Advertisment

ନୀତୀଶ ରଖିଲେ ଗୃହ, ବିଜେପି ଖାତାରେ ଅର୍ଥ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ

ପାଟନା: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲ ହେଁ ରାଜ୍ୟର ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ଖାତାକୁ ଯାଇଛି। ଜେଡିୟୁ ୪୩ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୭୪ଟି ଆସନ ଦଖଲ କରିଥିଲା। ହେଲେ ପୂର୍ବ ବୁଝାମଣା ଅନୁଯାୟୀ ନୀତୀଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ନୀତୀଶଙ୍କ କ୍ୟାବିନେଟ୍‌ରେ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୭ ଜଣ ସଦସ୍ୟ ରହିଛନ୍ତି। ଆଜି ବିଭାଗ […]

ନୀତୀଶ ରଖିଲେ ଗୃହ, ବିଜେପି ଖାତାରେ ଅର୍ଥ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ

ui

Advertisment

ପାଟନା: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲ ହେଁ ରାଜ୍ୟର ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ଖାତାକୁ ଯାଇଛି। ଜେଡିୟୁ ୪୩ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୭୪ଟି ଆସନ ଦଖଲ କରିଥିଲା। ହେଲେ ପୂର୍ବ ବୁଝାମଣା ଅନୁଯାୟୀ ନୀତୀଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ନୀତୀଶଙ୍କ କ୍ୟାବିନେଟ୍‌ରେ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୭ ଜଣ ସଦସ୍ୟ ରହିଛନ୍ତି।

Advertisment

ଆଜି ବିଭାଗ ବଣ୍ଟନ ବେଳେ ବିଜେପି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଅର୍ଥ ମନ୍ତ୍ରଣାଳୟ ନିଜ ପାଖରେ ରଖିଛି। ବିଜେପି ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଅର୍ଥ ବିଭାଗ ମିଳିଛି। ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ନୀତୀଶ କୁମାର ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନିକ ବିଭାଗ ରଖିଛନ୍ତି। କ୍ୟାବିନେଟ୍‌ରେ ଅଧିକ ମନ୍ତ୍ରୀ ସାମିଲ ହେବା ଯାଏ ସବୁ ବିଭାଗର ଦାୟିତ୍ୱ ନୀତୀଶ କୁମାରଙ୍କ ପାଖରେ ରହିବ।

ନୀତୀଶଙ୍କ କ୍ୟାବିନେଟରେ ୧୪ ଜଣ ସଦସ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ବିଜେପିର, ୫ ଜଣ ଜେଡିୟୁର, ଏଚଏଏମ ଓ ଭିଆଇପି ଦଳର ଜଣେ ଲେଖାଏ ସଦସ୍ୟ ରହିଛନ୍ତି। ଗତକାଲି ବିହାରର ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ନେତ୍ରୀ ରେଣୁ ଦେବୀଙ୍କୁ ଆଜି ପଞ୍ଚାୟତ ରାଜ, ପଛୁଆ ବର୍ଗଙ୍କ ଉନ୍ନତିକରଣ, ଇବିସି କଲ୍ୟାଣ ବିଭାଗ ଓ ଶିଳ୍ପ ବିଭାଗ ଦାୟିତ୍ୱ ମିଳିଛି।

Advertisment

କ୍ୟାବିନେଟରେ ଥିବା ଏଚଏଏମର ସନ୍ତୋଷ ମାଞ୍ଝୀଙ୍କୁ ମାଇନର ଜଳସେଚନ ବିଭାଗ ଓ ଏସସି/ଏସଟି କଲ୍ୟାଣ ବିଭାଗ ମିଳିଛି। ଭିଆଇପି ମୁଖ୍ୟ ମୁକେଶ ସହିନଙ୍କୁ ପଶୁ ସମ୍ପଦ ଓ ମତ୍ସ୍ୟଚାଷର ଦାୟିତ୍ୱ ଦିଆଯାଇଛି।

ପୂର୍ବ ସରକାରରେ ବାଚସ୍ପତି ଥିବା ଜେଡିୟୁର ବିଜୟ ଚୌଧୁରୀଙ୍କୁ ଗ୍ରାମାଞ୍ଚଳର ଇଞ୍ଜିନିୟରିଂ, ଗ୍ରାମ୍ୟ ବିକାଶ, ଜଳ ସମ୍ପଦ, ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପର ବିଭାଗ ମିଳିଛି। ମନ୍ତ୍ରିମଣ୍ଡଳରେ ଥିବା ଜେଡିୟୁର ଭୂପେନ୍ଦ୍ର ଯାଦବଙ୍କୁ ଶକ୍ତି, ଯୋଜନା, ଖାଦ୍ୟ ଓ ଖାଉଟି ବିଭାଗ ମିଳିଛି। ମେୱା ଲାଲ ଚୌଧୁରୀଙ୍କୁ ଶିକ୍ଷା ଓ ଶୈଲା କୁମାରୀଙ୍କୁ ପରିବହନ ବିଭାଗ ଦିଆଯାଇଛି।

ବିଜେପି ନେତା ମଙ୍ଗଳ ପାଣ୍ଡେଙ୍କୁ ସ୍ୱାସ୍ଥ୍ୟ ସହ ସଡ଼କ, କଳା ଓ ସଂସ୍କୃତି ବିଭାଗ ମିଳିଛି। ଅମରେନ୍ଦ୍ର ସିଂହଙ୍କୁ କୃଷି ଓ ଆଖୁ ଚାଷ ବିଭାଗ ମିଳିଛି। ବିଜେପିର ରାମ ସୁରତଙ୍କୁ ନୀତୀଶଙ୍କ କ୍ୟାବିନେଟ୍‌ରେ ରାଜସ୍ୱ ଓ ଆଇନ ଏବଂ ଜିଭେଶ କୁମାରଙ୍କୁ ପର୍ଯ୍ୟଟନ ଓ ଶ୍ରମ ବିଭାଗ ଦାୟିତ୍ୱ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe