Advertisment

ନିର୍ଭୟା: ୪ ଦୋଷୀଙ୍କୁ ସୁପ୍ରିମକୋର୍ଟର ନୋଟିସ୍‌

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ପଠାଇଛନ୍ତି। ସେମାନଙ୍କ ଫାଶୀଦଣ୍ଡକୁ ସ୍ଥଗିତ ରଖି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ରର ଆବେଦନକୁ ନେଇ ଏହି ନୋଟିସ୍‌ କରାଯାଇଛି। ଏଥିସହିତ କୋର୍ଟ କହିଛନ୍ତି କର୍ତ୍ତୃପକ୍ଷ ନୂଆ ଏକ ଡେଥ୍‌ ୱାରେଣ୍ଟ ପାଇଁ ଟ୍ରାଏ କୋର୍ଟରେ ଆବେଦନ କରିପାରିବେ। ଜଷ୍ଟିସ୍‌ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ […]

ଲାଇଫ ଲାଇନ୍ ପାଇଲେ ନିର୍ଭୟା ଦୋଷୀ, ଘୁଞ୍ଚିଲା ଫାଶୀ ତାରିଖ

Nirbhaya

Advertisment

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ପଠାଇଛନ୍ତି। ସେମାନଙ୍କ ଫାଶୀଦଣ୍ଡକୁ ସ୍ଥଗିତ ରଖି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ରର ଆବେଦନକୁ ନେଇ ଏହି ନୋଟିସ୍‌ କରାଯାଇଛି।

Advertisment

ଏଥିସହିତ କୋର୍ଟ କହିଛନ୍ତି କର୍ତ୍ତୃପକ୍ଷ ନୂଆ ଏକ ଡେଥ୍‌ ୱାରେଣ୍ଟ ପାଇଁ ଟ୍ରାଏ କୋର୍ଟରେ ଆବେଦନ କରିପାରିବେ।

ଜଷ୍ଟିସ୍‌ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଏହି ଆବେଦନର ଶୁଣାଣିରେ ବିଳମ୍ବ ଟ୍ରାଏଲ କୋର୍ଟରେ ଡେଥ୍‌ ୱାରେଣ୍ଟ ପାଇଁ ସମସ୍ୟା ସୃଷ୍ଟି କରିପାରିବନି। ଏହି ଖଣ୍ଡପୀଠରେ ଅଶୋକ ଭୂଷଣ ଏବଂ ଏଏସ୍‌ ବୋପାନ୍ନା ମଧ୍ୟ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe