Advertisment

ରାହୁଲ ଡ୍ରାମେବାଜ୍, ସୋନିଆଙ୍କୁ ହାତ ଯୋଡ଼ି କହିଲେ ସୀତାରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଚାଲିଥିବା ବେଳେ ଶହ ଶହ, ହଜାର ହଜାର କିଲୋମିଟର ପାଦରେ ଚାଲି ଚାଲି ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକମାନେ। ତେବେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଏମାନଙ୍କ ଦୁର୍ଦ୍ଦଶା ଆଉ କାହାକୁ ଅଛପା ନାହିଁ। ନିତିଦିନ ହୃଦୟ ବିଦାରକ ଚିତ୍ରମାନ ସାମ୍ନାକୁ ଆସୁଛି। ପ୍ରବାସୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ବିଭିନ୍ନ ବ୍ୟବସ୍ଥା କରିଥିଲେ ମଧ୍ୟ ସମନ୍ବୟ ଅଭାବରୁ ବ୍ୟବସ୍ଥାଠାରୁ ଏମାନେ ଖୁବ୍ ଦୂରରେ। ଏହାରି ଭିତରେ […]

ରାହୁଲ ଡ୍ରାମେବାଜ୍, ସୋନିଆଙ୍କୁ ହାତ ଯୋଡ଼ି କହିଲେ ସୀତାରମଣ

sonia-sitharamana

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଚାଲିଥିବା ବେଳେ ଶହ ଶହ, ହଜାର ହଜାର କିଲୋମିଟର ପାଦରେ ଚାଲି ଚାଲି ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକମାନେ। ତେବେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଏମାନଙ୍କ ଦୁର୍ଦ୍ଦଶା ଆଉ କାହାକୁ ଅଛପା ନାହିଁ। ନିତିଦିନ ହୃଦୟ ବିଦାରକ ଚିତ୍ରମାନ ସାମ୍ନାକୁ ଆସୁଛି। ପ୍ରବାସୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ବିଭିନ୍ନ ବ୍ୟବସ୍ଥା କରିଥିଲେ ମଧ୍ୟ ସମନ୍ବୟ ଅଭାବରୁ ବ୍ୟବସ୍ଥାଠାରୁ ଏମାନେ ଖୁବ୍ ଦୂରରେ। ଏହାରି ଭିତରେ କରୋନା ସଙ୍କଟଠୁ ବଳିଯାଇଛି ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜନୀତି। ଗତକାଲି କିଛି ପ୍ରବାସୀ ଶ୍ରମିକଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାସ୍ତାରେ ବସି ଆଲୋଚନା କରିଥିବାର ଚିତ୍ର ସାମ୍ନାକୁ ଆସିଥିଲା। ଏହାପରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାହୁଲଙ୍କୁ ଏନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।

Advertisment

କରୋନା କବଳିତ ଭାରତର ଆର୍ଥିକ ସ୍ଥିତି ସୁଧାରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଆତ୍ମନିର୍ଭର ଭାରତ ରିଲିଫ୍ ପ୍ୟାକେଜର ୫ମ କିସ୍ତି ବାବଦରେ ରବିବାର ସକାଳ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନା ବିଷୟରେ ସୀତାରମଣଙ୍କୁ ପ୍ରତିକ୍ରିୟା ମଗାଯାଇଥିଲା। ଏହାର ପ୍ରତିକ୍ରିୟାରେ ରାହୁଲଙ୍କୁ କଡ଼ା ସମାଲୋଚନା କରାଯିବା ସହ ସୋନିଆ ଗାନ୍ଧୀଙ୍କୁ ହାତ ଯୋଡ଼ି ଅନୁରୋଧ ମଧ୍ୟ କରିଛନ୍ତି ସୀତାରମଣ।

ସୀତାରମଣ କହିଛନ୍ତି, ରାହୁଲ ସବୁବେଳେ ଡ୍ରାମେବାଜ୍, ଡ୍ରାମେବାଜ୍ କୁହନ୍ତି। ସେ ଏବେ ନିଜେ ଡ୍ରାମା କରିଛନ୍ତି। ପ୍ରବାସୀଙ୍କ ସହ ବସି ରାହୁଲ ସେମାନଙ୍କ ସମୟ ବର୍ବାଦ କରିଛନ୍ତି। ଶ୍ରମିକଙ୍କ ଜିନିଷପତ୍ର ଉଠାଇ, ତାଙ୍କ ପିଲାଙ୍କୁ ଧରି ସେ ଚାଲି ଚାଲି କଥା ହୋଇପାରିଥାନ୍ତେ। ଯେଉଁ ରାଜ୍ୟରେ କଂଗ୍ରେସ ସରକାର କ୍ଷମତାରେ ଅଛନ୍ତି ବା ମେଣ୍ଟ ସରକାର ଚାଲିଛି, ରାହୁଲ ସେମାନଙ୍କୁ କେନ୍ଦ୍ର ସରକାରଠାରୁ ଅଧିକ ଟ୍ରେନ୍ ମାଗିବାକୁ କୁହନ୍ତୁ। ପ୍ରବାସୀ ଶ୍ରମିକଙ୍କୁ ଟ୍ରେନରେ ତାଙ୍କ ଘରକୁ ପଠାନ୍ତୁ।

Advertisment

ସୀତାରମଣ ଆହୁରି ମଧ୍ୟ କହିଛନ୍ତି, ମୁଁ ବିରୋଧୀ ଦଳଙ୍କୁ ହାତ ଯୋଡ଼଼ି କହୁଛି, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ସମସ୍ତଙ୍କୁ ଏକାଠି ହୋଇ କାମ କରିବା ଆବଶ୍ୟକ। ସାରା ଦେଶ ଆଜି ଶ୍ରମିକଙ୍କ ଯନ୍ତ୍ରଣା ଦେଖି ଚିନ୍ତିତ। ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜନୀତି କରିବା ଦେଖି ଦୁଃଖ ଲାଗୁଛି। ମୁଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ହାତ ଯୋଡ଼ି କହୁଛି, ଉତ୍ତରଦାୟିତ୍ୱର ସହ ମନ୍ତବ୍ୟ ଦିଅନ୍ତୁ, ଆମ ପ୍ରବାସୀ ଶ୍ରମିକଙ୍କୁ ନେଇ ଦାୟିତ୍ୱବାନ ହୁଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe