Advertisment

ଅଯୋଧ୍ୟା ବିବାଦ ପ୍ରସଙ୍ଗ: ଏବେ ଅଧ୍ୟାଦେଶ ହିଁ ସରକାରଙ୍କ ଆଗରେ ବିକଳ୍ପ !

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ହେବ ନା ମସଜିଦ୍‌, ତା’ର ଶୁଣାଣି ଏବର୍ଷ ହୋଇପାରିବ ନାହିଁ। ବରଂ ଆସନ୍ତାବର୍ଷ ଜାନୁଆରୀରେ ସୁପ୍ରିମକୋର୍ଟ କେଉଁ ବେଞ୍ଚରେ ଏହାର ଶୁଣାଣି ହେବ ଏବଂ କେମିତି ଶୁଣାଣି ହେବ ସେକଥା ସ୍ଥିର କରିବେ। ଅର୍ଥାତ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଚୂଡ଼ାନ୍ତ ରାୟ ଦେବା ଆଶା କ୍ଷୀଣ। ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦର ଶୁଣାଣି ଘୁଞ୍ଚି ଯାଇଥିବାରୁ ଏବେ ବିଭିନ୍ନ ହିନ୍ଦୁ ସଂଗଠନ କେନ୍ଦ୍ର ସରକାରଙ୍କ […]

ଅଯୋଧ୍ୟା ବିବାଦ ପ୍ରସଙ୍ଗ: ଏବେ ଅଧ୍ୟାଦେଶ ହିଁ ସରକାରଙ୍କ ଆଗରେ ବିକଳ୍ପ !

aw

Advertisment

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ହେବ ନା ମସଜିଦ୍‌, ତା’ର ଶୁଣାଣି ଏବର୍ଷ ହୋଇପାରିବ ନାହିଁ। ବରଂ ଆସନ୍ତାବର୍ଷ ଜାନୁଆରୀରେ ସୁପ୍ରିମକୋର୍ଟ କେଉଁ ବେଞ୍ଚରେ ଏହାର ଶୁଣାଣି ହେବ ଏବଂ କେମିତି ଶୁଣାଣି ହେବ ସେକଥା ସ୍ଥିର କରିବେ। ଅର୍ଥାତ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଚୂଡ଼ାନ୍ତ ରାୟ ଦେବା ଆଶା କ୍ଷୀଣ।

Advertisment

ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦର ଶୁଣାଣି ଘୁଞ୍ଚି ଯାଇଥିବାରୁ ଏବେ ବିଭିନ୍ନ ହିନ୍ଦୁ ସଂଗଠନ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। କାରଣ ବିଜେପି କ୍ଷମତା ଦଖଲ କରିବା ପୂର୍ବରୁ ରାମ ମନ୍ଦିର ହିଁ ଥିଲା ଦଳର ପ୍ରମୁଖ ପ୍ରସଙ୍ଗ। ଏବେ ହିନ୍ଦୁ ସଂଗଠନଗୁଡ଼ିକ ୨୦୧୯ ନିର୍ବାଚନରେ ବିଜେପିର ସାଥ୍‌ ଦେବେ କି ନାହିଁ, ତାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ର ସରକାର। ଅନ୍ୟପଟେ ଏବେ କେନ୍ଦ୍ର ସରକାର ଅଧ୍ୟାଦେଶ କିମ୍ବା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କାରି ବିବାଦୀୟ ଅଯୋଧ୍ୟା ଜମିରେ ରାମ ମନ୍ଦିର ନିର୍ମାଣ ଛଡ଼ା ଆଉ କିଛି କରିପାରିବେ ନାହିଁ। ଯଦି କେନ୍ଦ୍ର ସରକାର ସେମିତି କିଛି ନ କରନ୍ତି, ତା’ହେଲେ ବିଜେପିର ଭୋଟ୍‌ ବ୍ୟାଙ୍କ ସାଜିଥିବା ବିଭିନ୍ନ ହିନ୍ଦୁ ସଂଗଠନ ବିଦ୍ରୋହର ଡାକରା ଦେଇପାରନ୍ତି।

publive-image

ଆଜିର ୪ ମିନିଟିଆ ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଥିଲେ, ଆମର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ବାକି ରହିଛି। ତେବେ ଏହି ସମୟରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଓକିଲ କହିଥିଲେ, ଏହା ୧୦୦ ବର୍ଷ ତଳର ପୁରୁଣା ବିବାଦ ହୋଇଥିବାରୁ, ଏହାକୁ ଗୁରୁତ୍ୱର ସହ ନେବା ଉଚିତ। ଏହାପରେ ସିଜେଆଇ କହିଥିଲେ, ତରବରିଆ ଭାବେ ମାମଲାର କୌଣସି ଜରୁରୀ ଶୁଣାଣି ହୋଇପାରିବ ନାହିଁ। ତେଣୁ ଉପଯୁକ୍ତ ବେଞ୍ଚ ବା ଖଣ୍ଡପୀଠ ଗଠନ ହେବା ପରେ ହିଁ ମାମଲାର ଶୁଣାଣି ହେବ।

