Advertisment

ଏବେ ହୋଇପାରିବ 'ବ୍ରେନ୍‌ ଗ୍ରୁପ୍‌ ଚ୍ୟାଟ୍‌'

ମାସାଚୁସେଟ୍‌ସ (ଓଡ଼ିଶା ରିପୋର୍ଟର)- ଏବେ ଏକାଥରେ ୩ ଜଣ ମଣିଷ ନିଜ ନିଜ ମସ୍ତିଷ୍କ ଜରିଆରେ ‘ବ୍ରେନ ଗ୍ରୁପ୍‌ ଚ୍ୟାଟ୍‌’ କରି ପାରିବେ। ଅର୍ଥାତ ମୁହଁରେ କିମ୍ବା ସାଙ୍କେତିକ ଭାବେ କିଛି ନକହି ମଧ୍ୟ ଭାବନା ଆଦାନ କରିପାରିବେ ଠିକ୍ ଯେମିତି ହ୍ୱାଟ୍ସଆପ୍‌ ଏବଂ ଅନ୍ୟାନ୍ୟ ମେସେଞ୍ଜରରେ ସମ୍ଭବ ହେଉଛି। ଏହା ଟେଲିପ୍ୟାଥି ଦ୍ୱାରା ମଧ୍ୟ ଆଂଶିକ ସମ୍ଭବ ହୋଇପାରିଥିଲା, କିନ୍ତୁ ଏଥିରେ କିଏ କ’ଣ ଭାବୁଛି କେବଳ ଆନୁମାନିକ ଭାବେ କୁହାଯାଇପାରୁଥିଲା। କିନ୍ତୁ ବର୍ତ୍ତମାନ ଆମେରିକାର […]

ଏବେ ହୋଇପାରିବ 'ବ୍ରେନ୍‌ ଗ୍ରୁପ୍‌ ଚ୍ୟାଟ୍‌'

brainnet

Advertisment

ମାସାଚୁସେଟ୍‌ସ (ଓଡ଼ିଶା ରିପୋର୍ଟର)- ଏବେ ଏକାଥରେ ୩ ଜଣ ମଣିଷ ନିଜ ନିଜ ମସ୍ତିଷ୍କ ଜରିଆରେ 'ବ୍ରେନ ଗ୍ରୁପ୍‌ ଚ୍ୟାଟ୍‌' କରି ପାରିବେ। ଅର୍ଥାତ ମୁହଁରେ କିମ୍ବା ସାଙ୍କେତିକ ଭାବେ କିଛି ନକହି ମଧ୍ୟ ଭାବନା ଆଦାନ କରିପାରିବେ ଠିକ୍ ଯେମିତି ହ୍ୱାଟ୍ସଆପ୍‌ ଏବଂ ଅନ୍ୟାନ୍ୟ ମେସେଞ୍ଜରରେ ସମ୍ଭବ ହେଉଛି।

Advertisment

ଏହା ଟେଲିପ୍ୟାଥି ଦ୍ୱାରା ମଧ୍ୟ ଆଂଶିକ ସମ୍ଭବ ହୋଇପାରିଥିଲା, କିନ୍ତୁ ଏଥିରେ କିଏ କ’ଣ ଭାବୁଛି କେବଳ ଆନୁମାନିକ ଭାବେ କୁହାଯାଇପାରୁଥିଲା। କିନ୍ତୁ ବର୍ତ୍ତମାନ ଆମେରିକାର କିଛି ଗବେଷକ ବ୍ରେନ୍‌ନେଟ୍‌ ନାମକ ଏକ ବ୍ରେନ୍‌ ନେଟ୍‌ୱର୍କିଂ ବ୍ୟବସ୍ଥା ବିକଶିତ କରିଛନ୍ତି, ଯେଉଁଥିରେ ଏକା ସାଥିରେ ୩ ଜଣଙ୍କ ମସ୍ତିଷ୍କଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମରେ ଯୋଡ଼ିହେବ ଏବଂ କାହା ମନରେ କ’ଣ ଚାଲିଛି ଜାଣିହେବ।

୨୦୧୫ ମସିହାରେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହିଭଳି ଉପାୟରେ ୨ ଜଣଙ୍କ ମସ୍ତିଷ୍କ ମଧ୍ୟରେ ଯୋଗାଯୋଗ କରାଇବା ସମ୍ଭବ କରିପାରିଥିଲେ। ଏହାର ବିକଶିତ ସ୍ତର ହେଉଛି ବ୍ରେନ୍‌ନେଟ୍‌। ଏହାକୁ ବ୍ୟବହାର କରି ଭର୍ଚୁଆଲ ରିଅଲିଟି ଗେମ୍‌ ମଧ୍ୟ ବିକଶିତ କରାଯାଇପାରିବ।

Advertisment

ଏହା ଟେଲିପ୍ୟାଥିଠାରୁ ଏଥିପାଇଁ ଭିନ୍ନ ଯେ, ବ୍ରେନ୍‌ନେଟ୍‌ରେ ବାହ୍ୟ ହସ୍ତକ୍ଷେପ ଆବଶ୍ୟକ ହୁଏ। ଏହା ମସ୍ତିଷ୍କର ବୈଦ୍ୟୁତିକ ସଂଚରଣ କାର୍ଯ୍ୟକଳାପ ଏବଂ ମସ୍ତିଷ୍କର ସୂକ୍ଷ୍ମ ସ୍ନାୟୁରେ ଚୂମ୍ବକୀୟ ପ୍ରତିକ୍ରିୟାକୁ ଏକାଠି କରି ସୂଚନା ପଠାଇଥାଏ। ଏହାକୁ ବିକାଶ କରି ଗ୍ରୁପ୍‌ରେ ଅଧିକ ଜଟିଳ ତଥ୍ୟ ପଠାଇହେବ ବୋଲି ଏହି ଗବେଷକମାନେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe