Advertisment

ନିର୍ଭୟା: ୪ ଦୋଷୀଙ୍କୁ ମିଳିଛି ଫାଶୀ, କିନ୍ତୁ ପରିବାର କାଟୁଛନ୍ତି ‘ଆଜୀବନ ସଜ୍ଜା’

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ଆଜି ୮ ବର୍ଷ ପୁରିଛି। ୨୦୧୨ ମସିହା ଆଜିର ଦିନରେ ଦିଲ୍ଲୀରେ ଜଣେ ପାରା ମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସ୍‌ରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ଦୀର୍ଘ ୮ ବର୍ଷର ଲଢ଼େଇ ପରେ ଘଟଣାରେ ସାମିଲ ଥିବା ୪ ଦୋଷୀଙ୍କୁ ଚଳିତ ବର୍ଷ ୨୦ ତାରିଖରେ ଫାଶୀ ଖୁଣ୍ଟରେ ଝୁଲା ଯାଇଛି। ଏହି ଘଟଣାରେ ୬ ଜଣ ସାମିଲ ଥିଲେ। ଏମାନଙ୍କ ମଧ୍ୟରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ନିର୍ଭୟା: ୪ ଦୋଷୀଙ୍କୁ ମିଳିଛି ଫାଶୀ, କିନ୍ତୁ ପରିବାର କାଟୁଛନ୍ତି ‘ଆଜୀବନ ସଜ୍ଜା’

Nirbhya murder case accused

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ଆଜି ୮ ବର୍ଷ ପୁରିଛି। ୨୦୧୨ ମସିହା ଆଜିର ଦିନରେ ଦିଲ୍ଲୀରେ ଜଣେ ପାରା ମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସ୍‌ରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ଦୀର୍ଘ ୮ ବର୍ଷର ଲଢ଼େଇ ପରେ ଘଟଣାରେ ସାମିଲ ଥିବା ୪ ଦୋଷୀଙ୍କୁ ଚଳିତ ବର୍ଷ ୨୦ ତାରିଖରେ ଫାଶୀ ଖୁଣ୍ଟରେ ଝୁଲା ଯାଇଛି

Advertisment

ଏହି ଘଟଣାରେ ୬ ଜଣ ସାମିଲ ଥିଲେ। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଥିଲା। ଘଟଣାର ୩ ବର୍ଷ ପରେ ତା’କୁ ଜେଲରୁ ମୁକ୍ତି ଦିଆଯାଇଥିଲା। ସେହିପରି ଯେଉଁ ଚଳନ୍ତା ବସ୍‌ରେ ନିର୍ଭୟାଙ୍କୁ ଦୁଷ୍କର୍ମ କରାଯାଇଥିଲା, ତା’ର ଡ୍ରାଇଭର ଜେଲରେ ଆତ୍ମହତ୍ୟା କରିଥିଲା। ବାକି ୪ ଜଣ ଦୋଷୀ ପବନ, ବିନୟ, ମୁକେଶ ଓ ଅକ୍ଷୟକୁ ଫାଶୀ ଦିଆଯାଇଛି। ସେମାନେ ନିଜ ଦୋଷମାନେ ସିନା ଫାଶୀ ପାଇଲେ। କିନ୍ତୁ ୪ ଦୋଷୀଙ୍କ ପରିବାର ଲୋକ ଏବେ ଆଜୀବ ସଜ୍ଜା କାଟୁଛନ୍ତି। ସେମାନଙ୍କ ପରିବାର ସାମ୍ନାରେ କଠିନ ପରିସ୍ଥିତି ସୃଷ୍ଟି ହୋଇଛି।

ନିଜ ପୁଅର କୁକର୍ମ ପାଇଁ ବନିୟ ଶର୍ମାର ବାପାଙ୍କ ଚାକିରି ଚାଲିଯାଇଛି। ଭଉଣୀର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଓ ପରିବାରର ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଓଳିଏ ଖାଇଲେ, ଓଳିଏ ଉପସା ରହିବାକୁ ପଡ଼ୁଛି। ବିନୟ ପରି ମୁକେଶ ସିଂର ପରିବାର ମଧ୍ୟ ସମସ୍ୟା ଘେରରେ ରହିଛି।

Advertisment

ମୁକେଶର ବାପା ମା’ ଦିଲ୍ଲୀର ଆରକେ ପୁରାମ ସ୍ଥିତ ରବିଦାସ କ୍ୟାମ୍ପରେ ରହୁଥିଲେ। ହେଲେ ଘଟଣା ପରେ ସେମାନେ ନିଜ ଘର ଛାଡ଼ି ଚାଲି ଯାଇଛନ୍ତି। ଲୋକଲଜ୍ଜାକୁ ସହି ନପାରି ସେମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପବନ ଗୁପ୍ତାର ବାପା ମା’ କୁଆଡ଼େ ଗଲେ, ତା’ ଖବର କାହା ପାଖରେ ନାହିଁ। ଅକ୍ଷୟ ଠାକୁରର ବାପା ମା’ ବି ଆରକେ ପୁରାମରେ ରହୁଥିଲେ। କିନ୍ତୁ ଏବେ ସେମାନେ ଆଉ କେଉଁଠି ରହୁଛନ୍ତି। ପଡ଼ୋଶୀମାନେ କହିଛନ୍ତି ଯେ ସେମାନେ ଆଉ କାହା ସହିତ ଯୋଗାଯୋଗରେ ନାହାନ୍ତି।

ବିନୟର ବାପା ମା’ ରବିଦାସ କ୍ୟାମ୍ପରେ ରହୁଥିବାବେଳେ ତା’ର ଦୁଇ ଭଉଣୀ ଉତ୍ତର ପ୍ରଦେଶର ଗୋଟିଏ ଗାଁରେ ରହୁଥିଲେ। ବିନୟର ୨୧ ବର୍ଷୀୟ ଭଉଣୀ କହିଛନ୍ତି, “ଲକଡାଉନ୍ ସମୟରେ ଆମ ପରିସ୍ଥିତି ଅଧିକ ଖରାପ ହୋଇଥିଲା। ବାପାଙ୍କ ଚାକିରି ଚାଲିଯାଇଛି। ନିର୍ଭୟା ଘଟଣା ପରଠାରୁ ବିନୟ ଜେଲରେ ଥିଲା। ହେଲେ ସେପର୍ଯ୍ୟନ୍ତ ସବୁକିଛି ଠିକଠାକ ଚାଲିଥିଲା।

ଆମେ ତା’କୁ ଭେଟିବାକୁ ସକ୍ଷମ ହୋଇଥିଲୁ ଓ ଆଶା କରିଥିଲୁ ସବୁ କିଛି ଭଲ ହେବ। ଆମ ଜୀବନରେ ଏମିତି ଅନେକ ଦିନ ଆସିଛି, ଯେଉଁଠି ଆମ ପାଖରେ କିଛି ଖାଇବାକୁ ନଥିଲା। ମୋର ମଧୁମେହ ଅଛି ଏବଂ ମୁଁ ଇନସୁଲିନ୍ ନେଉଛି।”

ପବନ ପରିବାର ଲୋକଙ୍କ ବିଷୟରେ ସେ କୌଣସି ତଥ୍ୟ ରଖି ନଥିବା କହିଛନ୍ତି। ମୁକେଶ ଓ ଅକ୍ଷୟର ପରିବାର ଏବେ କେଉଁଠି ରହିଛନ୍ତି ଓ କ’ଣ କରୁଛନ୍ତି, ତା’ର ଖବର କାହା ପାଖରେ ନାହିଁ।

Delhi Nirbhaya Gang Rape