Advertisment

ଜୟାଙ୍କ ଘରେ ଥିଲା ୪ କିଲୋ ସୁନା, ୬ କ୍ୱିଣ୍ଟାଲ ରୁପା, ୧୧ ଟିଭି, ୧୦ ଫ୍ରିଜ୍, ୨୮ ଏସି ୨୯ ଫୋନ୍‌

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ସାଧାରଣ ସମ୍ପାଦକ ସ୍ୱର୍ଗତା ଜେ. ଜୟଲଳିତାଙ୍କ ନିକଟରେ ଅନ୍ୟାନ୍ୟ ସମ୍ପତ୍ତି ବ୍ୟତୀତ ୪ କେଜିରୁ ଅଧିକ ସୁନା ଏବଂ ୬୦୦ କେଜିରୁ ଅଧିକ ରୂପା ସାମଗ୍ରୀ ଥିଲା। ଜୟଲଳିତାଙ୍କ ବାସଭବନ ‘ବେଦ ନୀଲୟମ୍’କୁ ଏକ ସ୍ମାରକୀ କରାଯିବା ଲାଗି ଅଧିଗ୍ରହଣ କରାଯିବାକୁ ଜାରି ଅଧ୍ୟାଦେଶରୁ ଏହା ଜଣାପଡ଼ିଛି। ଅଧ୍ୟାଦେଶ ଅନୁଯାୟୀ, ଜୟଲଳିତାଙ୍କ ବାସଭବନରୁ ମୋଟ ୩୨,୭୨୧ଟି ଅସ୍ଥାବର ସମ୍ପତ୍ତି ମିଳିଛି, ଯେଉଁଥିରେ ମୋଟ ୪.୩୭୨ କେଜିର ୧୪ଟି ସୁନା […]

ଅଦ୍ୟତନ ହୋଇଛି
ଜୟାଙ୍କ ଘରେ ଥିଲା ୪ କିଲୋ ସୁନା, ୬ କ୍ୱିଣ୍ଟାଲ ରୁପା, ୧୧ ଟିଭି, ୧୦ ଫ୍ରିଜ୍, ୨୮ ଏସି ୨୯ ଫୋନ୍‌

jayalalithaa

Advertisment

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ସାଧାରଣ ସମ୍ପାଦକ ସ୍ୱର୍ଗତା ଜେ. ଜୟଲଳିତାଙ୍କ ନିକଟରେ ଅନ୍ୟାନ୍ୟ ସମ୍ପତ୍ତି ବ୍ୟତୀତ ୪ କେଜିରୁ ଅଧିକ ସୁନା ଏବଂ ୬୦୦ କେଜିରୁ ଅଧିକ ରୂପା ସାମଗ୍ରୀ ଥିଲା। ଜୟଲଳିତାଙ୍କ ବାସଭବନ 'ବେଦ ନୀଲୟମ୍'କୁ ଏକ ସ୍ମାରକୀ କରାଯିବା ଲାଗି ଅଧିଗ୍ରହଣ କରାଯିବାକୁ ଜାରି ଅଧ୍ୟାଦେଶରୁ ଏହା ଜଣାପଡ଼ିଛି।

Advertisment

ଅଧ୍ୟାଦେଶ ଅନୁଯାୟୀ, ଜୟଲଳିତାଙ୍କ ବାସଭବନରୁ ମୋଟ ୩୨,୭୨୧ଟି ଅସ୍ଥାବର ସମ୍ପତ୍ତି ମିଳିଛି, ଯେଉଁଥିରେ ମୋଟ ୪.୩୭୨ କେଜିର ୧୪ଟି ସୁନା ସାମଗ୍ରୀ ସମେତ ୬୦୧.୪୨୪ କେଜିର ୮୬୭ଟି ରୂପା ସାମଗ୍ରୀ ରହିଛି। ଏହାସହ ୧୧ଟି ଟିଭି, ୧୦ଟି ରେଫ୍ରିଜେରେଟର, ୩୮ଟି ଏସି, ୨୯ଟି ଟେଲିଫୋନ ତଥା ମୋବାଇଲ୍ ଫୋନ ମଧ୍ୟ ରହିଛି। ସେହିଭଳି କୋର୍ଟ ଦସ୍ତାବିଜ୍, ଲାଇସେନ୍ସ,, ଆଇଟି ଷ୍ଟେଟମେଣ୍ଟ ଭଳି ୬୫୩ଟି ଦସ୍ତାବିଜ ସମେତ ରୋଷେଇ ସାମଗ୍ରୀ, ପୂଜା ସାମଗ୍ରୀ, କପଡ଼ା ଓ ଆସବାବପତ୍ର ଏବଂ ସ୍ମୃତି ରହିଛି।

ଜୟଲଳିତାଙ୍କ ଘରକୁ ମିଳିଥିବା ଅସ୍ଥାବର ସମ୍ପତ୍ତି ମଧ୍ୟରେ ୮,୩୭୬ଟି ପୁସ୍ତକ ମଧ୍ୟ ରହିଛି। ଏଥିରୁ ଜଣାପଡ଼େ ସେ ଜଣେ ପୁସ୍ତକପ୍ରେମୀ ତଥା ଉତ୍ସର୍ଗୀକୃତ ପାଠକ ଥିଲେ।

Advertisment

ଜୟଲଳିତାଙ୍କ ଦେହାନ୍ତ ପରେ ତାଙ୍କ ବାସଭବନ 'ବେଦ ନୀଲୟମ'କୁ ଏକ ସ୍ମାରକୀରେ ପରିଣତ କରିବାର ନିଷ୍ପତ୍ତି ନିଆଗଲା। ଏନେଇ ବାସଭବନର କ୍ରୟ ମୂଲ୍ୟ ଭାବରେ ୬୭.୯ କୋଟି ଟଙ୍କା ସିଭିଲ କୋର୍ଟରେ ଜମା କରିଥିବା ନେଇ ତାମିଲନାଡୁ ସରକାର ନିକଟରେ ଘୋଷଣା କରିଛନ୍ତି। ଏହାସହ ଚେନ୍ନାଇ ଜିଲ୍ଲା ପ୍ରଶାସନ 'ବେଦ ନୀଲୟମ'ର ଅଧିଗ୍ରହଣକୁ ସାର୍ବଜନୀନ କରିଛନ୍ତି।

Chennai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe