Advertisment

ପଥର ନୁହେଁ ନୀତୀଶ କୁମାରଙ୍କୁ ପିଆଜ ମାଡ଼

ମଧୁବନୀ: ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର କରୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସେ ଶୋଭାଯାତ୍ରାରେ ସମ୍ବୋଧନ କରୁଥିବା ବେଳେ ଲୋକମାନେ ତାଙ୍କ ଉପରକୁ ପିଆଜ ମାଡ଼ କରିଛନ୍ତି। ପୂର୍ବରୁ ତାଙ୍କ ଉପରେ ପଥମାଡ଼ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ହେଲେ ଏବେ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ଅନୁସାରେ, ସଭାରେ ନୀତୀଶ କୁମାର ଭାଷଣ ଦେଉଥିବା ବେଳେ ଲୋକମାନେ ତାଙ୍କ ଉପରକୁ ପିଆଜ ମାଡ଼ […]

author-image
Hemant Lenka
ପଥର ନୁହେଁ ନୀତୀଶ କୁମାରଙ୍କୁ ପିଆଜ ମାଡ଼

gh

ମଧୁବନୀ: ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର କରୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସେ ଶୋଭାଯାତ୍ରାରେ ସମ୍ବୋଧନ କରୁଥିବା ବେଳେ ଲୋକମାନେ ତାଙ୍କ ଉପରକୁ ପିଆଜ ମାଡ଼ କରିଛନ୍ତି।

Advertisment

ପୂର୍ବରୁ ତାଙ୍କ ଉପରେ ପଥମାଡ଼ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ହେଲେ ଏବେ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ଅନୁସାରେ, ସଭାରେ ନୀତୀଶ କୁମାର ଭାଷଣ ଦେଉଥିବା ବେଳେ ଲୋକମାନେ ତାଙ୍କ ଉପରକୁ ପିଆଜ ମାଡ଼ କରିଛନ୍ତି। ତେବେ ଏହା ତାଙ୍କ ଦେହରେ ମାଡ଼ ହୋଇ ନଥିଲା। ପିଆଜର ଦର ଅହେତୁକ ବୃଦ୍ଧି ପାଉଥିବାରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ପିଆଜ ଫିଙ୍ଗି ଏଭଳି ବିରୋଧ ପ୍ରଦର୍ଶନ କରିଥିବା କୁହାଯାଉଛି।

ଆଜି ନୀତୀଶ କୁମାର ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ। ଏଠାରେ ନୀତୀଶ କୁମାର ଯେତେବେଳେ ନିଯୁକ୍ତି ପ୍ରସଙ୍ଗରେ ଭାଷଣ ଦେଉଥିଲେ ସେତେବେଳେ ତାଙ୍କ ବିରୋଧରେ ଲୋକମାନେ ନାରାବାଜୀ କରିଥିଲେ। ଏହାପରେ ଭିଡ଼ ମଧ୍ୟରୁ କିଛି ଲୋକ ତାଙ୍କୁ ପିଆଜ ମାଡ଼ କରିଥିଲେ।

Advertisment

ଏହା ଦେଖି ମଞ୍ଚ ଉପରେ ଭାଷଣ ଦେଉଥିବା ନୀତୀଶ କୁମାର କିଛି ସମୟ ଅଟକି ଯାଇଥିଲେ। ଏହାପରେ ସେ ଲୋକମାନଙ୍କୁ ଯାହା ପିଙ୍ଗିବାର ଅଛି ଫିଙ୍ଗ ଓ ଏହାକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଥିଲେ। ସେହିପରି ପିଆଜ ମାଡ଼ ହେବା କ୍ଷଣି ମଞ୍ଚରେ ଥିବା ସୁରକ୍ଷାକର୍ମୀମାନେ ନୀତୀଶ କୁମାରଙ୍କୁ କଭର କରି ନେଇଥିଲେ। କିନ୍ତୁ ଏହା ପରେ କୌଣସି ପ୍ରକାରର ପିଆଜ ମାଡ଼ ହୋଇ ନଥିଲା।

ଏହାପୂର୍ବରୁ ମୁଜାଫରପୁର ଠାରେ ଆୟୋଜିତ ଏକ ରାଲିରେ ନୀତୀଶ କୁମାରଙ୍କୁ ଜଣେ ଯୁବକ ଚପଲ ମାଡ଼ କରିଥିଲେ।