/odisha-reporter/media/post_attachments/uploads/2022/05/afagan.jpg)
afagan
କାବୁଲ: ଅଧାରୁ ଅଧିକ ଅଫଗାନିସ୍ତାନବାସୀ ଏବେ ଉତ୍କଟ ଖାଦ୍ୟ ସଂକଟଜନିତ ଭୋକରେ ଆଉଟୁପାଉଟୁ ହେଉଛନ୍ତି। ଯେତେବେଳେ କି ୯୭ ପ୍ରତିଶତ ଲାକଙ୍କୁ ଦିନରେ ଦୁଇ ବେଳା ଦୁଇବକ୍ତ ଖାଇବାକୁ ମିଳୁନି। ଏହି ଦେଶର ପ୍ରାୟ ୨୨ ମିଲିୟନ ବା ୨ କୋଟି ୨୦ ଲକ୍ଷ ଲୋକେ ଖାଦ୍ୟ ଅଭାବଜନିତ ହିନସ୍ତା ହେଉଛନ୍ତି। ଆମେରିକା ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପରେ ସମ୍ପୂର୍ଣ୍ଣ ବିଶ୍ୱରେ ଏବେ ଆଲୋଚନା ଜୋର ଧରିଛି। ଖାମା ପ୍ରେସ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ୨୦୨୦ ସେପ୍ଟେମ୍ବର ପରେ ଏଭଳି ସମସ୍ୟା ଧିରେ ଧିରେ ଉତ୍କଟ ହେଉଛି। ପ୍ରାୟ ୧୪ ମିଲିୟନ ଲୋକ ଅନାହାରେ କାଳାତିପାତ କରୁଛନ୍ତି। ଗତବର୍ଷ ଅଗଷ୍ଟ ଠାରୁ ତାଲିବାନ ଆଫଗାନିସ୍ଥାନକୁ ନିଜ ଦଖଲରେ ନେବା ପରେ ଏଠାରେ ଖାଦ୍ୟଶସ୍ୟ ଦର ଆକାଶ ଛୁଆଁ ହୋଇଛି। ଲୋକଙ୍କ ଆୟ ପ୍ରାୟ ୩ ଗୁଣା ହ୍ରାସ ପାଇଛି। ଏନେଇ ବିଶ୍ୱବ୍ୟାଙ୍କ ରିପୋର୍ଟ ଉପରେ ଆଫଗାନିସ୍ତାନର ଏକ ଗଣମାଧ୍ୟମରେ ଖବରରେ ପ୍ରକାଶ କରିଛି।
୨୦୨୦ ମସିହା ମାର୍ଚ୍ଚରେ ଆମେରିକାର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଜରିଆରେ ଆଫଗାନିସ୍ତାନର କାବୁଲରେ ପ୍ରାୟ ୩ ଲକ୍ଷ ୭୬ ହଜାର ୧୩୯ ଜଣଙ୍କ ଲୋକଙ୍କ ନିମନ୍ତେ ଆର୍ଥିକ ଓ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏହା ରେକର୍ଡ ସୃଷ୍ଟି କରିଥିବା ମଧ୍ୟ ଖାମାରେ ରିପୋର୍ଟ ପ୍ରକାଶ ପାଇଥିଲା। ବିଶେଷଜ୍ଞଙ୍କ କହିବା ମୁତାବକ, ତାଲିବାନର ବିଜୟ ପରେ ବିଶ୍ୱରେ ଅନେକ ଉତ୍ସବ ପାଳନ କରୁଥିବା ବେଳେ ଏହାର ପରଦିନ ଏଠାର ମୁସଲିମ ସମୁଦାୟ ତାଙ୍କ ପରିବାର ପୋଷଣ ନିମନ୍ତେ ଅନାହାରର ଶିକାର ହୋଇଥିଲେ।
ଆଫଗାନିସ୍ତାନ ସରକାରକୁ ତାଲିବାନ ନିଜ ଦଖଲକୁ ନେବା ପରେ ଏହି ରାଷ୍ଟ୍ର ଆନ୍ତର୍ଜାତିକ ଅର୍ଥନୀତିରୁ ବାଦ ପଡ଼ିଛି। ଫଳରେ ଏଠାରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଧୂଳିସାତ ହୋଇଗଲାଣି। ଆର୍ଥିକ ଦୁଃସ୍ଥିତି ଯୋଗୁ ଲୋକଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟ ସେବା ପ୍ରଭୃତି ମିଳୁନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
