Advertisment

ବ୍ୟାଘ୍ର ଅଭୟାରଣ୍ୟ ଖୋଲିବାକୁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ବନ୍ୟଜନ୍ତୁଙ୍କୁ ଦେଖିବାର ସଉକ ରଖୁଥିବା ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଖୁବଶୀଘ୍ର ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକୁ ଖୋଲାଯିବାର ନିଷ୍ପତ୍ତି ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ପକ୍ଷରୁ ଦେଶର ସମସ୍ତ ବ୍ୟାଘ୍ର ସଂରକ୍ଷଣକୁ ଖୋଲିବା ତଥା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଖୁବଶୀଘ୍ର ଦେଶର ସମସ୍ତ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକୁ ଖୋଲାଯିବ। ଏନେଇ ଏନଟିସିଏ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ତଦ୍ଦନୁଯାୟୀ ଅଭୟାରଣ୍ୟର ଆଗନ୍ତୁକମାନଙ୍କ ପ୍ରବେଶ ଦ୍ୱାର ନିକଟରେ ହିଁ […]

ବ୍ୟାଘ୍ର ଅଭୟାରଣ୍ୟ ଖୋଲିବାକୁ ଜାରି ହେଲା ଗାଇଡଲାଇନ୍

tiger-reserve

Advertisment

ନୂଆଦିଲ୍ଲୀ: ବନ୍ୟଜନ୍ତୁଙ୍କୁ ଦେଖିବାର ସଉକ ରଖୁଥିବା ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଖୁବଶୀଘ୍ର ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକୁ ଖୋଲାଯିବାର ନିଷ୍ପତ୍ତି ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ପକ୍ଷରୁ ଦେଶର ସମସ୍ତ ବ୍ୟାଘ୍ର ସଂରକ୍ଷଣକୁ ଖୋଲିବା ତଥା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

Advertisment

ଖୁବଶୀଘ୍ର ଦେଶର ସମସ୍ତ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକୁ ଖୋଲାଯିବ। ଏନେଇ ଏନଟିସିଏ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ତଦ୍ଦନୁଯାୟୀ ଅଭୟାରଣ୍ୟର ଆଗନ୍ତୁକମାନଙ୍କ ପ୍ରବେଶ ଦ୍ୱାର ନିକଟରେ ହିଁ ଥର୍ମାଲ ସ୍କ୍ରିନିଂ କରାଯିବ। କୌଣସି ବ୍ୟକ୍ତିଙ୍କ ଶରୀର ତାପମାତ୍ରା ସାମାନ୍ୟଠାରୁ ଅଧିକ ଥିଲେ ସେ ଅଭୟାରଣ୍ୟକୁ ପ୍ରବେଶ କରିପାରିବେ ନାହିଁ। ସେହିପରି ଡ୍ରାଇଭର, ଗାଇଡ୍ ଏବଂ ଆଗନ୍ତୁକଙ୍କ ଲାଗି ଫେସ ମାସ୍କ, ଫେସ୍ ଶିଲ୍ଡ ଅନିବାର୍ଯ୍ୟ ରହିବ। ଗାଡ଼ିରେ ସାନିଟାଇଜର ରଖିବା ମଧ୍ୟ ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ କୁହାଯାଇଛି।

ଏନଟିସିଏ ପକ୍ଷରୁ ଜାରି ଗାଇଡଲାଇନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଅଭୟାରଣ୍ୟର ପ୍ରବେଶ ଦ୍ୱାର ନିକଟରେ ଗାଡ଼ିର ଚାରୋଟି ଚକାକୁ ଡିସଇନଫେକ୍ଟ କରାଯିବ। ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରବେଶ ଦିଆଯିବ ନାହିଁ।

Advertisment

ସେହିଭଳି ସାମାଜିକ ଦୂରତ୍ୱକୁ ପାଳନ କରି ଗାଡ଼ିରେ ପର୍ଯ୍ୟଟକଙ୍କ ସଂଖ୍ୟା ୫୦ ପ୍ରତିଶତ କମ୍ ରଖାଯିବ। ବ୍ୟାଘ୍ର ଅଭୟାରଣୟକୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ଶୌଚାଳୟ ବ୍ୟବସ୍ଥା କରାଯିବ। ତେବେ ମୌସୁମୀକୁ ଦୃଷ୍ଟିରେ ରଖି ବ୍ୟାଘ୍ର ଅଭୟାରଣ୍ୟକୁ ପୂର୍ବ ଭଳି ସାମୟିକ କାଳ ପାଇଁ ବନ୍ଦ ମଧ୍ୟ କରାଯିବ ବୋଲି ନିର୍ଦ୍ଦେଶାବଳୀ ରହିଛି। ବ୍ୟାଘ୍ର ଅଭୟାରଣ୍ୟ ଖୋଲିବା ନିଷ୍ପତ୍ତି ପରେ କରୋନା କାଳରେ କ୍ଷତି ସହିଥିବା ପର୍ଯ୍ୟଟନ କ୍ଷେତ୍ର ପୁଣି ଅଣ୍ଟା ସଳଖିବ ବୋଲି ଆଶା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe