Advertisment

ନୀତୀଶ କୁମାର ଜେଡିୟୁର ବିଧାୟକ ଦଳ ନେତା ନିର୍ବାଚିତ

ପାଟନା: ବିହାରର ଭାବି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜେଡିୟୁର ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସମସ୍ତ ନବନିର୍ବାଚିତ ବିଧାୟକ ଆଜି ନୀତୀଶଙ୍କ ବାସଭବନରେ ଏକତ୍ରିତ ହୋଇଥିଲେ ଓ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲେ। ଗତ ସରକାରରେ ମନ୍ତ୍ରୀ ରହିଥିବା ବରିଷ୍ଠ ନେତା ବିଜେନ୍ଦ୍ର ପ୍ରସାଦ ଯାଦବ ତାଙ୍କ ନାଁ ବିଧାୟକ ଦଳର ନେତା ଭାବେ ପ୍ରସ୍ତାବ ରଖିଥିଲେ। ଏହାକୁ ସମସ୍ତେ ସମର୍ଥନ କରିଥିଲେ। ଜେଡିୟୁର ବିହାର ରାଜ୍ୟ […]

ନୀତୀଶ କୁମାର ଜେଡିୟୁର ବିଧାୟକ ଦଳ ନେତା ନିର୍ବାଚିତ

nitish-kumar

Advertisment

ପାଟନା: ବିହାରର ଭାବି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜେଡିୟୁର ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସମସ୍ତ ନବନିର୍ବାଚିତ ବିଧାୟକ ଆଜି ନୀତୀଶଙ୍କ ବାସଭବନରେ ଏକତ୍ରିତ ହୋଇଥିଲେ ଓ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲେ। ଗତ ସରକାରରେ ମନ୍ତ୍ରୀ ରହିଥିବା ବରିଷ୍ଠ ନେତା ବିଜେନ୍ଦ୍ର ପ୍ରସାଦ ଯାଦବ ତାଙ୍କ ନାଁ ବିଧାୟକ ଦଳର ନେତା ଭାବେ ପ୍ରସ୍ତାବ ରଖିଥିଲେ। ଏହାକୁ ସମସ୍ତେ ସମର୍ଥନ କରିଥିଲେ। ଜେଡିୟୁର ବିହାର ରାଜ୍ୟ ସଭାପତି ବୈଶିଷ୍ଠ ନାରାୟଣ ସିଂହ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଜେଡିୟୁର ସଭାପତି ଶରଦ ଯାଦବ ଓ ସାଧାରଣ ସମ୍ପାଦକ କେସି ତ୍ୟାଗୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ନୀତୀଶ ଜେଡିୟୁ, ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସକୁ ନେଇ ଗଠିତ ମହାମେଣ୍ଟର ନେତୃତ୍ୱ ନେବେ। ଜେଡିୟୁ ଏଥର ୧୦୧ଟି ଆସନରେ ଲଢ଼ି ୭୧ଟିରେ ବିଜୟୀ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe