Advertisment

ଶିବସେନାର ଆକଳନ ଉପରେ ପାଣି ପକାଇଲେ ଶରଦ ପାଓ୍ୱାର

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷ କିଏ ହେଲେ ବିଜେପିକୁ ଚେକ୍ ଦେଇ ପାରିବ ଏ ନେଇ ଶିବସେନା ଓକିଲାତି ଆରମ୍ଭ କରିଛି। ମହାରାଷ୍ଟ୍ରର ଏହି ଦଳ ୟୁପିଏର ଅଂଶୀଦାର ହୋଇନଥିଲେ ବି ରାଜ୍ୟରେ ୟୁପିଏର ଦୁଇ ପ୍ରମୁଖ ଦଳ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରି ସରକାରର ନେତୃତ୍ୱ ନେଉଛି। ଶନିବାର ଶିବସେନା ‘ସାମ୍ନା’ ଜରିଆରେ ଶରଦ ପାଓ୍ୱାରଙ୍କୁ ୨୦୨୪ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଚେହେରା ବୋଲି ଉପସ୍ଥାପନ କରିଥିଲା। ଯାହାକୁ ଏନସିପି ନେତା […]

ଅଦ୍ୟତନ ହୋଇଛି
ଶିବସେନାର ଆକଳନ ଉପରେ ପାଣି ପକାଇଲେ ଶରଦ ପାଓ୍ୱାର

sharad-pawar

Advertisment

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷ କିଏ ହେଲେ ବିଜେପିକୁ ଚେକ୍ ଦେଇ ପାରିବ ଏ ନେଇ ଶିବସେନା ଓକିଲାତି ଆରମ୍ଭ କରିଛି। ମହାରାଷ୍ଟ୍ରର ଏହି ଦଳ ୟୁପିଏର ଅଂଶୀଦାର ହୋଇନଥିଲେ ବି ରାଜ୍ୟରେ ୟୁପିଏର ଦୁଇ ପ୍ରମୁଖ ଦଳ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରି ସରକାରର ନେତୃତ୍ୱ ନେଉଛି। ଶନିବାର ଶିବସେନା ‘ସାମ୍ନା’ ଜରିଆରେ ଶରଦ ପାଓ୍ୱାରଙ୍କୁ ୨୦୨୪ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଚେହେରା ବୋଲି ଉପସ୍ଥାପନ କରିଥିଲା। ଯାହାକୁ ଏନସିପି ନେତା ମଧ୍ୟ ସମର୍ଥନ କରିଥିଲେ।

Advertisment

ଏବେ କିନ୍ତୁ ଶିବସେନାର ସମସ୍ତ ଆକଳନ ଉପରେ ପାଣି ପକାଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ସୋମବାର ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କୁ ଭେଟିବାକୁ ଆସିବେ ଶରଦ। ଏହା ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ୟୁପିଏ ଅଧ୍ୟକ୍ଷ ହେବା ଚର୍ଚ୍ଚାର କୌଣସି ଆଧାର ନାହିଁ। ପୂର୍ବରୁ ମନା କରି ସାରିଛି। ମୋର ମଧ୍ୟ ଏ ନେଇ କୌଣସି ଆଶା ନାହିଁ'।

ସେହିପରି ଏନସିପି ମୁଖପାତ୍ର ମହେଶ ତାପସି କହିଛନ୍ତି, ଏନସିପି ସ୍ପଷ୍ଟ କରୁଛି ଯେ ୟୁପିଏ ଅଧ୍ୟକ୍ଷ ପଦ ନେଇ କୌଣସି ଆଲୋଚନା ହୋଇନି। ଯାହା ବି ଚର୍ଚ୍ଚା ହେଉଛି କେବଳ ମିଡିଆ ଦ୍ୱାରା।

Advertisment

ସୂଚନାଯୋଗ୍ୟ, ଡିସେମ୍ୱର ୧୨ରେ ଶରଦ ୮୦ ବର୍ଷରେ ପଦାର୍ପଣ କରିଥିଲେ। ଏହି ଅବସରରେ ସେ ୟୁପିଏ ଅଧ୍ୟକ୍ଷ ହେବା ଆକଳନକୁ ଖାରଜ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe