ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଙ୍ଗାପୁର୍ର ଆଇଟିଇ କଲେଜ୍ ସମ୍ମିଳିନୀ କକ୍ଷରେ ‘ସିଙ୍ଗାପୁର ଓଡ଼ିଆ ପରିବାର’ ସଂଗଠନ ତରଫରୁ ସୋମବାର ‘ରିଦିମ୍ସ ଇନ୍ ୟୁନିଟି ସଙ୍ଗମ୍ ୨୦୧୮’ ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପରିବାର ତରଫରୁ ଓଡ଼ିଶାର ସାଂସ୍କୃତିକ ନୃତ୍ୟ ଓ ଗୀତ ସହିତ ଭାରତୀୟ ଖାଦ୍ୟ ଓ କଳା ସଂସ୍କୃତିର ପ୍ରଦର୍ଶିତ ହୋଇଛି। ଏଥିରେ ସିଙ୍ଗାପୁର୍ ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗ୍ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଓଏସ୍ଏସ୍ ନୃତ୍ୟ ଦଳ ପକ୍ଷରୁ ଲୋକନୃତ୍ୟ ମାଧ୍ୟରେ ଓଡ଼ିଶାର ଉଚ୍ଚକୋଟୀର ଆଦିବାସୀ ସଂସ୍କୃତି ଓ ଜୀବନଶୈଳୀକୁ ପ୍ରଦର୍ଶନ କରାଯାଇଥିଲା। ସିଙ୍ଗାପୁର୍ ଓଡ଼ିଆ ପରିବାରର କାର୍ଯ୍ୟକାରୀ ସଦସ୍ୟା ସ୍ୱାଗତିକା ମିଶ୍ର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଏଥିସହିତ କାର୍ଯ୍ୟକ୍ରମରେ ପିପିଲି ଚାନ୍ଦୁଆ, କଟକର ତାରକସୀ କାରୁକାର୍ଯ୍ୟ ବି ପ୍ରଦର୍ଶନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଙ୍ଗାପୁର୍ ଓଡ଼ିଆ ପରିବାର ଅଧ୍ୟକ୍ଷ ସମ୍ବିତ ମିଶ୍ର ପ୍ରଧାନମନ୍ତ୍ରୀଙ୍କୁ ଲି’ଙ୍କୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବିଷୟରେ ଅବଗତ କରାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
‘ଇନ୍ଦୁପୁର ହାଇସ୍କୁଲରେ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା’
୧୯୩୯ ମସିହା ଫେବ୍ରୁଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା।
Culture & Literature
ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। 'ଭୂତି ଭକ୍ତି ବିଭୂତି' ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।
Culture & Literature
ପ୍ରୟାଗରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ ଅନୁଷ୍ଠିତ ହେବ ମହାକୁମ୍ଭ।
Culture & Literature
‘ନାଚେମଲେଇ’ ଓ ‘ସୂର୍ଯ୍ୟଲାବଣ୍ୟ’ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ
କଲିକତାର ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଶୈଳୀରେ ବନ୍ଦେ ମାତରମ୍, ତାରା ପଲ୍ଲବୀ ଓ ସୂର୍ଯ୍ୟଲାବଣ୍ୟ ପରିବେଷଣ କରିଥିଲେ।
Culture & Literature
‘ସିନେମାର ଟାଇଟଲକୁ ନେଇ ମୋର ଇସ୍ୟୁ ଥିଲା, ଆଉ ସେହି ଇସ୍ୟୁ ରହିବ’
ମୁଁ ଜଣେ ଅଭିନେତା। ଅଭିନେତା ହିସାବରେ ସାହିତ୍ୟରେ ଯେତିକି ଜ୍ଞାନ ରହିବା କଥା, ତା’ଠାରୁ ବି କମ୍ ଜ୍ଞାନ ମୋର ଅଛି।