Advertisment

ସୀତାରମଣ ଓ ରାମଚନ୍ଦ୍ରଙ୍କ ଟ୍ୱିଟ୍ ଯୁଦ୍ଧ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ସୀତାରମଣ ଏବଂ ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ଟ୍ୱିଟ୍ ଯୁଦ୍ଧ ଏବେ ଚର୍ଚ୍ଚାରେ ରହିଛି। ଗୁହାଙ୍କ ଏକ ଟ୍ୱିଟକୁ ନେଇ ପ୍ରଥମେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଏବଂ ଏବେ ସୀତାରମଣ କଡ଼ା ଜବାବ ଦେଇଛନ୍ତି। ସୀତାରମଣ କହିଛନ୍ତି ଯେ, ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତା କରିବା ଆବଶ୍ୟକ ନାହିଁ। କାରଣ ଦେଶର ଅର୍ଥନୀତି ସୁରକ୍ଷିତ ହାତରେ ରହିଛି ବୋଲି ଅର୍ଥମନ୍ତ୍ରୀ ଗୁହାଙ୍କୁ କଡ଼ା ଜବାବ ଦେଇଛନ୍ତି। ସୂଚନା ଯେ, ବ୍ରିଟିଶ୍ ଲେଖକ ଫିଲିପ୍ […]

author-image
Pragnya Choudhury
ସୀତାରମଣ ଓ ରାମଚନ୍ଦ୍ରଙ୍କ ଟ୍ୱିଟ୍ ଯୁଦ୍ଧ

sitharaman_guha

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ସୀତାରମଣ ଏବଂ ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ଟ୍ୱିଟ୍ ଯୁଦ୍ଧ ଏବେ ଚର୍ଚ୍ଚାରେ ରହିଛି। ଗୁହାଙ୍କ ଏକ ଟ୍ୱିଟକୁ ନେଇ ପ୍ରଥମେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଏବଂ ଏବେ ସୀତାରମଣ କଡ଼ା ଜବାବ ଦେଇଛନ୍ତି। ସୀତାରମଣ କହିଛନ୍ତି ଯେ, ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତା କରିବା ଆବଶ୍ୟକ ନାହିଁ। କାରଣ ଦେଶର ଅର୍ଥନୀତି ସୁରକ୍ଷିତ ହାତରେ ରହିଛି ବୋଲି ଅର୍ଥମନ୍ତ୍ରୀ ଗୁହାଙ୍କୁ କଡ଼ା ଜବାବ ଦେଇଛନ୍ତି।

Advertisment

ସୂଚନା ଯେ, ବ୍ରିଟିଶ୍ ଲେଖକ ଫିଲିପ୍ ସ୍ପ୍ରାଟ୍୧୯୩୯ରେ ଦେଇଥିବା ଏକ ମନ୍ତବ୍ୟକୁ ଦର୍ଶାଇ ଗୁଜରାଟ ଆର୍ଥିକ ଦୃଷ୍ଟିରୁ ମଜବୁତ ଥିଲା କିନ୍ତୁ ସାଂସ୍କୃତିକ ଦୃଷ୍ଟିରୁ ପଛେଇ ଗଲା ବୋଲି ଚ୍ୱିଟ୍ କରିଥିଲେ।

Advertisment

ଏହାପରେ ସୀତାରମଣ ଟ୍ୱିଟ୍ ମାଧ୍ୟମରେ ଏକ ଓ୍ୱେବ୍ ଲିଙ୍କ୍ ଶେୟାର କରିଥିଲେ। ଏହା ୨୦୧୮ରେ ପ୍ରକାଶିତ ଏକ ଆର୍ଟିକଲ। ଏଥିରେ ପୋଲାଣ୍ଡ ସରକାରଙ୍କ ଦ୍ୱାରା ଜାମନଗରର ପୂର୍ବତନ ମହାରାଜା ଜାମ ସାହେବ ଦିଗବିଜୟ ସିଂହ ଜୀ ଜାଡ଼େଜାଙ୍କୁ ସମ୍ମାନିତ କରିବାକୁ ଆୟୋଜିତ କାର‌୍ୟ୍ୟକ୍ରମ ବିଷୟରେ ଲେଖାଥିଲା। ମହାରାଜା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ପୋଲାଣ୍ଡର ୧ହଜାର ପିଲାଙ୍କୁ ଶରଣ ଦେଇଥିଲେ।

ଏହି ଲିଙ୍କଟିକୁ ଶେୟାର କରି ସୀତାରମଣ ଟ୍ୱିଟ୍ କରି କହିଛନ୍ତି, କମ୍ୟୁନିଷ୍ଟ ଇଣ୍ଟରନ୍ୟାସନାଲ ସହ ଜଡ଼ିତ ବ୍ରିଟେନ ବାସିନ୍ଦା ଫିଲିପ୍ ସ୍ପ୍ରାଟ୍ ଯେତେବେଳେ ଏହା କହିଥିଲେ, ସେତେବେଳେ ଗୁଜରାଟରେ ଏହା ହେଉଥିଲା। ଜାମନଗର... ମହାରାଜା ସାହେବ ଦିଗବିଜୟ ସିଂହ ଜୀ ପୋଲାଣ୍ଡର ୧ ହଜାର ପିଲାଙ୍କ ଜୀବନ ରକ୍ଷା କଲେ #ସଂସ୍କୃତି।

ଅନ୍ୟପଟେ ଗୁହାଙ୍କ ଏଭଳି ଟିପ୍ପଣୀକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ମଧ୍ୟ ପ୍ରତିକ୍ରିୟା ଦେଇ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି, ଭାରତର ନାଗରିକମାନେ ବିଭାଜିତ କରିବା ନେଇ ତାଙ୍କ ଚତୁରତାରେ ପଡ଼ିବେ ନାହିଁ। ତେବେ ଏହା ପରେ ଗୁହା ପୁଣି ଟ୍ୱିଟ୍ କରିଥିଲେ। ସେ କହିଛନ୍ତି, "ମୋତେ ଲାଗୁଥିଲା କେବଳ ଗୁଜରାଟର ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। କିନ୍ତୁ ଏବେ ଲାଗୁଛି, ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଏକ ସାଧାରଣ ଐତିହାସିକଙ୍କ ଟ୍ୱିଟ୍ ବିଚଳିତ କରୁଛି। ଦେଶର ଅର୍ଥବ୍ୟବସ୍ଥା ନିଶ୍ଚିତ ରୂପେ ସୁରକ୍ଷିତ ହାତରେ ରହିଛି...।"

ତେବେ ଗୁହାଙ୍କ ଏଭଳି କଟାକ୍ଷର ପ୍ରତିକ୍ରିୟାର ଦେଇ ସୀତାରମଣ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, ଅର୍ଥବ୍ୟବସ୍ଥା ନିଶ୍ଚିତ ଭାବେ ସୁରକ୍ଷିତ ହାତରେ ରହିଛି। ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ।