Advertisment

ଓୱେସିଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସର ଧମକ

ହାଇଦ୍ରାବାଦ: ଏମଆଇଏମ୍ ସଭାପତି ତଥା ହାଇଦ୍ରାବାଦ ସାଂସଦ ଆସାଦୁଦ୍ଦିନ୍ ଓୱେସିଙ୍କୁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍) ଧମକ ଦେଇଛି। ତାଙ୍କ ଟ୍ୱିଟର ପେଜରେ ଏହି ଧମକ ଆସିଥିଲା। ଏବେ ଏହାକୁ ଡିଲିଟ୍ କରି ଦିଆଯାଇଛି। ଏଥିରେ ଲେଖାଯାଇଥିଲା, ଇସଲାମିକ୍ ଷ୍ଟେଟ୍ ସଂପର୍କରେ ତୁମେ ମୁହଁ ବନ୍ଦ ରଖ। ନହେଲେ ଖୁବଶୀଘ୍ର ଇସଲାମିକ୍ ଷ୍ଟେଟ୍ ଭାରତ ଆକ୍ରମଣ କରିବ। ଅନ୍ୟପକ୍ଷରେ ଓୱେସି କହିଛନ୍ତି ଯେ ସେ ଏହି ଧମକରେ ଡରି ଯାଇନାହାନ୍ତି। ସେ କହିଛନ୍ତି, ‘ଯଦି କେହି […]

ଅଦ୍ୟତନ ହୋଇଛି
ଓୱେସିଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସର ଧମକ

asaduddin-owaisi

Advertisment

ହାଇଦ୍ରାବାଦ: ଏମଆଇଏମ୍ ସଭାପତି ତଥା ହାଇଦ୍ରାବାଦ ସାଂସଦ ଆସାଦୁଦ୍ଦିନ୍ ଓୱେସିଙ୍କୁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍) ଧମକ ଦେଇଛି। ତାଙ୍କ ଟ୍ୱିଟର ପେଜରେ ଏହି ଧମକ ଆସିଥିଲା। ଏବେ ଏହାକୁ ଡିଲିଟ୍ କରି ଦିଆଯାଇଛି। ଏଥିରେ ଲେଖାଯାଇଥିଲା, ଇସଲାମିକ୍ ଷ୍ଟେଟ୍ ସଂପର୍କରେ ତୁମେ ମୁହଁ ବନ୍ଦ ରଖ। ନହେଲେ ଖୁବଶୀଘ୍ର ଇସଲାମିକ୍ ଷ୍ଟେଟ୍ ଭାରତ ଆକ୍ରମଣ କରିବ।

Advertisment

ଅନ୍ୟପକ୍ଷରେ ଓୱେସି କହିଛନ୍ତି ଯେ ସେ ଏହି ଧମକରେ ଡରି ଯାଇନାହାନ୍ତି।

ସେ କହିଛନ୍ତି, ‘ଯଦି କେହି ଆମକୁ ଟ୍ୱିଟରରେ ଭାରତ ଆକ୍ରମଣ କରିବ ବୋଲି ଧମକ ଦେବ, ଆମେ ଏହାର ଜବାବ ଦେବୁ। ଭାରତ ହେଉଛି ଆମର ମାତୃଭୂମି। ତେଣୁ ଏଭଳି ଧମକର ଜବାବ ଦେବୁ।‘

ଓୱେସି କହିଛନ୍ତି ଯେ ଆଇଏସର ଇସଲାମ୍ ସହିତ କିଛି ନେଣଦେଣ ନାହିଁ। କାରଣ ଏହା ହିଂସାରେ ମାତିଛି। ଆଉ ମୁସଲମାନମାନ ହିଂସା ବିରୋଧୀ। ଯେଉଁମାନେ ଭାରତ ବିରୋଧୀ ସେମାନଙ୍କୁ ତାଙ୍କ ଦଳ ଏମଆଇଏମ ବିରୋଧ କରିବ। ଦଳ ତିନି ବର୍ଷ ହେଲାଣି ଆଇଏସ୍ ବିରୋଧରେ କହି ଆସୁଛି।

Advertisment

ସେ କହିଛନ୍ତି ଯେ ଅନେକ ବିଦ୍ୱାନ ଆଇଏସ୍ ବିରୋଧରେ କହିଛନ୍ତି। ଏହାର କାର୍ଯ୍ୟଧାରାକୁ ସମାଲୋଚନା କରିଛନ୍ତି। ସେ ବି କରୁଛନ୍ତି। ଏଥିପ୍ରତି ତାଙ୍କର ଭୟ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe