Advertisment

ଅଯୋଧ୍ୟା ରାମନବମୀ ଉତ୍ସବରେ କଟକଣା, ବାହାର ଲୋକଙ୍କୁ ସହରକୁ ନା

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ନିଶ୍ଚିତ ହୋଇଛି। ଏହା ପରେ ପ୍ରଥମ ଥର ପାଇଁ ରାମ ନବମୀ ଉତ୍ସବ ପାଳିତ ହେବାର ଅଛି। ତେବେ କରୋନା ଭାଇରସ୍‌କୁ ଆଖି ଆଗରେ ରଖି ପ୍ରଶାସନ କଟକଣା ଆରମ୍ଭ କରିଛି। ଅଯୋଧ୍ୟା ଜିଲ୍ଲା ପ୍ରଶାସନ ବାହାର ଲୋକଙ୍କ ଆସିବାରେ କଟକଣା ଲଗାଇଛି। ଏଥିସହ ମନ୍ଦିରଠାରେ ଗହଳିରେ କଟକଣା ଏବଂ ସରଯୂ ନଦୀରେ ସାମୁହିକ ବୁଡ଼ ପକାଇବା ଆଦିକୁ ମଧ୍ୟ ମନା କରାଯାଇଛି। […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ଅଯୋଧ୍ୟା ରାମନବମୀ ଉତ୍ସବରେ କଟକଣା, ବାହାର ଲୋକଙ୍କୁ ସହରକୁ ନା

ayodhya

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ନିଶ୍ଚିତ ହୋଇଛି। ଏହା ପରେ ପ୍ରଥମ ଥର ପାଇଁ ରାମ ନବମୀ ଉତ୍ସବ ପାଳିତ ହେବାର ଅଛି। ତେବେ କରୋନା ଭାଇରସ୍‌କୁ ଆଖି ଆଗରେ ରଖି ପ୍ରଶାସନ କଟକଣା ଆରମ୍ଭ କରିଛି।

Advertisment

ଅଯୋଧ୍ୟା ଜିଲ୍ଲା ପ୍ରଶାସନ ବାହାର ଲୋକଙ୍କ ଆସିବାରେ କଟକଣା ଲଗାଇଛି। ଏଥିସହ ମନ୍ଦିରଠାରେ ଗହଳିରେ କଟକଣା ଏବଂ ସରଯୂ ନଦୀରେ ସାମୁହିକ ବୁଡ଼ ପକାଇବା ଆଦିକୁ ମଧ୍ୟ ମନା କରାଯାଇଛି। ଆସନ୍ତା ସପ୍ତାହରେ ହିଁ ଏହି ଉତ୍ସବ ପାଳିତ ହେବାର ଅଛି।

ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ବାହାରୁ ଆସୁଥିବା ଲୋକଙ୍କୁ, ଶ୍ରଦ୍ଧାଳୁଙ୍କୁ ଏବଂ ପରିଦର୍ଶକଙ୍କୁ ଜିଲ୍ଲାର ସୀମା ବାହାରେ ଅଟକା ଯିବ ଏବଂ ଫେରାଇ ଦିଆଯିବ। ଯାତ୍ରୀ ନିବାସ, ହୋଟେଲ, ଧର୍ମଶାଳା, ଲଜ୍‌ ଆଦିରେ ମଧ୍ୟ କୌଣସି ବୁକିଂ କରାଯିବ ନାହିଁ।

Advertisment

ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୪ ଜଣଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏଭଳି ସ୍ଥିତିରେ ଆସନ୍ତା ଏପ୍ରିଲ ୨ ତାରିଖରେ ରାମ ନବମୀ ପାଳିତ ହେବାକୁ ଥିବାରୁ ପ୍ରଶାସନ ସତର୍କତା ଅବଲମ୍ବନ କରୁଛି। ଏହା ପୂର୍ବରୁ ରାମ ନବମୀ ଉତ୍ସବର ପ୍ରଥମ କାର୍ଯ୍ୟକ୍ରମ କୁହାଯାଉଥିବା ‘ରାମ କୋଟ୍‌ ପରିକ୍ରମା’ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଆୟୋଜକଙ୍କ ମଧ୍ୟରେ ଅନ୍ୟତମ ମହନ୍ତ ରାଜ କୁମାର ଦାସ କହିଛନ୍ତି, ଏମିତି ବହୁତ କିଛି ଗୁରୁତ୍ୱପୂର୍ଣ୍ଣ ପରିକ୍ରମା ହେବାର ଅଛି। ରାମ କୋଟ୍‌ ପରିକ୍ରମା ମାର୍ଚ୍ଚ ୨୪ରେ ହେବାର ଥିଲା। ତେବେ ଆମେ ଚାହୁଁନୁ ଏଠାକୁ ଆସି କେହି କରୋନାରେ ଆକ୍ରାନ୍ତ ହୁଅନ୍ତୁ। ତେଣୁ ଏହି ଜାତୀୟ ଓ ଅନ୍ତର୍ଜାତୀୟ ସଙ୍କଟ ସମୟରେ କାର୍ଯ୍ୟକ୍ରମ ବାତିଲ କରିଛୁ।”