Advertisment

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ନିଜର ଚତୁର୍ଥ ଅଙ୍ଗୁଳିକୁ ବି ଦାନ କରିଦେଲେ

ଜାହାନାବାଦ୍: ଅଭିନେତା ହେଉ କି ନେତା, ସମସ୍ତଙ୍କର କେହି ନା କେହି ଫ୍ୟାନ୍ ବା ପ୍ରଶଂସକ ଅଛନ୍ତି। ସେହି ପ୍ରଶଂସକ ଜଣକ ନିଜର ଆଦର୍ଶଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥା’ନ୍ତି। କିନ୍ତୁ ଆଜି ଆମେ ଏଭଳି ଜଣେ ଫ୍ୟାନଙ୍କ କଥା କହିବୁ, ଯିଏ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବହୁତ ବଡ଼ ପ୍ରଶଂସକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପ୍ରଶଂସକ ଜଣକ ନୀତୀଶଙ୍କ ପାଇଁ ନିଜ ଅଙ୍ଗୁଳିକୁ ଦାନ କରିବାକୁ ପଛାଇ ନାହାନ୍ତି। […]

author-image
Ranjit Kumar Jena
ନୀତୀଶଙ୍କ ମୁଖ୍ୟମନ୍ତ୍ରୀ ମୋହ ଛାଡ଼ିଲାଣି

nitish

ଜାହାନାବାଦ୍: ଅଭିନେତା ହେଉ କି ନେତା, ସମସ୍ତଙ୍କର କେହି ନା କେହି ଫ୍ୟାନ୍ ବା ପ୍ରଶଂସକ ଅଛନ୍ତି। ସେହି ପ୍ରଶଂସକ ଜଣକ ନିଜର ଆଦର୍ଶଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥା'ନ୍ତି। କିନ୍ତୁ ଆଜି ଆମେ ଏଭଳି ଜଣେ ଫ୍ୟାନଙ୍କ କଥା କହିବୁ, ଯିଏ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବହୁତ ବଡ଼ ପ୍ରଶଂସକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପ୍ରଶଂସକ ଜଣକ ନୀତୀଶଙ୍କ ପାଇଁ ନିଜ ଅଙ୍ଗୁଳିକୁ ଦାନ କରିବାକୁ ପଛାଇ ନାହାନ୍ତି। ତେବେ ସେ ଗୋଟିଏ କି ଦୁଇଟି ନୁହେଁ, ନିଜର ୪ଟି ଅଙ୍ଗୁଳି କାଟି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଏମିତି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ସେହି 'ଡାଏ ହାର୍ଡ' ଫ୍ୟାନ ଜଣକ ହେଉଛନ୍ତି ଜାହାନାବାଦର ୪୫ ବର୍ଷୀୟ ଅନୀଲ ଶର୍ମା।

Advertisment

ନଭେମ୍ବର ୧୬ ତାରିଖରେ ନୀତୀଶ କୁମାର କ୍ରମାଗତ ଚତୁର୍ଥଥର ଲାଗି ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି। ନୀତୀଶ କ୍ରମାଗତ ଚତୁର୍ଥଥର ଶାସନ ଗାଦି ସମ୍ଭାଳି ଥିବାରୁ ଅନୀଲ ନିଜର ଚତୁର୍ଥ ଅଙ୍ଗୁଳି କାଟି ମନ୍ଦିରକୁ ଦାନ କରିଛନ୍ତି। ତେବେ ଅନୀଲ ପ୍ରଥମଥର ନୁହେଁ, ନୀତୀଶ ଯେତେଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ସେତେଥର ନିଜର ଅଙ୍ଗୁଳି କାଟିଛନ୍ତି। ଅର୍ଥାତ୍ ଏହାକୁ ମିଶାଇ ଅନୀଲ ନିଜର ୪ଟି ଅଙ୍ଗୁଳି କାଟି ଦେଇଛନ୍ତି। ସେ ନିଜକୁ ନୀତୀଶଙ୍କର ବଡ଼ ପ୍ରଶଂସକ ବୋଲି କରୁଛନ୍ତି।

ଅନୀଲ୍ ୨୦୦୫ରେ ନିଜର ପ୍ରଥମ ଅଙ୍ଗୁଳି କାଟି ଗୋରେୟା ବାବାଙ୍କୁ ଦାନ କରିଥିଲେ। ସେହି ବର୍ଷ ନୀତୀଶ ବହୁମତ ସହ ବିହାରରେ ଏନଡିଏ ସରକାର ଗଠନ କରିଥିଲା। ୨୦୧୦ରେ ଅନୀଲ ନୀତୀଶଙ୍କ ୨ୟ ବିଜୟରେ ନିଜର ଆଉ ଏକ ଅଙ୍ଗୁଳି କାଟି ଦେଇଥିଲେ। ଏହା ପରେ ୨୦୧୫ରେ ନୀତୀଶ ଯେତେବେଳେ ମହାମେଣ୍ଟ ସହ ମିଶି ସରକାର ଗଠନ କରିତିଲେ, ସେତେବେଳେ ମଧ୍ୟ ଅନୀଲ ନିଜର ତୃତୀୟ ଅଙ୍ଗୁଳି କାଟି ଗୋରେୟା ବାବାଙ୍କୁ ଅର୍ପଣ କରିଥିଲେ। ଏହା ପରେ ଚଳିତ ବର୍ଷ ନଭେମ୍ବର ୧୬ ତାରିଖରେ ମଧ୍ୟ ଅନୀଲ ଠିକ୍ ଏଭଳି କାମ କରିଛନ୍ତି।

Advertisment

ଅନୀଲଙ୍କ ଏହି ପାଗଳାମି ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏ ନେଇ ଅନୀଲ୍ କହିଛନ୍ତି, ତାଙ୍କୁ ଏଭଳି କରିବାରେ ବହୁତ ଖୁସି ଲାଗେ। ସେ ଏଥର ମଧ୍ୟ ଗୋରେୟା ବାବାଙ୍କ ନିକଟରେ ନୀତୀଶଙ୍କ ମୁଖ୍ୟମନ୍ତ୍ରୀ ହେବା ନେଇ ପ୍ରାର୍ଥନା କରିଥିଲେ। ଯେହେତୁ ଭଗବାନ ତାଙ୍କ ପ୍ରାର୍ଥନା ଶୁଣିଛନ୍ତି, ତେଣୁ ଅନୀଲ ଖୁସିରେ ନିଜର ଚତୁର୍ଥ ଅଙ୍ଗୁଳିକୁ ଦାନ କରିଦେଇଛନ୍ତି।