Advertisment

ସୁପ୍ରିମକୋର୍ଟ ଏଭଳି ରୁଲିଂ ଦେଇ ଅଯୋଧ୍ୟା ପ୍ରସଙ୍ଗ ବଲ୍‌ଟିକୁ କେନ୍ଦ୍ର ସରକାରଙ୍କ କୋର୍ଟଙ୍କୁ ଫିଙ୍ଗି ଦେଇଛନ୍ତି। ଏବେ ବିଭିନ୍ନ ହିନ୍ଦୁ ସଂଗଠନ ସରକାରଙ୍କୁ ସମାଲୋଚନା କରିବା ସହ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିବାକୁ ଦାବି କରିଛନ୍ତି।

[caption id="attachment_294316" align="aligncenter" width="980"]publive-imageଗିରିରାଜ ସିଂହ[/caption]

ଏହି ବାବ୍ରୀ ମସଜିଦ୍ ଓ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ସମଗ୍ର ଭାରତୀୟ ରାଜନୀତିକୁ ଓଲପାଲଟ କରିଦେଇଥିଲା। ଷୋଡ଼ଶ ଶତାବ୍ଦୀରୁ ବାବ୍ରୀ ମସଜିଦ୍‌ ଯେଉଁ ସ୍ଥାନରେ ରହିଥିଲା, ପୂର୍ବରୁ ସେଠାରେ ରାମ ମନ୍ଦିର ଥିଲା ବୋଲି ହିନ୍ଦୁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ୧୯୯୨ ମସିହାରେ କରସେବକ (ସାମାଜିକ କର୍ମୀ) ପକ୍ଷରୁ ବାବ୍ରୀ ମସଜିଦକୁ ଭାଙ୍ଗି ଦିଆଯାଇଥିଲା।

ସେହିଦିନଠାରୁ ବିବାଦ ସୃଷ୍ଟି ହୋଇଥିବା ବେଳେ ବିଜେପି ଏଠାରେ ରାମ ମନ୍ଦିର ନିର୍ମାଣ କରିବ ବୋଲି କହି ଆସୁଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି କ୍ଷମତା ଦଖଲ କରିବା ପୂର୍ବରୁ ମଧ୍ୟ ଲୋକଙ୍କୁ ରାମ ମନ୍ଦିର ନିର୍ମାଣର ସ୍ୱପ୍ନ ଦେଖାଇଥିଲେ। ହେଲେ ଆଜି ଯାଏ ଏଠାରେ ରାମ ମନ୍ଦିର ନିର୍ମାଣ ହୋଇପାରୁ ନାହିଁ। ଏବେ ବିଭିନ୍ନ ହିନ୍ଦୁ ସଂଗଠନ ଏଥିପାଇଁ ମୋଦି ସରକାରଙ୍କୁ ଦାୟୀ କରିବା ସହ ଏହା ବିଜେପିର ଭୋଟ୍‌ ରାଜନୀତି ବୋଲି କହିଛନ୍ତି।

କୋର୍ଟଙ୍କ ଆଜିର ରୁଲିଂ ପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, କଂଗ୍ରେସ ହିଁ ଅଯୋଧ୍ୟା ପ୍ରସଙ୍ଗକୁ ହିନ୍ଦୁ-ମୁସଲିମ୍‌ ମଧ୍ୟରେ ବିଭେଦର କାରଣ ବୋଲି ଦର୍ଶାଉଛି। ପ୍ରକୃତରେ ଏହା ଉପରେ କୌଣସି ବିତର୍କ ହେବା କଥା ନୁହେଁ। କୋର୍ଟ ମଧ୍ୟ ଏହାର ଫଇସଲା କରିବା କଥାନୁହେଁ। ବର୍ତ୍ତମାନ ଏଭଳି ବିଳମ୍ବ ଯୋଗୁ ହିନ୍ଦୁମାନେ ସେମାନଙ୍କ ସହନଶୀଳତା ହରାଇବାକୁ ବସିଲେଣି। ତେଣୁ ଆଗକୁ କିଛି ହୋଇପାରେ ବୋଲି ସେ କହିଛନ୍ତି।

[caption id="attachment_294317" align="aligncenter" width="979"]publive-imageବିନୟ କଟିୟାର[/caption]

ବଜରଙ୍ଗ ଦଳର ନେତା ତଥା ପୂର୍ବତନ ବିଜେପି ସାଂସଦ ବିନୟ କଟିୟାର କୋର୍ଟଙ୍କ ଶୁଣାଣି ଘୁଞ୍ଚିବା ପଛରେ କଂଗ୍ରେସର ଚାପ ରହିଛି ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe