୧୫ ହଜାର ଲୋକଙ୍କ ସହ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-ଯୋଗ ଜୀବନର ଅଂଶ ନୁହେଁ, ଏହା ଜୀବନଶୈଳୀ

ନୂଆଦିଲ୍ଲୀ: ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ । ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ । ଯୋଗ କୋଟି କୋଟି ଲୋକଙ୍କ ମନରେ ଶାନ୍ତି ଆଣି ଦେଉଛି। ଏହା ଆମ ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି କରୁଛି। ଯୋଗ ଦ୍ୱାରା […]

modi

Niharika Rout
  • Published: Tuesday, 21 June 2022
  • , Updated: 21 June 2022, 08:37 AM IST

ନୂଆଦିଲ୍ଲୀ: ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ । ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ । ଯୋଗ କୋଟି କୋଟି ଲୋକଙ୍କ ମନରେ ଶାନ୍ତି ଆଣି ଦେଉଛି। ଏହା ଆମ ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି କରୁଛି। ଯୋଗ ଦ୍ୱାରା ସମସ୍ତଙ୍କୁ ଏକସଙ୍ଗେ ଦେଶ ସହ ଯୋଡ଼ା ଯାଇପାରିବ । ଯୋଗ ବଳରେ ଆମେ ଆମର ସମସ୍ୟା ଦୂର କରିପାରିବା ।  ‘ମାନବତା ପାଇଁ ଯୋଗ’ର ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ । ଆଜି ଏହା ପ୍ରମାଣିତ ହୋଇଛି ।’ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ  ଅବସରରେ ସମଗ୍ର  ଦେଶବାସୀଙ୍କୁ ଏପରି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ଜୁନ୍ ୨୧ରେ ମହାସମାରୋହରେ ପାଳିତ ହୋଇଥାଏ ଏହି ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ସମଗ୍ର ଦେଶରେ ବ୍ୟାପକ ଆୟୋଜନ କରାଯାଇଛି  । ଦେଶର ୭୫ଟି ପ୍ରମୁଖ ଐତିହ୍ୟସ୍ଥଳରେ ଯୋଗ ଓ ଆସନ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହିଶୁର ପ୍ୟାଲେସରେ  ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ଏହି ଅବସରରେ ପ୍ରାୟ ୧୫ ହଜାର ଲୋକଙ୍କ ସହ  ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଯୋଗ  ଏକ ଆଧ୍ୟାତ୍ମିକ ଅଭ୍ୟାସ, ଯାହା ଶାନ୍ତି, ଆତ୍ମବିଶ୍ୱାସ ଓ ସାହସକୁ ପ୍ରୋତ୍ସାହିତ କରେ । ଶରୀର, ମନ ଓ ମସ୍ତିଷ୍କକୁ ସକାରାତ୍ମକ ମାର୍ଗରେ ନିୟନ୍ତ୍ରଣ କରେ । ଏହି ବାର୍ତ୍ତାର ପ୍ରଚାର ପ୍ରସାର ଅନ୍ତର୍ଜାତୀୟ ଯୋଗ ଦିବସର ଲକ୍ଷ୍ୟ ।  ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିଥିବା ସ୍ୱୀକୃତି ନିମନ୍ତେ  ଜାତିସଂଘକୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାମନ୍ତ୍ରୀ ମୋଦି। ଚଳିତ  ବର୍ଷ ଯୋଗଦିବସ କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୮୦ଟି ଦେଶ ସାମିଲ ହୋଇଛନ୍ତି ।

ସାମୂହିକ ଯୋଗ ଦିବସ ପାଳନ ପୂର୍ବର ଗାରିମାକୁ ମନେ ପକାଉଛି। ବିଶ୍ୱରେ ସୂର୍ଯ୍ୟଙ୍କ ଆଗମନ ଅନୁସାରେ ଯୋଗ କାର୍ଯ୍ୟକ୍ରମ ହେଉଛି । ଏହା ମାନବ ଜାତିକୁ ବିଶେଷ ପ୍ରେରଣା ଯୋଗାଇ ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଚଳିତ ବର୍ଷ ଯୋଗ ଦିବସ ପାଳନ ଲାଗି ଆୟୂଷ ମନ୍ତ୍ରାଳୟ ପକ୍ଷରୁ ‘ଷ୍ଟାର୍ଟ ଅପ୍ ଯୋଗ’ ଆରମ୍ଭ ହୋଇଛି। ଏଥିନିମନ୍ତେ ମାର୍ଚ୍ଚ ୧୩ ତାରିଖରୁ ୧୦୦ ଦିନିଆ କାଉଣ୍ଟଡାଉନ୍‌ ଆରମ୍ଭ କରିଥିଲା ।  କାଉଣ୍ଟଡାଉନର ୨୫ ଦିନ,  ୫୦ ଦିନ ଓ ୭୫ ଦିନ ଯଥାକ୍ରମେ ହାଇଦ୍ରାବାଦ, ଆସାମର ଶିବଶାଗର ଓ ନୂଆଦିଲ୍ଲୀର ଲାଲକିଲ୍ଲାରେ ମହାସମାରୋହରେ ପାଳନ କରାଯାଇଥିଲା ।

Related story