Advertisment

ଜିଲ୍ଲାପାଳଙ୍କ ଉପରେ ଚିହିଁକି ଉଠିଲେ ଅର୍ଥ ମନ୍ତ୍ରୀ; କହିଲେ- ଅଧ ଘଣ୍ଟାରେ ଉତ୍ତର ଦିଅ

ହାଇଦ୍ରାବାଦ: ଜିଲ୍ଲାପାଳଙ୍କୁ ଟ୍ୟୁସନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ। ସୀତାରମଣଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଗଲେ ତେଲେଙ୍ଗାନାର କାମାରେଡି ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲ। ଏପରିକି ସମସ୍ତଙ୍କ ସମ୍ମୁଖରେ ଜିଲ୍ଲାପାଳ ଜଣକ ଅର୍ଥ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ରାଗିପାଚି ଲାଲ ପଡ଼ିଗଲେ ସୀତାରମଣ। ଅଧ ଘଣ୍ଟା ମଧ୍ୟରେ ଏହାର ଉତ୍ତର ଦେବାକୁ ଜିଲ୍ଲାପାଳଙ୍କୁ କଡ଼ାକଡ଼ି ଭାଷାରେ ଶୁଣାଇଦେଲେ ଅର୍ଥ ମନ୍ତ୍ରୀ। ଏପରି ଅଭାବନୀୟ ସ୍ଥିତି ତେଲେଙ୍ଗାନାର କାମାରେଡି ଜିଲ୍ଲାରେ ଦେଖିବାକୁ ମିଳିଛି। ସୀତାରମଣ ଗତକାଲି […]

ଅଦ୍ୟତନ ହୋଇଛି
ଜିଲ୍ଲାପାଳଙ୍କ ଉପରେ ଚିହିଁକି ଉଠିଲେ ଅର୍ଥ ମନ୍ତ୍ରୀ; କହିଲେ- ଅଧ ଘଣ୍ଟାରେ ଉତ୍ତର ଦିଅ

minister

Advertisment

ହାଇଦ୍ରାବାଦ: ଜିଲ୍ଲାପାଳଙ୍କୁ ଟ୍ୟୁସନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ। ସୀତାରମଣଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଗଲେ ତେଲେଙ୍ଗାନାର କାମାରେଡି ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲ। ଏପରିକି ସମସ୍ତଙ୍କ ସମ୍ମୁଖରେ ଜିଲ୍ଲାପାଳ ଜଣକ ଅର୍ଥ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ରାଗିପାଚି ଲାଲ ପଡ଼ିଗଲେ ସୀତାରମଣ। ଅଧ ଘଣ୍ଟା ମଧ୍ୟରେ ଏହାର ଉତ୍ତର ଦେବାକୁ ଜିଲ୍ଲାପାଳଙ୍କୁ କଡ଼ାକଡ଼ି ଭାଷାରେ ଶୁଣାଇଦେଲେ ଅର୍ଥ ମନ୍ତ୍ରୀ। ଏପରି ଅଭାବନୀୟ ସ୍ଥିତି ତେଲେଙ୍ଗାନାର କାମାରେଡି ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisment

ସୀତାରମଣ ଗତକାଲି ତେଲେଙ୍ଗାନାର ଜହିରାବାଦ ସଂସଦ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ କାମାରେଡି ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲଙ୍କୁ ସେ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ। ଖୋଲା ବଜାରରେ ୩୫ ଟଙ୍କାରେ ମିଳୁଥିବା ଚାଉଳ ପିଡିଏସ୍‌ ମାଧ୍ୟମରେ ଲୋକଙ୍କୁ ଟଙ୍କାକରେ ଯୋଗାଇ ଦିଆଯାଉଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗ କେତେ? ଏଥିନିମନ୍ତେ କିଏ କେତେ ଭାର ବହନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଅର୍ଥ ମନ୍ତ୍ରୀ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏପରି ପ୍ରଶ୍ନବାଣରେ ଘାଇଲା ହୋଇଯାଇଥିଲେ ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲ। ସୀତାରମଣଙ୍କ ପ୍ରଶ୍ନର ସେ କୌଣସି ଉତ୍ତର ଦେଇ ପାରି ନ ଥିଲେ। ଏହାବାଦ ବିରକୁରରେ ପିଡିଏସ୍‌ ଦୋକାନରେ କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ହଜିଯାଉଛି ବୋଲି ପଚାରିଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ।

Advertisment

ସୀତାରମଣ କହିଛନ୍ତି ଯେ ଚାଉଳ କେଜି ପ୍ରତି କେନ୍ଦ୍ର ସରକାର ପ୍ରାୟ ୩୦ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୪ ଟଙ୍କା ଦେଉଛନ୍ତି। ହିତାଧିକାରୀଙ୍କଠାରୁ ଅବଶିଷ୍ଟ ଟଙ୍କାଟେ ଆଦାୟ କରାଯାଉଛି। ୨୦୨୦  ମାର୍ଚ୍ଚ-ଏପ୍ରିଲରୁ  ରାଜ୍ୟ ସରକାର ଏବଂ ହିତାଧିକାରୀଙ୍କ ଅବଦାନ ବିନା ୩୦ରୁ ୩୫ ଟଙ୍କା ମୂଲ୍ୟରେ ମାଗଣା ଚାଉଳ କେନ୍ଦ୍ର ସିଧାସଳଖ ହିତାଧିକାରୀଙ୍କୁ ଯୋଗାଉଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଲଜିଷ୍ଟିକ୍ ଏବଂ ଷ୍ଟୋରେଜ୍ ଆଦି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରି ପିଡିଏସ୍ ଦୋକାନରେ ଚାଉଳ ପହଞ୍ଚାଉଛନ୍ତି। ତେଣୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ମାଗଣା ଚାଉଳ ପହଞ୍ଚୁଛି କି ନାହିଁ ତାହାର ତଦନ୍ତ ଆବଶ୍ୟକ।

ଏହି ପ୍ରସଙ୍ଗ ଏବେ ଖୁବ୍‌ ଚର୍ଚ୍ଚା ହେଉଥିବା ବେଳେ  ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଟି ହରିଶ ରାଓ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଚିତ୍ରକୁ ରାସନ ଦୋକାନରେ ରଖିବାକୁ କହିବା କେନ୍ଦ୍ର ମନ୍ତ୍ରୀଙ୍କ ପକ୍ଷରେ ଅନୁଚିତ। ତାଙ୍କ କହିବାନୁସାରେ, କେନ୍ଦ୍ର NFSA ଅଧୀନରେ କେବଳ ୫୦ରୁ ୫୫%  କାର୍ଡଧାରୀଙ୍କୁ ୧୦ କିଲୋଗ୍ରାମ ଚାଉଳ ପ୍ରତି ମାସରେ ୩ ଟଙ୍କା ହିସାବରେ ଯୋଗାଏ। ଅବଶିଷ୍ଟ ୪୫-୫୦%  କାର୍ଡଧାରୀଙ୍କୁ ତେଲେଙ୍ଗାନା ସରକାର ନିଜ ଖର୍ଚ୍ଚରେ ଚାଉଳ ଯୋଗାଉଛନ୍ତି।

ରାଓ କହିଛନ୍ତି, 'କେନ୍ଦ୍ର ଅର୍ଥ ମନ୍ତ୍ରୀ ଏପରି କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ସେ ଯାହା କହୁଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କ ଗରିମାକୁ ହ୍ରାସ କରୁଛି। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଚିତ୍ରକୁ ରାସନ ଦୋକାନରେ ରଖିବାକୁ କହିବା ଠିକ୍ ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe