Advertisment

୨୪ ଘଣ୍ଟାରେ ୨୪ ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍

ନୂଆଦିଲ୍ଲୀ: କରୋନା ଭୂତାଣୁ ଭାରତରେ ନିଜ କାୟା ବିସ୍ତାର କରିଚାଲିଛି। ରବିବାର ସକାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୪,୮୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୬,୭୩,୧୬୫ରେ ପହଞ୍ଚିଛି। ଦେଶରେ ଅନଲକ୍-୨ ଚାଲିଥିବା ବେଳେ ଅଧିକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୬୧୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। […]

ଅଦ୍ୟତନ ହୋଇଛି
ଆରୋଗ୍ୟ ହେଲେ ୬୪୨ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

corona-updates

Advertisment

ନୂଆଦିଲ୍ଲୀ: କରୋନା ଭୂତାଣୁ ଭାରତରେ ନିଜ କାୟା ବିସ୍ତାର କରିଚାଲିଛି। ରବିବାର ସକାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୪,୮୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୬,୭୩,୧୬୫ରେ ପହଞ୍ଚିଛି।

Advertisment

ଦେଶରେ ଅନଲକ୍-୨ ଚାଲିଥିବା ବେଳେ ଅଧିକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୬୧୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ସହ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୯୨୬୮ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ରିକୋଭରି ରେଟ୍ ବା ସୁସ୍ଥ ହାର ୬୦.୭୭ ପ୍ରତିଶତ ରହିଥିବା ବେଳେ ୪୦୯୦୮୩ ଜଣ ଏହି ମହାମାରୀ ସଂକ୍ରମଣକୁ ହରାଇ ସୁସ୍ଥ ମଧ୍ୟ ହୋଇଛନ୍ତି। ଅନ୍ୟପଟେ ଦେଶରେ କରୋନା ପଜିଟିଭ୍ ରେଟ୍ ବୃଦ୍ଧି ପାଇ ୯.୯୮ ପ୍ରତିଶତରେ ପହଞ୍ଚିଲାଣି।

ରାଜ୍ୟଗୁଡ଼ିକର ସ୍ଥିତି ବିଷୟରେ କହିବାକୁ ଗଲେ, ମହାରାଷ୍ଟ୍ରର ସବୁଠାରୁ ଅଧିକ ଖରାପ ସ୍ଥିତି ରହିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂକ୍ୟା ୨ ଲକ୍ଷ ଟପିଛି। ଏହାପରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହେବାକୁ ବସିଛି। ତେବେ ଦିଲ୍ଲୀରେ କରୋନା ପଜିଟିଭଙ୍କ ସଂଖ୍ୟା ୯୭ ହଜାର ଟପିଛି।

Advertisment
Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe