No-Major-Global-Problem-Can
ନୂଆଦିଲ୍ଲୀ: ଭାରତ ବିନା କୌଣସି ଅନ୍ତର୍ଜାତୀୟ ସମସ୍ୟା ସମାଧାନ କରିବା ଅସମ୍ଭବ। ଜର୍ମାନ ଫେଡେରାଲ ବୈଦେଶିକ ରାଜ୍ୟ ମନ୍ତ୍ରୀ ଡ. ଟୋବିଆସ୍ ଲିଣ୍ଡନର୍ ଏହା କହିଛନ୍ତି। ଭାରତ ସହ ସମ୍ପର୍କ ଦୁଇ ଦେଶ ଭିତରେ ଜ୍ଞାନକୌଶଳ, ଶିକ୍ଷା, ସୁରକ୍ଷା ଓ ପାଣିପାଗ ପରିବର୍ତ୍ତନ ବିଷୟରେ ସହଯୋଗ ବୃଦ୍ଧି କରିବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତର କିଛି ଦିନ ପୂର୍ବରୁ ଜର୍ମାନ ନେତା ଏହା କହିଛନ୍ତି। ଜର୍ମାନ ବ୍ୟତୀତ ଆସନ୍ତା ୨ରୁ ୪ ତାରିଖ ଭିତରେ ମୋଦି ଡେନମାର୍କ ଓ ଫ୍ରାନ୍ସ ଗସ୍ତରେ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।
ବର୍ଲିନ ଠାରେ ଜର୍ମାନ ଫେଡେରାଲ ଚାନ୍ସେଲର ଓଲାଫ ସ୍କୋଲଜଙ୍କ ସହ ଭାରତ-ଜର୍ମାନ ଇଣ୍ଟର-ଗର୍ଭରମେଣ୍ଟାଲ କନ୍ସଲଟେସନ(ଆଇଜିସି)ର ଷଷ୍ଠ ପର୍ଯ୍ୟାୟ ବୈଠକରେ ଯୋଗଦେବେ। ଯେଉଁଥିରେ ଉଭୟ ପକ୍ଷରୁ ବହୁ ନେତା ଓ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଏହା ପ୍ରଥମ ଆଇଜିସି ବୈଠକ ବୋଲି ଜଣାପଡ଼ିଛି। ସେ ଏହି ଗସ୍ତ ବେଳେ ବ୍ୟବସାୟୀ ଓ ପ୍ରବାସୀ ଭାରତୀୟଙ୍କୁ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଥିବା ମଧ୍ୟ ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/No-Major-Global-Problem-Can.jpg)