମହିଳା ଭାବେ ରେକର୍ଡ଼ କରିବେ।

https://www.instagram.com/p/BsTYJweBj5J/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe