Advertisment

ମିଶିଯିବେ ଏନ୍‌ଏସ୍‌ଏସ୍‌ଓ ଏବଂ ସିଏସ୍‌ଓ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନ୍ୟାସନାଲ୍ ସାମ୍ପଲ୍ ସର୍ଭେ ଅର୍ଗାନାଇଜେସନ(NSSO) ଏବଂ ସେଣ୍ଟ୍ରାଲ୍ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌(CSO) ଆଉ ଏଣିକି ଦୁଇଟି ଅଲଗା ସଂସ୍ଥା ହୋଇ ରହିବେ ନାହିଁ। ଏହି ଦୁଇ ସଂସ୍ଥାକୁ ଏକାଠି ମିଶାଇ ଦିଆଯିବ ଏବଂ ଏହାର ନୂଆ ନାମ ହେବ ନ୍ୟାସନାଲ୍ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ(NSO)। ଏଭଳି  ହେଲେ  ସରକାରଙ୍କ ପାଇଁ ବିଭିନ୍ନ ତଥ୍ୟ ସଂଗ୍ରହଠାରୁ ଆରମ୍ଭ କରି ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ଆହୁରି ସହଜ ହୋଇଯିବ। ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍‌ସ ଆଣ୍ଡ୍‌ ପ୍ରୋଗ୍ରାମ୍ ଇମ୍ପ୍ଲିମେଣ୍ଟେସନ ପକ୍ଷରୁ […]

ଅଦ୍ୟତନ ହୋଇଛି
ମିଶିଯିବେ ଏନ୍‌ଏସ୍‌ଏସ୍‌ଓ ଏବଂ ସିଏସ୍‌ଓ

edit

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନ୍ୟାସନାଲ୍ ସାମ୍ପଲ୍ ସର୍ଭେ ଅର୍ଗାନାଇଜେସନ(NSSO) ଏବଂ ସେଣ୍ଟ୍ରାଲ୍ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌(CSO) ଆଉ ଏଣିକି ଦୁଇଟି ଅଲଗା ସଂସ୍ଥା ହୋଇ ରହିବେ ନାହିଁ। ଏହି ଦୁଇ ସଂସ୍ଥାକୁ ଏକାଠି ମିଶାଇ ଦିଆଯିବ ଏବଂ ଏହାର ନୂଆ ନାମ ହେବ ନ୍ୟାସନାଲ୍ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ(NSO)।

Advertisment

ଏଭଳି  ହେଲେ  ସରକାରଙ୍କ ପାଇଁ ବିଭିନ୍ନ ତଥ୍ୟ ସଂଗ୍ରହଠାରୁ ଆରମ୍ଭ କରି ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ଆହୁରି ସହଜ ହୋଇଯିବ। ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍‌ସ ଆଣ୍ଡ୍‌ ପ୍ରୋଗ୍ରାମ୍ ଇମ୍ପ୍ଲିମେଣ୍ଟେସନ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। NSO ଭାବେ ଯେଉଁ ସଙ୍ଗଠନ ତିଆରି ହେବ ସେଥିରେ ମନ୍ତ୍ରଣାଳୟର ସଚିବ ମୁଖ୍ୟ ଭାବେ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍‌ସ ଆଣ୍ଡ୍‌ ପ୍ରୋଗ୍ରାମ୍ ଇମ୍ପ୍ଲିମେଣ୍ଟେସନ ଅଧୀନରେ ବର୍ତ୍ତମାନ ଏହି ଦୁଇ ସଂସ୍ଥା ପରିଚାଳିତ ହେଉଛନ୍ତି। ଦେଶର ଅଭିବୃଦ୍ଧି ହାର, ନିଯୁକ୍ତି ହାର, ବେକାରୀ ସମସ୍ୟା, ଶିଳ୍ପ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ହିସାବ ସକାଶେ ଏହି ଦୁଇ ସଂସ୍ଥା ହିଁ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe