Advertisment

ପଦଯାତ୍ରାରେ ରାହୁଲ

ମୁମ୍ବାଇ: କୃଷକଙ୍କ ସମସ୍ୟା ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ବିଦର୍ଭରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୧୫ କିଲୋମିଟରର ପଦଯାତ୍ରା ଆରମ୍ଭ କରିଛନ୍ତି। ଅମରାବତୀର ଗୁଞ୍ଜ ଗାଁରୁ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି ରାହୁଲ। ତାଙ୍କ ସହିତ ସାମିଲ ହୋଇଛନ୍ତି ବହୁ କଂଗ୍ରେସ କର୍ମୀ ଓ ନେତା। ଗୁଞ୍ଜରେ ନିକଟରେ ଆତ୍ମହତ୍ୟା କରିଥିବା ଦୁଇ ଚାଷୀ ନୀଲେଶ ୱାଲକେ ଓ ଅମ୍ବାଦେଶ ୱାହିଲେଙ୍କ ପରିବାର ଲୋକଙ୍କୁ ରାହୁଲ ଭେଟିଥିଲେ। ସେହିପରି ଗାଁର କେତେକ ଅନାଥ ଛୁଆଙ୍କ ସହିତ […]

ପଦଯାତ୍ରାରେ ରାହୁଲ

rahul

Advertisment

ମୁମ୍ବାଇ: କୃଷକଙ୍କ ସମସ୍ୟା ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ବିଦର୍ଭରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୧୫ କିଲୋମିଟରର ପଦଯାତ୍ରା ଆରମ୍ଭ କରିଛନ୍ତି। ଅମରାବତୀର ଗୁଞ୍ଜ ଗାଁରୁ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି ରାହୁଲ। ତାଙ୍କ ସହିତ ସାମିଲ ହୋଇଛନ୍ତି ବହୁ କଂଗ୍ରେସ କର୍ମୀ ଓ ନେତା। ଗୁଞ୍ଜରେ ନିକଟରେ ଆତ୍ମହତ୍ୟା କରିଥିବା ଦୁଇ ଚାଷୀ ନୀଲେଶ ୱାଲକେ ଓ ଅମ୍ବାଦେଶ ୱାହିଲେଙ୍କ ପରିବାର ଲୋକଙ୍କୁ ରାହୁଲ ଭେଟିଥିଲେ। ସେହିପରି ଗାଁର କେତେକ ଅନାଥ ଛୁଆଙ୍କ ସହିତ କଥା ହୋଇଥିଲେ । ଗୁଞ୍ଜରୁ ରାହୁଲ ଯାଇ ପହଞ୍ଚିଥିଲେ ଶାହପୁର ଗାଁରେ। ସେଠାରୁ ସେ ଯାଇଥିଲେ କୁନହା ଗାଁରେ ଥିଲେ। ପଦଯାତ୍ରା ବେଳେ ସେ ରାସ୍ତା ଚାଷୀମାନଙ୍କ ସହିତ ଆଲୋଚନା କରୁଛନ୍ତି। ଚାଷୀମାନଙ୍କ ଘରକୁ ବି ଯାଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଖବର ଲେଖାଯିବା ବେଳକୁ ସେ ଥିଲେ ଅମରାବତୀ ଗାଁରେ। ସେଠାରେ ସେ ଆତ୍ମହତ୍ୟା କରିଥିବା ଚାଷୀ କିଶୋର କାମ୍ବେଲଙ୍କ ପରିବାର ଲୋକଙ୍କୁ ଭେଟି ଥିଲେ।

Advertisment

ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ କୃଷକ ଆତ୍ମହତ୍ୟା ଘଟଣା ଅଧିକ ନଜରକୁ ଆସିଛି। ଅଦିନିଆ ବର୍ଷାରେ ଫସଲ ନଷ୍ଟ ଯୋଗୁ କୃଷକମାନେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହୋଇଛି। ଏହି ପଦଯାତ୍ରା ସମୟରେ ସେ ୫ଟି ଗାଁକୁ ଗସ୍ତ କରିବେ। ମଙ୍ଗଳବାର ରାହୁଲ ପଞ୍ଜାବ ଯାଇ ବିଭିନ୍ନ ମଣ୍ଡି ବୁଲି ଦେଖିଥିଲେ ଓ ଚାଷୀମାନଙ୍କ ସମସ୍ୟା କଥା ବୁଝିଥିଲେ। ଗତକାଲି ସେ ଲୋକସଭାରେ କୃଷକମାନଙ୍କ ସମସ୍ୟା କଥା ଉଠାଇଥିଲେ ଓ ମୋଦି ସରକାର କୃଷକମାନଙ୍କର ନୁହନ୍ତି ବୋଲି କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe