ଆମ୍ବର ନାଁ ନୁରଜାହାନ: ପାଚିବା ପୂର୍ବରୁ ସରିଲାଣି ବୁକିଂ, ଗୋଟାକ ହଜାରେ ଟଙ୍କା

ଭୋପାଲ : ଆମ୍ବ ଗୋଟାକର ଦାମ 500ରୁ ହଜାରେ ଟଙ୍କା l ତାକୁ ପାଇବାକୁ ପୁଣି ଆଗୁଆ ବୁକିଂ କରିବାକୁ ପଡୁଛି l ଭାଗ୍ୟରେ ଥିଲେ ଏପରି ଆମ୍ବ ଚାଖିବାର ସୁଯୋଗ ମିଳୁଛି l କାରଣ ଗଛରେ ଆମ୍ବ କଷି ଧରୁ ଧରୁ ଲୋକେ ପହଂଚି ଆଗୁଆ ଟଙ୍କା ଦେଉଛନ୍ତି ଚାଷୀଙ୍କୁ l ଏହାପରେ ମାସ ମାସ ଅପେକ୍ଷା କରି ପାଚିବା ପରେ ପାଉଛନ୍ତି ନୁରଜାହାନ ଆମ୍ବ l ପ୍ରତିକୂଳ ପାଗ ଯୋଗୁ ଗତ କିଛି ବର୍ଷ […]

Mango

Mango

Niharika Rout
  • Published: Tuesday, 08 June 2021
  • Updated: 08 June 2021, 03:48 PM IST

Sports

Latest News

ଭୋପାଲ : ଆମ୍ବ ଗୋଟାକର ଦାମ 500ରୁ ହଜାରେ ଟଙ୍କା l ତାକୁ ପାଇବାକୁ ପୁଣି ଆଗୁଆ ବୁକିଂ କରିବାକୁ ପଡୁଛି l ଭାଗ୍ୟରେ ଥିଲେ ଏପରି ଆମ୍ବ ଚାଖିବାର ସୁଯୋଗ ମିଳୁଛି l କାରଣ ଗଛରେ ଆମ୍ବ କଷି ଧରୁ ଧରୁ ଲୋକେ ପହଂଚି ଆଗୁଆ ଟଙ୍କା ଦେଉଛନ୍ତି ଚାଷୀଙ୍କୁ l ଏହାପରେ ମାସ ମାସ ଅପେକ୍ଷା କରି ପାଚିବା ପରେ ପାଉଛନ୍ତି ନୁରଜାହାନ ଆମ୍ବ l

ପ୍ରତିକୂଳ ପାଗ ଯୋଗୁ ଗତ କିଛି ବର୍ଷ ଧରି ଫଳପ୍ରେମୀଙ୍କୁ ନିରାଶ କରିଥିବା ନୁରଜାହାନ ଆମ୍ବ ଚଳିତ ବର୍ଷ କିନ୍ତୁ ବେଶ କିଛି ମାତ୍ରାରେ ଫଳିଛି l ନିଆରା ସ୍ୱାଦ ଯୋଗୁ ଏହାର ଚାହିଦା ଅନ୍ୟ ଆମ୍ବ ତୁଳନାରେ ଢେର ଅଧିକ l ଏହାର ଦାମ ଅନ୍ୟ ଆମ୍ବ ତୁଳନାରେ ବେଶ ଅଧିକ ରହୁଥିବା ସତ୍ତ୍ୱେ ଏବେଠୁ ଏହାର ବୁକିଂ ସରିଲାଣି l

ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାରେ ଫଳୁଥିବା ଏହି ଆମ୍ବର ଚାହିଦା କାହିଁରେ କେତେ l ଏହି  ଆମ୍ବ ଗୋଟାକ 500ରୁ ହଜାରେ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ଚାଷୀ l ପୂର୍ବ ବର୍ଷ ତୁଳନାରେ ଅନକୁଳ ପାଗ ଥିବାରୁ ଏଥର ଗଛରେ ଭଲ ଫଳ ଧରିଛି ବୋଲି କହିଛନ୍ତି ଚାଷୀ l

ଆଫଗାନ ପ୍ରଜାତିର ଏହି ଆମ୍ବ ଭାରତ ବର୍ଷରେ କେବଳ ଆଲିରାଜପୁର ଜିଲ୍ଲାର କାଠିୱାଡାରେ ଫଳୁଛି l ଏହା ଗୁଜୁରାଟ ସୀମାରେ ଥିବା ବେଳେ ଇନ୍ଦୋରଠାରୁ 250କିମି ଦୂରରେ ସ୍ଥିତ l

ଶିବରାଜ ସିଂ ନାମକ ନୁରଜାହାନ ଆମ୍ବ ଚାଷୀ କହିଛନ୍ତି, ଏଥର ତାଙ୍କ ବଗିଚାରେ 3ଟି ଗଛରେ 250ଟି ଆମ୍ବ ଫଳିଥିବା ବେଳେ ତାହା ପାଚିବା ପୂର୍ବରୁ ବୁକିଂ ହୋଇସାରିଲାଣି l ପ୍ରାୟତଃ ମଧ୍ୟପ୍ରଦେଶ ଓ ଗୁଜରାଟର ଆମ୍ବ ପ୍ରେମୀ ଏହି ଆମ୍ବ ଗୋଟା ପିଛା 500ରୁ ହଜାରେ ଟଙ୍କା ଦେବାକୁ ପଛାଇ ନାହାନ୍ତି l ଚଳିତ ବର୍ଷ ଏହି ଆମ୍ବ ଗୋଟାକର ଓଜନ ଅଢେଇ କେଜିରୁ 3କେଜି ପାଖାପାଖି ରହିଥିବା ଶିବରାଜ କହିଛନ୍ତି l

ଗତ ଜାନୁଆରୀ, ଫେବୃଆରୀରେ ଏହି ଗଛରେ ବଉଳ ଧରିଥିବା ବେଳେ ଚଳିତ ମାସ ପାଚିବ ଆମ୍ବ l ଏଥର ତାଙ୍କ ଗଛରେ ହୋଇଥିବା ଆମ୍ବ ଗୋଟାକ ଓଜନ ଅଢେଇରୁ 3କେଜି ପାଖାପାଖି ହେବ ବୋଲି କହିଛନ୍ତି ଶିବରାଜ l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story