Advertisment

ସ୍ଵଦେଶ ଫେରିବାକୁ ଡରୁଛନ୍ତି ମୁଶାରଫ, ହାଜର ପାଇଁ କୋର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଚ୍ରପତି ପରଭେଜ ମୁଶାରଫଙ୍କୁ ଦେଶଦ୍ରୋହ ମାମଲାରେ ନିଜର ବୟାନ ରଖିବା ପାଇଁ ପାକିସ୍ତାନ ହାଇକୋର୍ଟ ୩ଟି ବିକଳ୍ପ ଦେଇଛି। ଯଦି ସ୍ୱତନ୍ତ୍ର କୋର୍ଟ ମୁଶାରଫଙ୍କ ବୟାନ ରେକର୍ଡ କରିବାରେ ବିଫଳ ହୁଅନ୍ତି ତା’ହେଲେ ଆଗାମୀ ଦିନରେ ପାକ୍ ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବେ କହି ମୁଶାରଫଙ୍କୁ କଡ଼ା ଚେତାବନୀ ଦେଇଛି ହାଇକୋର୍ଟ।   ପାକିସ୍ତାନ ହାଇକୋର୍ଟର ମୁଖ୍ୟ ବିଚାରପତି ଆସିଫ ସୟିଦ ଖୋସାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, କୌଣସି […]

ସ୍ଵଦେଶ ଫେରିବାକୁ ଡରୁଛନ୍ତି ମୁଶାରଫ, ହାଜର ପାଇଁ କୋର୍ଟ ଦେଲେ ଚେତାବନୀ

musharraf

Advertisment
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଚ୍ରପତି ପରଭେଜ ମୁଶାରଫଙ୍କୁ ଦେଶଦ୍ରୋହ ମାମଲାରେ ନିଜର ବୟାନ ରଖିବା ପାଇଁ ପାକିସ୍ତାନ ହାଇକୋର୍ଟ ୩ଟି ବିକଳ୍ପ ଦେଇଛି। ଯଦି ସ୍ୱତନ୍ତ୍ର କୋର୍ଟ ମୁଶାରଫଙ୍କ ବୟାନ ରେକର୍ଡ କରିବାରେ ବିଫଳ ହୁଅନ୍ତି ତା'ହେଲେ ଆଗାମୀ ଦିନରେ ପାକ୍ ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବେ କହି ମୁଶାରଫଙ୍କୁ କଡ଼ା ଚେତାବନୀ ଦେଇଛି ହାଇକୋର୍ଟ।
Advertisment
 
ପାକିସ୍ତାନ ହାଇକୋର୍ଟର ମୁଖ୍ୟ ବିଚାରପତି ଆସିଫ ସୟିଦ ଖୋସାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, କୌଣସି ପରିସ୍ଥିତିରେ ବି ଏହି ମାମଲା ବନ୍ଦ ହେବ ନାହିଁ। ମାମଲା ଚାଲିଥିବାବେଳେ ମୁଶାରଫ ବାରମ୍ବାର ଅନୁପସ୍ଥିତ ରହୁଥିବାରୁ କୋର୍ଟ ମୁଶାରଫଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏମିତିକି ହସ୍ପିଟାଲ ଆଳ ଦେଖାଇ କୋର୍ଟରେ ଜାଣିଶୁଣି ଅନୁପସ୍ଥିତ ରହୁଥିବା ୩ ଜଣିଆ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି। ଦେଶଦ୍ରୋହ ମାମଲାରେ କୋର୍ଟ ମୁଶାରଫଙ୍କୁ ଫାଶୀଦଣ୍ଡ ଦେବାର ସମ୍ଭାବନା ରହିଛି।
 
ପାକିସ୍ତାନ ହାଇକୋର୍ଟ ମୁଶାରଫଙ୍କୁ ୩ଟି ବିକଳ୍ପ ଦେଇଛନ୍ତି: କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖ କିମ୍ବା ଭିଡିଓ ଲିଙ୍କ୍ ଜରିଆରେ ହାଜର ହୁଅ ଏବଂ ତୃତୀୟରେ ମୁଶାରଫଙ୍କ ଓକିଲ କୋର୍ଟରେ ହାଜର ହୋଇ ପକ୍ଷ ରଖ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe