Advertisment

ଓଡ଼ିଆ ଆଦିବାସୀ ଲୋକ ନୃତ୍ୟର ତାଳେ ତାଳେ ନାଚିଲା ସିଙ୍ଗାପୁର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଙ୍ଗାପୁର୍‌ର ଆଇଟିଇ କଲେଜ୍‌ ସମ୍ମିଳିନୀ କକ୍ଷରେ ‘ସିଙ୍ଗାପୁର ଓଡ଼ିଆ ପରିବାର’ ସଂଗଠନ ତରଫରୁ ସୋମବାର ‘ରିଦିମ୍‌ସ ଇନ୍‌ ୟୁନିଟି ସଙ୍ଗମ୍‌ ୨୦୧୮’ ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପରିବାର ତରଫରୁ ଓଡ଼ିଶାର ସାଂସ୍କୃତିକ ନୃତ୍ୟ ଓ ଗୀତ ସହିତ ଭାରତୀୟ ଖାଦ୍ୟ ଓ କଳା ସଂସ୍କୃତିର ପ୍ରଦର୍ଶିତ ହୋଇଛି। ଏଥିରେ ସିଙ୍ଗାପୁର୍‌ ପ୍ରଧାନମନ୍ତ୍ରୀ ଲି ସିନ୍‌ ଲୁଙ୍ଗ୍‌ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଏସ୍‌ଏସ୍‌ ନୃତ୍ୟ […]

ଅଦ୍ୟତନ ହୋଇଛି
ଓଡ଼ିଆ ଆଦିବାସୀ ଲୋକ ନୃତ୍ୟର ତାଳେ ତାଳେ ନାଚିଲା ସିଙ୍ଗାପୁର୍‌

odia tribal folk dance

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଙ୍ଗାପୁର୍‌ର ଆଇଟିଇ କଲେଜ୍‌ ସମ୍ମିଳିନୀ କକ୍ଷରେ ‘ସିଙ୍ଗାପୁର ଓଡ଼ିଆ ପରିବାର’ ସଂଗଠନ ତରଫରୁ ସୋମବାର ‘ରିଦିମ୍‌ସ ଇନ୍‌ ୟୁନିଟି ସଙ୍ଗମ୍‌ ୨୦୧୮’ ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପରିବାର ତରଫରୁ ଓଡ଼ିଶାର ସାଂସ୍କୃତିକ ନୃତ୍ୟ ଓ ଗୀତ ସହିତ ଭାରତୀୟ ଖାଦ୍ୟ ଓ କଳା ସଂସ୍କୃତିର ପ୍ରଦର୍ଶିତ ହୋଇଛି। ଏଥିରେ ସିଙ୍ଗାପୁର୍‌ ପ୍ରଧାନମନ୍ତ୍ରୀ ଲି ସିନ୍‌ ଲୁଙ୍ଗ୍‌ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

lee

ଏହି କାର୍ଯ୍ୟକ୍ରମରେ ଓଏସ୍‌ଏସ୍‌ ନୃତ୍ୟ ଦଳ ପକ୍ଷରୁ ଲୋକନୃତ୍ୟ ମାଧ୍ୟରେ ଓଡ଼ିଶାର ଉଚ୍ଚକୋଟୀର ଆଦିବାସୀ ସଂସ୍କୃତି ଓ ଜୀବନଶୈଳୀକୁ ପ୍ରଦର୍ଶନ କରାଯାଇଥିଲା। ସିଙ୍ଗାପୁର୍‌ ଓଡ଼ିଆ ପରିବାରର କାର୍ଯ୍ୟକାରୀ ସଦସ୍ୟା ସ୍ୱାଗତିକା ମିଶ୍ର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଏଥିସହିତ କାର୍ଯ୍ୟକ୍ରମରେ ପିପିଲି ଚାନ୍ଦୁଆ, କଟକର ତାରକସୀ କାରୁକାର୍ଯ୍ୟ ବି ପ୍ରଦର୍ଶନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଙ୍ଗାପୁର୍‌ ଓଡ଼ିଆ ପରିବାର ଅଧ୍ୟକ୍ଷ ସମ୍ବିତ ମିଶ୍ର ପ୍ରଧାନମନ୍ତ୍ରୀଙ୍କୁ ଲି’ଙ୍କୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବିଷୟରେ ଅବଗତ କରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe