Advertisment

ଆଡ଼ଭାନୀ ଲଢ଼ିବେ ନା ନାହିଁ, ସସପେନ୍ସ ଜାରି

ନୂଆଦିଲ୍ଲୀ: ଦେଶର ବରିଷ୍ଠ ନେତା ତଥା ବିଜେପିର ଭୀଷ୍ମପିତାମହ ଲାଲକୃଷ୍ଣ ଆଡ଼ଭାନୀ ନିର୍ବାଚନରେ ଟିକଟ ପାଇବେ କି ନାହିଁ, ସେ ସସପେନ୍ସ ଏବେ ବି ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦଳର କୋର ଗୃପ ବୈଠକ ଚାଲିଥିବାବେଳେ ଆଡ଼ଭାନୀଙ୍କୁ ଟିକଟ ମିଳିବ ନା ନାହିଁ, ସେ ସମ୍ପର୍କରେ କୌଣସି ଖବର ଆସିନଥିବାବେଳେ ଆଡ଼ଭାନୀ ମଧ୍ୟ ଗାନ୍ଧିନଗରରୁ ନିର୍ବାଚନ ଲଢି଼ବାକୁ ଦଳ ନିକଟରେ ଦାବି କରିନଥିବା ଜଣାପଡ଼ିଛି। ପିଟିଆଇର ଖବର ଅନୁଯାୟୀ ଟିକେଟ ପାଇବା ସମ୍ପର୍କରେ ଆଡଭାନୀ କୌଣସି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆଡ଼ଭାନୀ ଲଢ଼ିବେ ନା ନାହିଁ, ସସପେନ୍ସ ଜାରି

LK_Advani_Lok_Sabha

ନୂଆଦିଲ୍ଲୀ: ଦେଶର ବରିଷ୍ଠ ନେତା ତଥା ବିଜେପିର ଭୀଷ୍ମପିତାମହ ଲାଲକୃଷ୍ଣ ଆଡ଼ଭାନୀ ନିର୍ବାଚନରେ ଟିକଟ ପାଇବେ କି ନାହିଁ, ସେ ସସପେନ୍ସ ଏବେ ବି ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦଳର କୋର ଗୃପ ବୈଠକ ଚାଲିଥିବାବେଳେ ଆଡ଼ଭାନୀଙ୍କୁ ଟିକଟ ମିଳିବ ନା ନାହିଁ, ସେ ସମ୍ପର୍କରେ କୌଣସି ଖବର ଆସିନଥିବାବେଳେ ଆଡ଼ଭାନୀ ମଧ୍ୟ ଗାନ୍ଧିନଗରରୁ ନିର୍ବାଚନ ଲଢି଼ବାକୁ ଦଳ ନିକଟରେ ଦାବି କରିନଥିବା ଜଣାପଡ଼ିଛି।

Advertisment

ପିଟିଆଇର ଖବର ଅନୁଯାୟୀ ଟିକେଟ ପାଇବା ସମ୍ପର୍କରେ ଆଡଭାନୀ କୌଣସି ପ୍ରତିକ୍ରିୟା ରଖି ନଥିବାବେଳେ ତାଙ୍କ ପ୍ରାଇଭେଟ ସେକ୍ରେଟେରୀ ଦୀପକ ଚୋପ୍ରା କହିଛନ୍ତି ଦଳ ତରଫରୁ ତାଙ୍କୁ କେହି ଯୋଗଯୋଗ କରିନାହାନ୍ତି।

୧୯୯୬ ନିର୍ବାଚନକୁ ଛାଡିଦେଲେ ଗାନ୍ଧିନଗରରୁ ୧୯୯୧ରୁ ଲଗାତର ୬ଥର ଜିତିଥିବା ବିଜେପିର ଏହି ଭେଟେରାନ ନେତା ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ପ୍ରାୟ ନିରବ ରହିଛନ୍ତି। ଦଳର ସୂଚନା ଅନୁଯାୟୀ ପ୍ରାର୍ଥୀ ହେବା ପାଇଁ ବୟସ ନୁହେଁ ଜିତିବାର କ୍ଷମତା ଓ କାର୍ଯ୍ୟକାଳ ଭିତରେ ସାଂସଦଙ୍କ ରିପୋର୍ଟ କାର୍ଡକୁ ତର୍ଜମା କରାଯାଉଛି। ତେଣୁ ଦଳ ତରଫରୁ ଟିକେଟ ମିଳିବାର ଆଶା ରହିଛି ବୋଲି ରାଜନୀତିକ ପଣ୍ଡିତମାନେ ଆକଳନ କରିଛନ୍ତି। ହେଲେ ଏହାରି ଭିତରେ ବିଜେପିର ଅନ୍ୟ ଜଣେ ନେତା ମୂରଲୀ ମନୋହର ଯୋଶୀଙ୍କର ଟିକେଟ ଚଳିତ ନିର୍ବାଚନରେ କଟିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Advertisment

ତେବେ ଗୁଜରାଟ ବିଜେପିର ମୁଖପାତ୍ର କହିଛନ୍ତି ଗାନ୍ଧିନଗର ଆସନ ପାଇଁ ବିଜେପିରୁ କେହି ଏଯାଏ ଦାବି କରିନାହାନ୍ତି। ଦେଶର ଏହି ବରିଷ୍ଠ ନେତା ଗାନ୍ଧିନଗର ଆସନରୁ ପୁଣି ଥରେ ନିର୍ବାଚନ ଲଢ଼ନ୍ତୁ ବୋଲି ବିଜେପି ଚାହୁଁଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଆଡ଼ଭାନୀ ଗୃହମନ୍ତ୍ରୀ ହେବା ସହିତ ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬ ମସିହାରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାକୁ ନେଇ ବିବାଦୀୟ ହୋଇପଡ଼ିଥିଲେ। ୧୯୯୨ ମସିହାରେ ସାରା ଦେଶରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରଥ ଯାତ୍ରା କରି ସାରା ଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।